ପି.ଏନ. କଲେଜ ଖୋର୍ଦ୍ଧା: ସଂସ୍କୃତରେ ୨୯ ଛାତ୍ରୀଛାତ୍ର ଫେଲ; ପରୀକ୍ଷା ପରିଚାଳନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ଖୋର୍ଦ୍ଧା ଅଫିସ, ୨୩ା୬: ଖୋର୍ଦ୍ଧା ପି.ଏନ. କଲେଜ ଯୁକ୍ତ ୨ ଇଚ୍ଛାଧୀନ ସଂସ୍କୃତ ବିଷୟରେ ୨୯ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ଫେଲ କରି ଦିଆଯାଇଛି। ସେମାନଙ୍କୁ ଅନୁପସ୍ଥିତ ଦର୍ଶାଯାଇ ଫେଲ୍‌ କରାଯିବା ପରେ କାଉନ୍‌ସିଲ୍‌ କର୍ତ୍ତୃପକ୍ଷଙ୍କ ସଂସ୍କାରମୂଳକ ପଦକ୍ଷେପ ପ୍ରହସନ ପାଲଟିଛି। ତ୍ରୁଟି ନ ଥାଇ ୨୯ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦିଆଯିବା ପରେ ପରୀକ୍ଷା ପରିଚାଳନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେଲ ଛାତ୍ରୀଛାତ୍ର ଶନିବାର କଲେଜ ଅଧ୍ୟକ୍ଷାଙ୍କୁ ଭେଟି ସେମାନଙ୍କ କ୍ଷେତ୍ରରେ ହୋଇଥିବା ତ୍ରୁଟିକୁ ସୁଧାରି ପୁନଃ ମୂଲ୍ୟାୟନ କରିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିବା ସହ ସ୍ମାରକପତ୍ର ଦେଇଛନ୍ତି। ଅନୁସାରେ, ପି.ଏନ. କଲେଜରେ ୨୯ ଛାତ୍ରୀଛାତ୍ର ଇଚ୍ଛାଧୀନ ସଂସ୍କୃତରେ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଯାଇ ସମସ୍ତ ପରୀକ୍ଷାର୍ଥୀଙ୍କୁ ଫେଲ କରି ଦିଆଯାଇଛି। ଶୁକ୍ରବାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରୀଛାତ୍ର ଫେଲ ହୋଇଥିବା ନଜରକୁ ଆସିଛି। ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଛନ୍ତି କି ନାହିଁ କଲେଜ ଓ କାଉନ୍‌ସିଲରେ ଅନେକ ଦସ୍ତାବିଜ୍‌ ରହିଛି। ପରୀକ୍ଷା ଉପସ୍ଥାନ ସମ୍ବନ୍ଧୀୟ ପ୍ରୋଫମା ଆଇଆଇଆଇରେ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରମାନେ ଦସ୍ତଖତ କରିଥାନ୍ତି। ପରୀକ୍ଷା ଶେଷ ପରେ ଉକ୍ତ ପ୍ରୋଫମା ଆଇଆଇଆଇ କାଉନସିଲରେ କଲେଜ କର୍ତ୍ତୃପକ୍ଷ ଡିପୋଜିଟ କରିଥାନ୍ତି। ଏହାସହ ପ୍ରତ୍ୟେକ ଦିନ ପରୀକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ କରାଯାଉଥିବା କେନ୍ଦ୍ରକୁ ଯିବା ସହ କାଉନ୍‌ସିଲ ପାଖକୁ ଏହାର ଏକ ମେମୋ ପଠାଯାଇଥାଏ। ଯେଉଁଥିରେ ସେହି ସିଟିଙ୍ଗରେ ଦେଇଥିବା ପରୀକ୍ଷାର୍ଥୀଙ୍କର ରୋଲ ନମ୍ବର ମଧ୍ୟ ଉଲ୍ଲେଖ ରହିଥାଏ। ଏତଦ୍‌ବ୍ୟତୀତ ଚଳିତବର୍ଷ ନୂଆକରି କାର୍ଯ୍ୟକାରୀ ହୋଇଥିବା ସିସିଟିଭି ଫୁଟେଜରୁ ମଧ୍ୟ ପରୀକ୍ଷାର୍ଥୀଙ୍କର ଉପସ୍ଥାନକୁ ଯାଞ୍ଚ କରାଯାଇ ପାରିବ। ଏହିସବୁ ଦସ୍ତାବିଜ୍‌ ଯାଞ୍ଚ କଲେ ଫେଲ ହୋଇଥିବା ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି କି ନାହିଁ ତାହା ପ୍ରମାଣିତ ହୋଇଯିବ। ବାସ୍ତବରେ କେଉଁଠି ତ୍ରୁଟି ରହିଛି ତାହା ସହଜରେ ଜଣାପଡିବ। ତେବେ କାଉନ୍‌ସିଲ କର୍ତ୍ତୃପକ୍ଷ ପି.ଏନ. କଲେଜର ଯେଉଁ ୨୯ ଜଣ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଇ ଫେଲ୍‌ କରିଛନ୍ତି ସେମାନଙ୍କର ଦସ୍ତାବିଜ୍‌କୁ ଯାଞ୍ଚ କରାଯାଇ ଫଳ ବାହାର କରାଯାଇଛି କି ନାହିଁ। ଯଦି କରାଯାଇଛି ତେବେ ଏଭଳି ତ୍ରୁଟି କେବେ ହୋଇ ନ ଥାନ୍ତା ବୋଲି ଛାତ୍ରୀଛାତ୍ରମାନେ କହୁଛନ୍ତି। ପ୍ରକାଶଥାଉ କି, ପି.ଏନ. କଲେଜରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ସବୁବେଳେ ଭଲ ହୋଇଥାଏ। ପରୀକ୍ଷାର୍ଥୀ ଈପ୍‌ସିତା ସାହୁ ଓ ତୁଷାରକାନ୍ତ ଜେନା କୁହନ୍ତି, ପରୀକ୍ଷା ଦେଇ ବି ଅନୁପସ୍ଥିତ ଦର୍ଶାଯାଇ ଫେଲ୍‌ କରି ଦିଆଯାଇଛି। ତ୍ରୁଟି ଯାହାର ହେଉ ନା କାହିଁକି ଆମେ ଦଣ୍ଡ ପାଇଲୁ। ତୁରନ୍ତ ପୁନଃ ମୂଲ୍ୟାୟନ କରାଯାଇ ପରୀକ୍ଷାର୍ଥୀଙ୍କୁ ଉଚିତ୍‌ ନ୍ୟାୟ ମିଳୁ। ପି.ଏନ. କଲେଜର ଅଧ୍ୟକ୍ଷା ସୌଦାମିନୀ ଦାଶ କୁହନ୍ତି, ଉତ୍ତରଖାତା କାଉନ୍‌ସିଲକୁ କଲେଜ ପଠାଇଥିଲା। ପରେ ମୂଲ୍ୟାଙ୍କନ ପାଇଁ କାଉନ୍‌ସିଲ କେନ୍ଦୁଝର ଜିଲାର ଢ଼େଙ୍କିକୋଟ କଲେଜକୁ ପଠା ଯାଇଥିଲା। ଏହାପରେ ଢ଼େଙ୍କିକୋଟ କଲେଜ କର୍ତ୍ତୃପକ୍ଷ ନଁା କାଉନ୍‌ସିଲଙ୍କର ତ୍ରୁଟି ରହିଲା ଜଣାପଡିନି। ତେବେ ତ୍ରୁଟି ସମ୍ପର୍କରେ କାଉନସିଲକୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ରେଜଲ୍ଟ ପୁଣି ବାହାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri