ପି.ଏନ. କଲେଜ ଖୋର୍ଦ୍ଧା: ସଂସ୍କୃତରେ ୨୯ ଛାତ୍ରୀଛାତ୍ର ଫେଲ; ପରୀକ୍ଷା ପରିଚାଳନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ଖୋର୍ଦ୍ଧା ଅଫିସ, ୨୩ା୬: ଖୋର୍ଦ୍ଧା ପି.ଏନ. କଲେଜ ଯୁକ୍ତ ୨ ଇଚ୍ଛାଧୀନ ସଂସ୍କୃତ ବିଷୟରେ ୨୯ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ଫେଲ କରି ଦିଆଯାଇଛି। ସେମାନଙ୍କୁ ଅନୁପସ୍ଥିତ ଦର୍ଶାଯାଇ ଫେଲ୍‌ କରାଯିବା ପରେ କାଉନ୍‌ସିଲ୍‌ କର୍ତ୍ତୃପକ୍ଷଙ୍କ ସଂସ୍କାରମୂଳକ ପଦକ୍ଷେପ ପ୍ରହସନ ପାଲଟିଛି। ତ୍ରୁଟି ନ ଥାଇ ୨୯ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦିଆଯିବା ପରେ ପରୀକ୍ଷା ପରିଚାଳନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେଲ ଛାତ୍ରୀଛାତ୍ର ଶନିବାର କଲେଜ ଅଧ୍ୟକ୍ଷାଙ୍କୁ ଭେଟି ସେମାନଙ୍କ କ୍ଷେତ୍ରରେ ହୋଇଥିବା ତ୍ରୁଟିକୁ ସୁଧାରି ପୁନଃ ମୂଲ୍ୟାୟନ କରିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିବା ସହ ସ୍ମାରକପତ୍ର ଦେଇଛନ୍ତି। ଅନୁସାରେ, ପି.ଏନ. କଲେଜରେ ୨୯ ଛାତ୍ରୀଛାତ୍ର ଇଚ୍ଛାଧୀନ ସଂସ୍କୃତରେ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଯାଇ ସମସ୍ତ ପରୀକ୍ଷାର୍ଥୀଙ୍କୁ ଫେଲ କରି ଦିଆଯାଇଛି। ଶୁକ୍ରବାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରୀଛାତ୍ର ଫେଲ ହୋଇଥିବା ନଜରକୁ ଆସିଛି। ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଛନ୍ତି କି ନାହିଁ କଲେଜ ଓ କାଉନ୍‌ସିଲରେ ଅନେକ ଦସ୍ତାବିଜ୍‌ ରହିଛି। ପରୀକ୍ଷା ଉପସ୍ଥାନ ସମ୍ବନ୍ଧୀୟ ପ୍ରୋଫମା ଆଇଆଇଆଇରେ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରମାନେ ଦସ୍ତଖତ କରିଥାନ୍ତି। ପରୀକ୍ଷା ଶେଷ ପରେ ଉକ୍ତ ପ୍ରୋଫମା ଆଇଆଇଆଇ କାଉନସିଲରେ କଲେଜ କର୍ତ୍ତୃପକ୍ଷ ଡିପୋଜିଟ କରିଥାନ୍ତି। ଏହାସହ ପ୍ରତ୍ୟେକ ଦିନ ପରୀକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ କରାଯାଉଥିବା କେନ୍ଦ୍ରକୁ ଯିବା ସହ କାଉନ୍‌ସିଲ ପାଖକୁ ଏହାର ଏକ ମେମୋ ପଠାଯାଇଥାଏ। ଯେଉଁଥିରେ ସେହି ସିଟିଙ୍ଗରେ ଦେଇଥିବା ପରୀକ୍ଷାର୍ଥୀଙ୍କର ରୋଲ ନମ୍ବର ମଧ୍ୟ ଉଲ୍ଲେଖ ରହିଥାଏ। ଏତଦ୍‌ବ୍ୟତୀତ ଚଳିତବର୍ଷ ନୂଆକରି କାର୍ଯ୍ୟକାରୀ ହୋଇଥିବା ସିସିଟିଭି ଫୁଟେଜରୁ ମଧ୍ୟ ପରୀକ୍ଷାର୍ଥୀଙ୍କର ଉପସ୍ଥାନକୁ ଯାଞ୍ଚ କରାଯାଇ ପାରିବ। ଏହିସବୁ ଦସ୍ତାବିଜ୍‌ ଯାଞ୍ଚ କଲେ ଫେଲ ହୋଇଥିବା ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି କି ନାହିଁ ତାହା ପ୍ରମାଣିତ ହୋଇଯିବ। ବାସ୍ତବରେ କେଉଁଠି ତ୍ରୁଟି ରହିଛି ତାହା ସହଜରେ ଜଣାପଡିବ। ତେବେ କାଉନ୍‌ସିଲ କର୍ତ୍ତୃପକ୍ଷ ପି.ଏନ. କଲେଜର ଯେଉଁ ୨୯ ଜଣ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଇ ଫେଲ୍‌ କରିଛନ୍ତି ସେମାନଙ୍କର ଦସ୍ତାବିଜ୍‌କୁ ଯାଞ୍ଚ କରାଯାଇ ଫଳ ବାହାର କରାଯାଇଛି କି ନାହିଁ। ଯଦି କରାଯାଇଛି ତେବେ ଏଭଳି ତ୍ରୁଟି କେବେ ହୋଇ ନ ଥାନ୍ତା ବୋଲି ଛାତ୍ରୀଛାତ୍ରମାନେ କହୁଛନ୍ତି। ପ୍ରକାଶଥାଉ କି, ପି.ଏନ. କଲେଜରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ସବୁବେଳେ ଭଲ ହୋଇଥାଏ। ପରୀକ୍ଷାର୍ଥୀ ଈପ୍‌ସିତା ସାହୁ ଓ ତୁଷାରକାନ୍ତ ଜେନା କୁହନ୍ତି, ପରୀକ୍ଷା ଦେଇ ବି ଅନୁପସ୍ଥିତ ଦର୍ଶାଯାଇ ଫେଲ୍‌ କରି ଦିଆଯାଇଛି। ତ୍ରୁଟି ଯାହାର ହେଉ ନା କାହିଁକି ଆମେ ଦଣ୍ଡ ପାଇଲୁ। ତୁରନ୍ତ ପୁନଃ ମୂଲ୍ୟାୟନ କରାଯାଇ ପରୀକ୍ଷାର୍ଥୀଙ୍କୁ ଉଚିତ୍‌ ନ୍ୟାୟ ମିଳୁ। ପି.ଏନ. କଲେଜର ଅଧ୍ୟକ୍ଷା ସୌଦାମିନୀ ଦାଶ କୁହନ୍ତି, ଉତ୍ତରଖାତା କାଉନ୍‌ସିଲକୁ କଲେଜ ପଠାଇଥିଲା। ପରେ ମୂଲ୍ୟାଙ୍କନ ପାଇଁ କାଉନ୍‌ସିଲ କେନ୍ଦୁଝର ଜିଲାର ଢ଼େଙ୍କିକୋଟ କଲେଜକୁ ପଠା ଯାଇଥିଲା। ଏହାପରେ ଢ଼େଙ୍କିକୋଟ କଲେଜ କର୍ତ୍ତୃପକ୍ଷ ନଁା କାଉନ୍‌ସିଲଙ୍କର ତ୍ରୁଟି ରହିଲା ଜଣାପଡିନି। ତେବେ ତ୍ରୁଟି ସମ୍ପର୍କରେ କାଉନସିଲକୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ରେଜଲ୍ଟ ପୁଣି ବାହାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri