ପିଲାଙ୍କୁ ଆକୃଷ୍ଟ କରୁଛି ଖେଳ ଉପକରଣ, ଉପସ୍ଥାନ ହାର ବଢୁଛି

ନୟାଗଡ଼ ଅଫିସ,୨୨।୯-ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ବିଭିନ୍ନ ଖେଳ ଉପକରଣରେ ପିଲାମାନେ ମନଭରି ଖେଳିବା ଦୃଶ୍ୟ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏବେ ଆମ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳପଡିଆରେ ଦୋଳି, ଟାୟାରରେ ଉପରକୁ ଚଢ଼ିବା, ଉଠାପକା, ଡିଆଡେଇଁ , ହାତୀ ପିଠି ଉପରେ ଚଢ଼ିବା ଆଦି ଖେଳ ଉପକରଣରେ ଖେଳିବାର ସୁଯୋଗ ପିଲାମାନଙ୍କୁ ମିଳିଛି। ଏହା ପିଲାଙ୍କ ଶାରୀରିକ ବିକାଶରେ ସହାୟକ ହେଉଛି। ଏଥିପ୍ରତି ପିଲାମାନେ ଆକୃଷ୍ଟ ହୋଇ ନିୟମିତ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଇଛି। ଫଳରେ ସ୍କୁଲରେ ପିଲାଙ୍କ ଉପସ୍ଥାନ ହାର ବଢୁଥିବା କୁହାଯାଉଛି।

ଏହାର ଏକ ଦୃଷ୍ଟାନ୍ତ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିମିଳିସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୧୨୫ ଜଣ ଛାତ୍ରୀଛାତ୍ର ପାଠପଢନ୍ତି। ୧୨୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେବେ ବି ବିଦ୍ୟାଳୟରେ ପୂର୍ଣ୍ଣ ଉପସ୍ଥାନ ହୁଏ ନାହିଁ। ମାସେ ହେଲା ଏବେ ବିଦ୍ୟାଳୟରେ ଶତପ୍ରତିଶତ ଉପସ୍ଥାନ ଦେଖିବାକୁ ମିଳୁଛି। ଏହା ହୋଇପାରିଛି ବିଦ୍ୟାଳୟରେ ଉପରୋକ୍ତ ଖେଳ ଉପକରଣ ବ୍ୟବହାର ଯୋଗୁ। ଏଚ୍‌ଡିଏଫସି ବ୍ୟାଙ୍କର ସିଏସ୍‌ଆର ଅନୁଦାନ ଓ ସାମଗ୍ରିକ ଗ୍ରାମୀଣ ବିକାଶ ପରିଯୋଜନା, ନୟାଗଡ଼ ଗ୍ରାମବିକାଶ ସହାୟତାରେ ନୟାଗଡ ଜିଲାର ୬ଟି ପ୍ରାଥମିକ ବିଦ୍ୟାଳୟକୁ ଗତ ୧ମାସ ତଳେ ଖେଳ ଉପକରଣ ଯୋଗାଇ ଦିଆଯାଇଛି। ଏହି ଖେଳ ସାମଗ୍ରୀ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାରେ ଦେଖିବାକୁ ମିଳିଛି। ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପ୍ରତିଦିନ ବିଦ୍ୟାଳୟକୁ ଆସି ପାଠ ପଢ଼ିବା ସହିତ ଖେଳ ଖେଳିବା ପାଇଁ ଆଗ୍ରହ ବଢୁଛି। ଏପରିକି ଖେଳ ପିରିୟଡ ଆସିଲେ (ଅପରାହ୍ନ ୩ଟା) ପିଲାମାନେ ଲାଇନ୍‌ରେ ଛିଡ଼ା ହୋଇ ପାଳି କରି ଖେଳ ସାମଗ୍ରୀରେ ଖେଳୁଥିବାର ଦେଖିବାକୁ ମିଳୁଛି। କିଛି ମାସ ତଳେ ଯେଉଁଠି କମ୍‌ ପିଲା ଆସୁଥିଲେ ବର୍ତ୍ତମାନ ସେଠାରେ ଶତପ୍ରତିଶତ ଉପସ୍ଥାନ ହେଉଛି ବୋଲି ଶିମିଳିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଘଡ଼େଇ ପ୍ରକାଶ କରିଛନ୍ତି। ଜିଲାର ୬ଟି ବିଦ୍ୟାଳୟରେ ଏହିଭଳି ବ୍ୟବସ୍ଥା କରାଯାଇଛି। ନୟାଗଡ଼ ବ୍ଲକର ଇକିରି ପ୍ରାଥମିକ ବିଦ୍ୟାଳୟ ଓ ଉଦୟପୁର ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ବ୍ଲକର ପଦ୍ମାଦେଇପୁର ଓ ଭାଡ଼ିକିଳା ପ୍ରାଥମିକ ବିଦ୍ୟାଳୟ , ଖଣ୍ଡପଡ଼ା ବ୍ଲକ ବିରିଡ଼ିହି ପ୍ରାଥମିକ ବିଦ୍ୟାଳୟରେ ଖେଳ ଉପକରଣ ଯୋଗାଇ ଦିଆଯାଇଛି। ଛାତ୍ରୀଛାତ୍ରମାନଙ୍କର ଶାରୀରିକ ବିକାଶ ପାଇଁ ଆନ୍ଥହିଲ୍‌ କ୍ରିଏଶନ୍‌ ସଂସ୍ଥା ବାଙ୍ଗାଲୋରର ବୈଷୟିକ ପରାମର୍ଶରେ ପୁରୁଣା ମୋଟର ଟାୟାରକୁ ବ୍ୟବହାର କରାଯାଇ ଏହି ଖେଳ ଯନ୍ତ୍ରପାତିଗୁଡ଼ିକ ନିର୍ମାଣ କରାଯାଇଥିବା ଗ୍ରାମ ବିକାଶ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଖେଳ ପିରିୟଡରେ ଖେଳ ଉପକରଣରେ ଭରପୂର ମଜା ନେଉଥିବା ଦେଖିବାକୁ ମିଳିଛି। ସରକାରୀ ବିଦ୍ୟାଳୟରେ ବେସରକାରୀ ବିଦ୍ୟାଳୟ ଭଳି ଖେଳିବାରେ ସୁବିଧା ମିଳୁ ଥିବାରୁ ଆଗାମୀ ଦିନରେ ଏହିଭଳି ବ୍ୟବସ୍ଥା ଜିଲାର ସମସ୍ତ ବିଦ୍ୟାଳୟରେ କରାଗଲେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟମୁହଁା ହେବେ ବୋଲି ବୁଦ୍ଧିଜୀବୀମାନେ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?