ପିଣ୍ଡି ଏକ ଦୁର୍ଗ ସଦୃଶ ରହିଥିଲା

ଖୋର୍ଦ୍ଧା ଅଫିସ,୩୦।୪: ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା, ଏ ମାଟିର ଗର୍ବ ଓ ଗୌରବ। ଭାରତ ସ୍ବାଧୀନତା ସଂଗ୍ରାମରେ ପାଇକ ବିଦ୍ରୋହ ଇତିହାସର ସ୍ବର୍ଣ୍ଣାକ୍ଷାରରେ ଲିପିବଦ୍ଧ ହୋଇ ରହିଛି। ଏହି ଐତିହାସିକ ସଂଗ୍ରାମ ପଛର ମହାନାୟକଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ୧୯୯୯ ମସିହାରେ ଗଡ଼ଖୋର୍ଦ୍ଧା ଛକରେ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିି ସ୍ଥାପନ କରାଯାଇଥିଲା। ସେହି ସମୟରେ ଏହି ପ୍ରତିମୂର୍ତ୍ତି ଏବଂ ପିଣ୍ଡି ନକ୍ସା ପ୍ରସ୍ତୁତ କରିଥିଲେ ଚିତ୍ରଶିଳ୍ପୀ ସରୋଜ ଭଞ୍ଜ। ଭୁବନେଶ୍ୱର ଖଣ୍ଡଗିରି କୋଳଥିଆ ଛକରେ ରୁହନ୍ତି ସରୋଜ। ଶନିବାର ଗଡ଼ଖୋର୍ଦ୍ଧା ଛକରୁ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ବେଳେ ଉପସ୍ଥିତ ଥିଲେ ସରୋଜ। ସେ ଅଭୁଲା ସ୍ମୃତିକୁ ସାଉଁଟିଥିଲେ। ଏନେଇ ସରୋଜ କୁହନ୍ତି, ତତ୍କାଳୀନ ଖୋର୍ଦ୍ଧା ବିଧାୟକ ଦିଲୀପ ଶ୍ରୀଚନ୍ଦନଙ୍କ ପରାମର୍ଶକ୍ରମେ ଏହି ପ୍ରତିମୂର୍ତ୍ତିର ନକ୍ସା, ଡାଏଗ୍ରାମ ପ୍ରସ୍ତୁତ କରିଥିଲି। ଏହାକୁ ସମ୍ପୂର୍ଣ୍ଣ ରୂପ ଦେବାକୁ ୬ ମାସ ଲାଗିଥିଲା। ଯେପରି ମୂର୍ତ୍ତି ନିର୍ମାଣରେ କୌଣସି ଭୁଲ ରହି ନ ଯାଏ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦେଇଥିଲି। ସେହି ସମୟରେ ଓଡ଼ିଶା ଓ ଖୋର୍ଦ୍ଧା ଇତିହାସ ଉପରେ ଗବେଷଣା କରୁଥିବା ବହୁ ଗବେଷକଙ୍କ ସହ ଆଲୋଚନା କରାଯାଇଛି। ବହୁ ଘାତପ୍ରତିଘାତ ପରେ ସମସ୍ତ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିର ଶେଷ ସ୍ପର୍ଶ ଦେଇଥିଲି। ଏହି ପ୍ରତିମୂର୍ତ୍ତି ସ୍ଥାପନ ଲାଗି ଗଡ଼ଖୋର୍ଦ୍ଧା ଛକରେ ୮ ଫୁଟର ପିଣ୍ଡି ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ମାଟିରେ ପୋତି ହୋଇଯାଇଛି। ପଞ୍ଚ ପାଇକ ବସିଥିବା ପିଣ୍ଡି ଦେଖିବାକୁ ଏକ ଦୁର୍ଗ ସଦୃଶ। ମଝିରେ ବକ୍ସିଙ୍କ ପ୍ରତିମୂର୍ତ୍ତିି ତଳେ ଲାଗିଥିବା ସ୍ମାରକୀ ଫଳକ ଦୁର୍ଗ ଗମ୍ବୁଜ ଆକାର ରହିଛି। ଦୂରରୁ ଦେଖିଲେ ଯେପରି ଏକ ଦୁର୍ଗ ଉପରେ ପଞ୍ଚ ପାଇକ ବସିଛନ୍ତି, ସେପରି ପ୍ରତୀୟମାନ ହେବ। ଏହି ପିଣ୍ଡି ସେ ସମୟରେ ନରଣଗଡ଼ର ଖଣ୍ଡେଲାଇଟ ପଥରରେ ନିର୍ମାଣ କରାଯାଇଥିଲା।
ସେହିପରି ପଲ୍ଲା ଛକରେ ବକ୍ସିଙ୍କ ଘୋଡ଼ା ଉପରେ ଯୋଦ୍ଧା ବେଶରେ ଆକ୍ରମଣାତ୍ମକ ଭଙ୍ଗିରେ ନିର୍ମାଣ କରାଯାଇଛି। ଘୋଡ଼ା ପ୍ରାୟ ୪ ଫୁଟ ଏବଂ ସମ୍ପୂର୍ଣ୍ଣ ମୂର୍ତ୍ତି ୧୦ଫୁଟ ହେବ। ଘୋଡ଼ା ଉପରେ ବକ୍ସି ଜଂଘ ପାଖରେ ବେଙ୍ଗପାଟିଆ ବେଲ୍ଟ, ବାଜୁ ବନ୍ଧ, ଫେରିକଛା, ନାଗର ଜୋତା, ଛାତିରେ ସାଞ୍ଜୁ, ଗୋଟିଏ ପାର୍ଶ୍ୱରେ ଧାରୁଆ ଖଣ୍ଡା ଏବଂ ଅନ୍ୟ ପାର୍ଶ୍ୱରେ ଯୁଦ୍ଧକୁ ଯିବା ବେଳେ ଭାଲାକୁ ହାତରେ ଧରିଥିବା ଅବସ୍ଥାରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଏହାକୁ ନିକଟରୁ ଅନୁଧ୍ୟାନ କଲେ, ବକ୍ସି ଯୋଦ୍ଧା ବେଶରେ ରହିଛନ୍ତି। ୨୦୦୬ରେ ଦିଲ୍ଲୀ ସଂସଦ ଭବନରେ ବକ୍ସିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସୁଯୋଗ ମିଳିଥିଲା। ଏହାର ସମ୍ପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିଥିଲି। ତେବେ ପରବର୍ତ୍ତୀ ସମୟରେ ସମ୍ଭବ ହୋଇପାରି ନ ଥିଲା ବୋଲି ସରୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri