ପିଠା ପ୍ରତିଯୋଗିତା, ପ୍ରଦର୍ଶନୀ

ବାଲେଶ୍ୱର ଅଫିସ, ୨୫।୨-ବାଲେଶ୍ୱର ସହର ସ୍ଥାନୀୟ ଟାଉନହଲ୍‌ଠାରେ ବାଲେଶ୍ୱର ‘ଇନ୍‌ଟାକ୍‌’ ଚାପ୍ଟରର ତୃତୀୟ ଆକର୍ଷଣୀୟ ପୀଠା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୨ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ବୀଣା ନନ୍ଦୀ ପ୍ରଥମ, ରଶ୍ମି ସାହୁ ଦ୍ୱିତୀୟ ଓ ବେବିରାଣୀ ଦାସ ତୃତୀୟ ସ୍ଥାନ ହାସଲ କରିବା ସହ ୧୦ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପୋଡ଼ ତଥା ସିଝା ପିଠା ସବୁକୁ ମୂଲ୍ୟାୟନ ପାଇଁ ଗ୍ରହଣ କରାଯାଇଥିଲା। ଅନ୍ୟ ସମସ୍ତ ପ୍ରକାର ପିଠା ପ୍ରଦର୍ଶନୀରେ ଦର୍ଶକମାନଙ୍କୁ ବିକ୍ରୟ ପାଇଁ ରଖାଯାଇଥିଲା। ଅତିଥିମାନେ କାର୍ଯ୍ୟକ୍ରମକୁୁ ପ୍ରଶଂସା କରିଥିଲେ। ପିଠାର ମହତ୍ତ୍ୱ ଆଜିକାଲିର ଫାଷ୍ଟଫୁଡ୍‌ ଯୁଗରେ କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଉପଲବ୍ଧି କରିଥିଲେ।
ବାଲେଶ୍ୱର ‘ଇନ୍‌ଟାକ୍‌’ ଚାପ୍ଟରର ଆବାହକ ହିମାଂଶୁ ଦାଶ ସଭାପତିତ୍ୱ କରିଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅନ୍ୟ ସବୁ ସଂସ୍ଥାଙ୍କୁ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ସହଆବାହକ ଉଦୟ ରଞ୍ଜନ ଦାସ ବର୍ତ୍ତମାନ ପରିସ୍ଥିତିରେ ପାରମ୍ପରିକ ପିଠା ପ୍ରତିଯୋଗିତାର ଆବଶ୍ୟକତା ଏବଂ ବିଲୁପ୍ତପ୍ରାୟ ପୀଠାର ପୁନଃ ମୂଲ୍ୟାୟନର ସମୟ ଆସିଛି ବୋଲି କହିଥିଲେ। ଚାନ୍ଦିପୁର ପାନ୍ଥନିବାସର ମ୍ୟାନେଜର ସୟଦ ତାରିକ ଅଲ୍ଲୀ, ଅଧ୍ୟାପିକା ବନ୍ଦନା ମହାପାତ୍ର ଓ କୁମ୍‌କୁମ୍‌ ଦାସ ବିଚାରକ ଭାବେ ଯୋଗଦେଇଥିବା ବେଳେ ‘ଇନ୍‌ଟାକ୍‌’ ସଭ୍ୟା ଅଲିଭା ଦାସ, ସଂଘମିତ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଜିଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ହରିହର ଜେନା ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅର୍ଚ୍ଚନା ନନ୍ଦୀ, ଭାବଗ୍ରାହୀ ମହାନ୍ତି ପରିଚାଳନା କରୁଥିବାବେଳେ ସହ-ଆବାହକ ନିକୁଞ୍ଜ ବିହାରୀ ଦାସ, ସଭ୍ୟ ବିଶ୍ୱନାଥ ରଣା, ସପନ ମହାପାତ୍ର, ପ୍ରଦୀପ୍ତ ପଣ୍ଡା, ଯଶୋଦା ନନ୍ଦନ ଆଶ୍‌, କିଶୋର ଚକ୍ରବର୍ତ୍ତୀ, ହରେନ ରଣା, ଗୌରବ ବେହେରା, ମାତୃଦତ୍ତ ଦାସ, ଗୀତାଞ୍ଜଳି ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri