ପିଠା ପ୍ରତିଯୋଗିତା, ପ୍ରଦର୍ଶନୀ

ବାଲେଶ୍ୱର ଅଫିସ, ୨୫।୨-ବାଲେଶ୍ୱର ସହର ସ୍ଥାନୀୟ ଟାଉନହଲ୍‌ଠାରେ ବାଲେଶ୍ୱର ‘ଇନ୍‌ଟାକ୍‌’ ଚାପ୍ଟରର ତୃତୀୟ ଆକର୍ଷଣୀୟ ପୀଠା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୨ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ବୀଣା ନନ୍ଦୀ ପ୍ରଥମ, ରଶ୍ମି ସାହୁ ଦ୍ୱିତୀୟ ଓ ବେବିରାଣୀ ଦାସ ତୃତୀୟ ସ୍ଥାନ ହାସଲ କରିବା ସହ ୧୦ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପୋଡ଼ ତଥା ସିଝା ପିଠା ସବୁକୁ ମୂଲ୍ୟାୟନ ପାଇଁ ଗ୍ରହଣ କରାଯାଇଥିଲା। ଅନ୍ୟ ସମସ୍ତ ପ୍ରକାର ପିଠା ପ୍ରଦର୍ଶନୀରେ ଦର୍ଶକମାନଙ୍କୁ ବିକ୍ରୟ ପାଇଁ ରଖାଯାଇଥିଲା। ଅତିଥିମାନେ କାର୍ଯ୍ୟକ୍ରମକୁୁ ପ୍ରଶଂସା କରିଥିଲେ। ପିଠାର ମହତ୍ତ୍ୱ ଆଜିକାଲିର ଫାଷ୍ଟଫୁଡ୍‌ ଯୁଗରେ କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଉପଲବ୍ଧି କରିଥିଲେ।
ବାଲେଶ୍ୱର ‘ଇନ୍‌ଟାକ୍‌’ ଚାପ୍ଟରର ଆବାହକ ହିମାଂଶୁ ଦାଶ ସଭାପତିତ୍ୱ କରିଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅନ୍ୟ ସବୁ ସଂସ୍ଥାଙ୍କୁ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ସହଆବାହକ ଉଦୟ ରଞ୍ଜନ ଦାସ ବର୍ତ୍ତମାନ ପରିସ୍ଥିତିରେ ପାରମ୍ପରିକ ପିଠା ପ୍ରତିଯୋଗିତାର ଆବଶ୍ୟକତା ଏବଂ ବିଲୁପ୍ତପ୍ରାୟ ପୀଠାର ପୁନଃ ମୂଲ୍ୟାୟନର ସମୟ ଆସିଛି ବୋଲି କହିଥିଲେ। ଚାନ୍ଦିପୁର ପାନ୍ଥନିବାସର ମ୍ୟାନେଜର ସୟଦ ତାରିକ ଅଲ୍ଲୀ, ଅଧ୍ୟାପିକା ବନ୍ଦନା ମହାପାତ୍ର ଓ କୁମ୍‌କୁମ୍‌ ଦାସ ବିଚାରକ ଭାବେ ଯୋଗଦେଇଥିବା ବେଳେ ‘ଇନ୍‌ଟାକ୍‌’ ସଭ୍ୟା ଅଲିଭା ଦାସ, ସଂଘମିତ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଜିଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ହରିହର ଜେନା ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅର୍ଚ୍ଚନା ନନ୍ଦୀ, ଭାବଗ୍ରାହୀ ମହାନ୍ତି ପରିଚାଳନା କରୁଥିବାବେଳେ ସହ-ଆବାହକ ନିକୁଞ୍ଜ ବିହାରୀ ଦାସ, ସଭ୍ୟ ବିଶ୍ୱନାଥ ରଣା, ସପନ ମହାପାତ୍ର, ପ୍ରଦୀପ୍ତ ପଣ୍ଡା, ଯଶୋଦା ନନ୍ଦନ ଆଶ୍‌, କିଶୋର ଚକ୍ରବର୍ତ୍ତୀ, ହରେନ ରଣା, ଗୌରବ ବେହେରା, ମାତୃଦତ୍ତ ଦାସ, ଗୀତାଞ୍ଜଳି ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri