ପଣଜୀ,୨୨।୬: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ମନୋହର ପାରିକର ଆମେଥିର ଯେଉଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ସେହି ଗ୍ରାମ ଗସ୍ତରେ ଶନିବାର ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ। ଏଠାରେ ସେ ସାଧାରଣ ଜନତାଙ୍କ ସହ ମିଶିଛନ୍ତି ଓ ସେମାନଙ୍କର ଭଲମନ୍ଦ ସମ୍ପର୍କରେ ପଚାରି ବୁଝିଛନ୍ତି। ତେବେ ଗତ ମାସରେ ମୃତ୍ୟୁ ହୋଇଥିବା ବରାଉଲିର ଗାଁ ମୁଖିଆ ସୁରେନ୍ଦ୍ର ସିଂଙ୍କ ଘରକୁ ମଧ୍ୟ ଯାଇଛନ୍ତି ସ୍ମୃତି ଓ ପ୍ରମୋଦ।