ପାରାଦୀପ ପୌର ପାଳିକାର ବାର୍ଷିକ ବଜେଟ : ୫୭ କୋଟି ୮୨ଲକ୍ଷର ବ୍ୟୟ ଅଟକଳ

ପାରାଦୀପ,୯ା୭(ସ୍ବ.ପ୍ର.): ଆଉ ୭ ମାସ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ସୋମବାର ପାରାଦୀପ ପୌର ପାଳିକା ପକ୍ଷରୁ ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହୋଇଛି। ଏଥିରେ ମୋଟ୍‌ ୫୭ କୋଟି ୮୨ଲକ୍ଷ ୩୬ ହଜାର ୪୧୮ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଚଳିତଥର ବଜେଟରେ ବିଶେଷକରି ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଗତବର୍ଷ ସେପ୍ଟେମ୍ବର ୮ରୁ ୧୨ ତାରିଖ ୫ଦିନ ଧରି ପ୍ରବଳ ବର୍ଷା ହେବା ଯୋଗୁ ପାରାଦୀପ ଟାଉନ୍‌ସିପ୍‌ ଜଳବନ୍ଦୀ ରହିଥିଲା। ଜଳ ନିଷ୍କାସନ ପାଇଁ ସେତେବେଳେ ପୌର କର୍ତ୍ତୃପକ୍ଷ ବଦନାମ ହୋଇଥିଲେ। ତେଣୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ବିଧାୟକ ସମ୍ବିତ ରାଉତରାୟ ଏହି ବଜେଟ ଉପସ୍ଥାପନ କରିବା ସହ ପୌରାଞ୍ଚଳବାସୀଙ୍କ ବିକାଶକୁ ସବୁ ଦିଗରୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।
ପୌରାଞ୍ଚଳର ୧୯ଟି ଓ୍ବାର୍ଡରେ ଥିବା ୨୫ ବସ୍ତି ବିକ୍ଷିପ୍ତ ଭାବେ ରହିଛି। ବନ୍ଦର ଓ ଶିଳ୍ପ ସମ୍ପ୍ରସାରଣ ପାଇଁ କେତେକ ବସ୍ତି ଉଚ୍ଛେଦ ହେବାର ସମ୍ଭାବନା ରହିଛି। ସେଥିପାଇଁ ବସ୍ତି ଲୋକଙ୍କୁ ଥଇଥାନ କରିବାକୁ ସହରାଞ୍ଚଳ ଥଇଥାନ ଯୋଜନା ଓ ପୌର ପାଳିକା ବସ୍ତି ଥଇଥାନ ପ୍ରତି ଧ୍ୟାନ ଦିଆଯାଇଛି। ପୌରାଞ୍ଚଳକୁ ବାହ୍ୟ ମଳମୁକ୍ତ କରିବା ପାଇଁ ଆଉ ଅଧିକ ୨୦ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ ଓ ପରିମଳ ବ୍ୟବସ୍ଥା ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରାଯିବ। ଗତ ୬ ତାରିଖରେ ହୋଇଥିବା ବଜେଟ ପ୍ରାକ୍‌ ଆଲୋଚନାରେ ଅଧିକାଂଶ ଲୋକ ଅଠରବାଙ୍କୀ-ଦୋଛକି ରାସ୍ତା ସମ୍ପର୍କରେ କହିଥିଲେ। ଏହି ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଉକ୍ତ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ବାଇପାସ ନିର୍ମାଣ ପାଇଁ ଦାବି ଉଠିଥିଲା। ତେଣୁ ସେଥିପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି। ଏଥିସହ ଉଠା ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସ୍ବତନ୍ତ୍ର ଭେଣ୍ଡିଂ ଜୋନ କରିବା ସହ ପରିଚୟପତ୍ର ପ୍ରଦାନ କରାଯିବ। ବସ୍‌ ଓ ଯାତ୍ରୀବାହୀ ଗାଡି ରହଣୀସ୍ଥଳରେ ଆଶ୍ରୟ କେନ୍ଦ୍ର ହେବ। ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଜରିଆରେ ସ୍ବୟଂସହାୟିକା ଦଳକୁ ବ୍ୟକ୍ତିଗତ ଓ ଦଳଗତ ଭାବେ ଆର୍ଥିକ ସହାୟତା, ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବାକୁ ପ୍ରସ୍ତାବ ରହିଛି। ଏଥିସହ ପର୍ଯ୍ୟଟକଙ୍କ ପାଇଁ ସ୍ମାର୍ଟ ପାର୍କିଂ, ବିଜ୍ଞାନ କେନ୍ଦ୍ର, ପ୍ଲାନେଟୋରିୟମ, ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ବଜେଟରେ ପ୍ରସ୍ତାବ ରହିଛି। ବଜେଟ ଉପସ୍ଥାପନ ବେଳେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତି ନାୟକ, ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି ଓ କାଉନ୍‌ସିଲରମାନେ ଉପସ୍ଥିତ ଥିଲେ। ବଜେଟ ସମ୍ପର୍କରେ ବିଧାୟକ ରାଉତରାୟ କହିଛନ୍ତି ଯେ ପାରାଦୀପ ଲୋକଙ୍କ ପାଇଁ ଅନେକ କିଛି କରିବାର ଅଛି। କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରୁଛି ପାରଦାୀପ ବନ୍ଦର। ଆଗାମୀ ଦିନରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଅଧିକ ଲୋକଙ୍କୁ କିପରି ସରକାରୀ ଯୋଜନାର ସୁଫଳ ମିଳିବ ସେ ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ, ପାରାଦୀପ ପୌର ପାଳିକା ଓ ବନ୍ଦର ମଧ୍ୟରେ ସୀମାକୁ ନେଇ ୪୦ବର୍ଷ ହେଲା ବିବାଦ ଲାଗି ରହିଛି। ଏଭଳି ଯୌଥ ଶାସନ ବ୍ୟବସ୍ଥା ଯୋଗୁ ଲୋକେ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri