ପାଣି ଟାଙ୍କିରୁ ୨ କଙ୍କାଳ ଜବତ: ଲୋକେ କହୁଛନ୍ତି ମାନବ କଙ୍କାଳ, ପୋଲିସ କହିଲା ମାଙ୍କଡ଼ର

ଯାଜପୁର ସଦର, ୨୦ା୧୧ (ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତର ନିଶ୍ଚନ୍ତା ଗ୍ରାମ ନିକଟରେ ନିର୍ମାଣାଧୀନ ପାନୀୟ ଜଳଯୋଗାଣ ପ୍ରକଳ୍ପର ଟାଙ୍କି ଭିତରୁ ସୋମବାର ପୂର୍ବାହ୍ନରେ ୨ଟି କଙ୍କାଳ ଜବତ ହୋଇଛି। ତାହା ମାନବକଙ୍କାଳ ବୋଲି ସ୍ଥାନୀୟ ଲୋକେ କହିବା ସହ ଏହାକୁ ନେଇ ନାନା ଆଲୋଚନା ହେଉଛି। କିନ୍ତୁ ତାହା ମାଙ୍କଡ଼ କଙ୍କାଳ ବୋଲି ଯାଜପୁର ସଦର ଥାନା ଅଧିକାରୀ ଅନିରୁଦ୍ଧ ନାୟକ କହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ ଗ୍ରାମର ପିଲାମାନେ ଲୁଚକାଳି ଖେଳ ଖେଳୁଥିଲେ। ଦୁଇଜଣ ପିଲା ଲୁଚିବା ପାଇଁ ପାଣିଟାଙ୍କି ଉପରକୁ ଚଢ଼ିଥିଲେ। ସେମାନେ ଟାଙ୍କି ଉପରେ ଥିବା ଫାଙ୍କରେ ଦୁଇଟି ଖପୁରି ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହୋଇଯିବାରୁ ଘଟଣାସ୍ଥଳରେ ଶତାଧିକ ଲୋକଙ୍କ ଭିଡ଼ ଲାଗିଥିଲା। ଖବର ପାଇ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବରୁଆଁ ଅଗ୍ନିଶମ ବାହିନୀ ସହ ଯୋଗାଯୋଗ କରିଥିଲେ। ବରୁଆଁ ଅଗ୍ନିଶମ ବାହିନୀର ଅଫିସର ରବୀନ୍ଦ୍ର କେତନ ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ମଧ୍ୟରୁ କଙ୍କାଳ ଦୁଇଟିକୁ ବାହାର କରି ତଳକୁ ଆଣିଥିଲେ। ଖବର ପାଇ ଏସ୍‌ପି ବିନିତ୍‌ ଅଗ୍ରୱାଲ, ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା, ସଦର ଥାନା ଅଧିକାରୀ ଅନିରୁଦ୍ଧ ନାୟକ, ସାଇଣ୍ଟିଫିକ ଟିମ୍‌ ଓ ସ୍ଥାନୀୟ ସରପଞ୍ଚ ସୁଜିତ ରାୟଙ୍କ ଉପସ୍ଥିତିରେ କଙ୍କାଳ ଦୁଇଟିକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରୀକ୍ଷାଗାରକୁ ପଠାଇଥିଲେ। ତେବେ କଙ୍କାଳ ସହ କୌଣସି ପୋଷାକ ମିଳି ନ ଥିବାବେଳେ ଲୋମ ମିଳିଛି। ପରୀକ୍ଷାନିରୀକ୍ଷାରୁ ଏହି କଙ୍କାଳ ମାଙ୍କଡ଼ର ବୋଲି ଜଣାପଡ଼ିଥିବା ଥାନାଧିକାରୀ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri