ପାଠ ପଢ଼ାଇବାକୁ ନାହାନ୍ତି ଶିକ୍ଷକ: ଅନିଶ୍ଚିତତାରେ ବିଇଡି ଶିକ୍ଷା

ଢେଙ୍କାନାଳ ଅଫିସ, ୨୬।୯ – ହାଇସ୍କୁଲସ୍ତରୀୟ ଶିକ୍ଷା ପାଇଁ ଖୋଜାପଡ଼ନ୍ତି ଅନୁଭୂତିସମ୍ପନ୍ନ ଶିକ୍ଷକ। ଶିକ୍ଷକ ଅଭାବ ପୂରଣ କରିବା ଏବଂ ଏଥିଲାଗି ମାନସିକସ୍ତରରେ ପ୍ରସ୍ତୁତ ହେଉଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବା ଲାଗି ସରକାରୀସ୍ତରରେ ଆରମ୍ଭ ହୋଇଛି ବିଇଡି ପାଠ୍ୟକ୍ରମ। ହେଲେ ପ୍ରଶିକ୍ଷଣ କେନ୍ଦ୍ରରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାକୁ ସତେ ଯେମିତି ଭୁଲିଯାଇଛନ୍ତି ସରକାର। ଫଳରେ ବିଭିନ୍ନ ସ୍ଥାନରେ ବିଇଡି ପାଠ୍ୟକ୍ରମର ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଏହାର ସଦ୍ୟତମ ଉଦାହରଣ ହେଲା ଢେଙ୍କାନାଳ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ।
୨୦୧୬-୧୭ ଶିକ୍ଷାବର୍ଷରେ ଢେଙ୍କାନାଳ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆରମ୍ଭ ହୋଇଥିଲା ବିଇଡି ଶିକ୍ଷା ପାଠ୍ୟକ୍ରମ। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଏହି ପାଠ୍ୟକ୍ରମ ଖୋଲାଯାଇଛି। ଏଠାରେ ୫୭ଜଣ ଛାତ୍ରୀଛାତ୍ର ପାଠ ପଢ଼ିବା ସୁବିଧା ରହିଛି। ଇତି ମଧ୍ୟରେ ଦୁଇବର୍ଷ ବିତିଯାଇଥିବାବେଳେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଏଠାରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ବିଇଡି ପାଠ୍ୟକ୍ରମ ଖୋଲିବା ପୂର୍ବର ପ୍ରତିଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରାଯାଇଥିଲା। ଏହାର ପରିସରକୁ ଉନ୍ନତିକରଣ କରିବା ପରେ ଆରମ୍ଭ ହୋଇଥିଲା ଦୁଇବର୍ଷିଆ ବିଇଡି ଶିକ୍ଷା ପାଠ୍ୟକ୍ରମ। ପ୍ରାରମ୍ଭରେ ୭ଜଣ ଠିକା ଶିକ୍ଷକଙ୍କୁ ଶିକ୍ଷାଦାନ ଲାଗି ନିଯୁକ୍ତି ଦିଆଯାଇଥିଲା। ହେଲେ ୨ଜଣ ନ ଆସିବାରୁ ୫ଜଣରେ ଆରମ୍ଭ ହୋଇଥିଲା ପାଠପଢ଼ା। ୨୦୧୯ ଅଗଷ୍ଟ ୩୧ରେ ସମ୍ପୃକ୍ତ ଶିକ୍ଷକଙ୍କ ଚୁକ୍ତି ଅବଧି ପୂରଣ ହୋଇଛି। ଫଳରେ ପାଠ ପଢ଼ାଇବା ଲାଗି ଶିକ୍ଷକ ଅଭାବ ଦେଖାଦେଇଛି। ଏପରି ସ୍ଥିତିରେ ଡିପ୍ଲୋମ ଇନ୍‌ ଏଲିମେଣ୍ଟାରି ଏଜୁକେଶନ ପାଠ୍ୟକ୍ରମର ଅଧ୍ୟକ୍ଷଙ୍କ ସମେତ କେତେଜଣ ବରିଷ୍ଠ ଶିକ୍ଷକ କାମଚଳା ଭାବେ ନବାଗତ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି। ସମସ୍ୟାକୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ନୀରବତା ପାଠ୍ୟକ୍ରମର ଭବିଷ୍ୟତକୁ ସନ୍ଦିହାନ କରିଦେଇଛି। ପାଠ୍ୟକ୍ରମ ଖୋଲିବାର ୨ବର୍ଷ ଭିତରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ଯେ କୌଣସି ସମୟରେ ଏହାକୁ ଉଠାଇ ନିଆଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଲାଣି।
ଏ ନେଇ ପ୍ରତିଷ୍ଠାନର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର କୁହନ୍ତି, ସ୍ଥାୟୀ ଶିକ୍ଷକ ନିଯୁକ୍ତି ହୋଇ ନ ଥିବା ସତ୍ତ୍ୱେ ଠିକା ଶିକ୍ଷକଙ୍କ ଦ୍ୱାରା ଭଲରେ ପାଠପଢ଼ା ଚାଲିଥିଲା। ହେଲେ ପାଖାପାଖି ମାସେ ହେଲା ସେମାନଙ୍କ ଚୁକ୍ତି ଅବଧି ପୂରଣ ହୋଇସାରିଛି। ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଠିକା ଶିକ୍ଷକଙ୍କ ଚୁକ୍ତି ନବୀକରଣ ହେବା ସମ୍ଭାବନା ରହିଛି। ଏହା ହେଲେ ପୁଣି ଥରେ ପାଠପଢ଼ା ସ୍ବାଭାବିକ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri