ଧସିଲା ପାହାଡ଼: ମା’ ସିଦ୍ଧ ବାଙ୍କେଶ୍ୱରୀଙ୍କ ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି,୨୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ଶୀର୍ଷରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସିଦ୍ଧ ବାଙ୍କେଶ୍ୱରୀ ପ୍ରତ୍ୟକ୍ଷ ଦେବୀ ଭାବେ ବିଦ୍ୟମାନ। ମା’ ସମସ୍ତ ଭକ୍ତଙ୍କ ମନବାଞ୍ଛା ପୂର୍ଣ୍ଣ କରିଥାନ୍ତି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ୨ ଦିନଧରି ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ଅତଡ଼ା ଖସିବାରୁ ମା’ ସିଦ୍ଧ ବାଙ୍କେଶ୍ୱରୀଙ୍କ ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପାହାଡ଼ରୁ ବର୍ଷାପାଣି ଓ ଝରଣା ପାଣି ରାସ୍ତା ଉପରକୁ ମାଡ଼ି ଆସିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମା’ ସମସ୍ତ ଭକ୍ତଙ୍କ ମନବାଞ୍ଛା ପୂର୍ଣ୍ଣ କରିଥାନ୍ତି। ଏଣୁ ଏହି ବିଶ୍ବାସ ନେଇ ଶ୍ରଦ୍ଧାଳୁମାନେ ପୂର୍ବରୁ ଦୁର୍ଗମ ଜଙ୍ଗଲ ରାସ୍ତା ଅତିକ୍ରମ କରି ଏଠାକୁ ଆସୁଥିଲେ। ପରେ ଅଞ୍ଚଳବାସୀଙ୍କ ବହୁବାର ଉଦ୍ୟମ କ୍ରମେ ଦିଗପହଣ୍ଡି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ କେରାଣ୍ଡି ମାଳ ପର୍ବତ ଉପରେ ଥିବା ନିଜ ବାଙ୍କେଶ୍ୱରୀ ଶକ୍ତିପୀଠ ରାସ୍ତାକୁ ଚଉଡ଼ା କରାଯିବା, ଶକ୍ତିପୀଠକୁ ଅଗ୍ରଣୀ ପର୍ଯ୍ୟଟନୀ ସ୍ଥଳୀରେ ପରିଣତ କରାଯିବା, ଯାତ୍ରୀଙ୍କ ରହିବା ସକାଶେ ପାନ୍ଥନିବାସ ନିର୍ମାଣ କରିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ସହ ସେ ଆଲୋଚନା କରିବେ ବୋଲି ଗତ ୨୦୨୪ ଅକ୍ଟୋବର ୪ ତାରିଖରେ ଦିଗପହଣ୍ଡି ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର ବାଙ୍କେଶ୍ୱରୀଙ୍କ ପୀଠ ରେ ଆୟୋଜିତ ଏକ ସଭାରେ ବିଭିନ୍ନ ଗ୍ରାମରୁ ଆସିଥିବା ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ଶକ୍ତିପୀଠକୁ ଆଜି ଯାଏ ପକ୍କା ରାସ୍ତା ନିର୍ମାଣ ହୋଇପାରି ନ ଥିବା ଜଣାପଡିଛି। ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଏହି ରାସ୍ତାକୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପବନରେ ଛିଡ଼ିଲା ବିଦ୍ୟୁତ୍‌ତାର, ୬ ମେଣ୍ଢା ସହ ଗୋଟିଏ ଛେଳିର ଜୀବନ ଗଲା

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡୁବୁଲି ଛକ ନିକଟରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ଖୁଣ୍ଟ…

ଭାରତୀୟ ପରମ୍ପରା ଭୁଲିନାହାନ୍ତି ପ୍ରିୟଙ୍କା: ସ୍ବାମୀଙ୍କ ସହ ମିଶି ପାଳିଲେ କରୱାଚୌଥ ବ୍ରତ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜି ବି ନିଜ ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଅଛନ୍ତି। ବିଦେଶରେ…

ପାହାଡ଼ରୁ ମାଡ଼ି ଆସିଲା ବର୍ଷା ପାଣି, ଧସିଲା ପଥର, ଭାସିଗଲା ଘର

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେସି ଗ୍ରାମରେ ଏକ ବଡ଼ଧରଣର…

ଗାଜଲବାଡ଼ି ଘାଟିରେ ପୁଣି ଭୂସ୍ଖଳନ: ଫନିରେ ଯେଉଁଠି ଧସିଥିଲା ପାହାଡ଼, ସେହି ସ୍ଥାନରେ ପୁଣି ଅଘଟଣ

ଦାରିଙ୍ଗବାଡ଼ି, ୨୯।୧୦(ଅରୁଣ ସାହୁ):୨୦୧୯ ମସିହାରେ ବାତ୍ୟା ‘ଫନି’ ସମୟରେ ଗାଜଲବାଡ଼ି ଘାଟିରେ ଘଟିଥିବା ଭୂସ୍ଖଳନର ସ୍ମୃତି ପୁଣି ତାଜା ହୋଇଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଏହି ଘାଟିରେ…

ଭାରତ ଉପରେ ‘ଏଲ ନିନୋ’ (El Ni୦o) ର ଗମ୍ଭୀର ପ୍ରଭାବ; ଦେଶରେ ୬ ମାସ ମଧ୍ୟରେ ୫୫ହଜାର ଲୋକଙ୍କର ହୋଇପାରେ ମୃତ୍ୟୁ!

ନୂଆଦିଲ୍ଲୀ,୨୯।୧୦: ‘ସୁପର’ ଏଲ ନିନୋ ଯୋଗୁ, ବିଶ୍ୱ ବୃଷ୍ଟିପାତ ଢାଞ୍ଚା ପରିବର୍ତ୍ତନ ହେଉଛି ଏବଂ 2026 ରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିକ୍ରିୟା ସ୍ବରୂପ, ‘କ୍ଲାଇମେଟ ଇମ୍ପାକ୍ଟ…

ଖବର ପ୍ରସାରଣ ପରେ ସନ୍ତୋଷୀଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ସହର ସାନ ବଜାରସ୍ଥିତ ଓ୍ବାର୍ଡ ନଂ ୭ ବାଲିସାହି ସନ୍ତୋଷୀ…

ନିର୍ଜନ ଜଙ୍ଗଲ ଭିତରକୁ ଆଲିଆଙ୍କୁ ନେଇଗଲେ ରଣବୀର, ହଠାତ୍‌ ଗାଡ଼ି ରଖି କହିଲେ…

ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀକୁ ନେଇ ପୁଣି ଚର୍ଚ୍ଚା। ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିବା ଏହି ଯୋଡ଼ିଙ୍କ…

ଏହି ବ୍ୟାଙ୍କ୍‌ ଖାତାରେ ଟଙ୍କା ଅଛି କି? ଡିସେମ୍ୱର ୧ରୁ ବଦଳିବ ନିୟମ, ଜାଣନ୍ତୁ ନଚେତ୍‌ ପସ୍ତେଇବେ

ନୂଆଦିଲ୍ଲୀ,୨୯।୧୦: ଆକ୍ସିସ ବ୍ୟାଙ୍କ (Axis Bank) ନିଜର କୋଟି କୋଟି ଖାତାଧାରୀଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଆକାଉଣ୍ଟରେ କମ ଟଙ୍କା ରଖିବା, ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?