ଏହି ବ୍ୟାଙ୍କ୍‌ ଖାତାରେ ଟଙ୍କା ଅଛି କି? ଡିସେମ୍ୱର ୧ରୁ ବଦଳିବ ନିୟମ, ଜାଣନ୍ତୁ ନଚେତ୍‌ ପସ୍ତେଇବେ

ନୂଆଦିଲ୍ଲୀ,୨୯।୧୦: ଆକ୍ସିସ ବ୍ୟାଙ୍କ (Axis Bank) ନିଜର କୋଟି କୋଟି ଖାତାଧାରୀଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଆକାଉଣ୍ଟରେ କମ ଟଙ୍କା ରଖିବା, ନଗଦ ଟଙ୍କା ଉଠାଇବା ଏବଂ ଚେକ ବାଉନ୍ସ ହେବା ଉପରେ ଆପଣଙ୍କୁ ପୂର୍ୱ ଅପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ। ଏହା ସହିତ କ୍ୟାଶ ଟ୍ରାଞ୍ଜାକସନର ଫ୍ରି ଲିମିଟ ମଧ୍ୟ କମିଯିବ। ସେଭିଂସ ଆକାଉଣ୍ଟ ଏବଂ ସାଲାରୀ ଆକାଉଣ୍ଟ ଉଭୟ ଉପରେ ୧ ଡିସେମ୍ୱର ୨୦୨୬ରୁ ଏହି ପରିବର୍ତ୍ତନ ଲାଗୁ ହେବ। ସମ୍ପୂର୍ଣ୍ଣ ବିବରଣୀ ନିମ୍ନରେ ଦିଆଗଲା:

୧. ମିନିମମ ବାଲାନ୍ସ ନରଖିଲେ ଗ୍ରାମୀଣ ଗ୍ରାହକଙ୍କୁ ସବୁଠାରୁ ଅଧିକ କ୍ଷତି:

ଖାତାରେ ସର୍ୱନିମ୍ନ ବାଲାନ୍ସ ବଜାୟ ନରଖିଲେ ବ୍ୟାଙ୍କ ଶର୍ଟଫଲ (ଯେତିକି ଟଙ୍କା କମ ଥାଏ) ଉପରେ ୬% ସର୍ଭିସ ଚାର୍ଜ ଆଦାୟ କରେ। ଏହି ଫର୍ମୁଲା ପୂର୍ୱଭଳି ରହିବ, କିନ୍ତୁ ବ୍ୟାଙ୍କ ସର୍ୱାଧିକ ଜରିମାନାର ସୀମା ବୃଦ୍ଧି କରିଛି।

ପୂର୍ୱରୁ ମେଟ୍ରୋ ଏବଂ ସହରାଞ୍ଚଳରେ ସର୍ୱାଧିକ ୬୦୦ ଟଙ୍କା ଜରିମାନା ଲାଗୁଥିଲା। ସେମି-ଅର୍ୱାନ ଅଞ୍ଚଳରେ ୩୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୧୫୦ ଟଙ୍କା ଥିଲା। କିନ୍ତୁ ଏବେ ୧ ଡିସେମ୍ୱରରୁ ସହର ହେଉ କିମ୍ୱା ଗାଁ, ସବୁଠାର ଗ୍ରାହକଙ୍କୁ ସର୍ୱାଧିକ ୬୦୦ ଟଙ୍କା ହିଁ ଜରିମାନା ଦେବାକୁ ପଡ଼ିବ। ଏନଆରଆଇ (NRI) ଆକାଉଣ୍ଟ ପାଇଁ ମଧ୍ୟ ସର୍ୱାଧିକ ଚାର୍ଜ ୬୦୦ ଟଙ୍କା କରାଯାଇଛି। ତେବେ ଏହି ନିୟମ ସାଲାରୀ ଆକାଉଣ୍ଟ ଉପରେ ଲାଗୁ ହେବ ନାହିଁ।

୨. ନଗଦ କାରବାରର (କ୍ୟାଶ ଟ୍ରାଞ୍ଜାକସନ) ଫ୍ରି ଲିମିଟ ହ୍ରାସ:

ଏବେ ଆପଣଙ୍କୁ ବ୍ୟାଙ୍କରୁ ଟଙ୍କା ଉଠାଇବା କିମ୍ୱା ଜମା କରିବା କ୍ଷେତ୍ରରେ ଅଧିକ ସତର୍କତା ଅବଲମ୍ୱନ କରିବାକୁ ପଡ଼ିବ। ଇଜି ଆକ୍ସେସ, କୃଷି ଏବଂ ସହଜ ଭଳି ସେଭିଂସ ଆକାଉଣ୍ଟଗୁଡ଼ିକ ପାଇଁ ବ୍ୟାଙ୍କ ମାଗଣା ନଗଦ କାରବାରର ସୀମା ହ୍ରାସ କରିଛି।

ପୂର୍ୱରୁ ଆପଣ ମାସକୁ ୪ ଥର କିମ୍ୱା ୧ ଲକ୍ଷ ଟଙ୍କା (ଯାହା ପୂର୍ୱରୁ ହେବ) ପର୍ଯ୍ୟନ୍ତ ମାଗଣାରେ ନଗଦ କାରବାର କରିପାରୁଥିଲେ। ନୂତନ ନିୟମ ଅନୁଯାୟୀ, ଏହି ସୀମା କମାଇ ଏବେ ମାସକୁ ୩ ଥର କିମ୍ୱା ୧ ଲକ୍ଷ ଟଙ୍କା କରିଦିଆଯାଇଛି।

୩. ଚେକ ବାଉନ୍ସ ହେଲେ ପଡ଼ିବ ଭାରୀ:

ଯଦି ଆପଣ ଚେକ ମାଧ୍ୟମରେ ଦେୟ ପ୍ରଦାନ କରୁଛନ୍ତି, ତେବେ ଭୁଲରେ ମଧ୍ୟ ଚେକ ବାଉନ୍ସ ହେବାକୁ ଦିଅନ୍ତୁ ନାହିଁ। ପୂର୍ୱରୁ ଆଉଟୱାର୍ଡ ଚେକ ରିଟର୍ଣ୍ଣ ହେଲେ ପ୍ରଥମ ଥର ୫୦ ଏବଂ ଦ୍ୱିତୀୟ ଥରଠାରୁ ୧୦୦ ଜରିମାନା ଲାଗୁଥିଲା। କିନ୍ତୁ ୧ ଡିସେମ୍ୱରରୁ ବ୍ୟାଙ୍କ ଏହି ରିହାତି ବନ୍ଦ କରିଦେଇଛି। ଏବେ ପ୍ରତ୍ୟେକ ଆଉଟୱାର୍ଡ ଚେକ ରିଟର୍ଣ୍ଣ ଉପରେ ସିଧାସଳଖ ୨୦୦ ର ଫିକ୍ସଡ ଚାର୍ଜ ଲାଗିବ। ଏହି ନିୟମ ବ୍ୟାଙ୍କର ପ୍ରାୟ ସମସ୍ତ ପ୍ରକାରର ସେଭିଂସ ଆକାଉଣ୍ଟ (ଇଜି ଆକ୍ସେସ, ଲିବର୍ଟି, ପ୍ରାୟୋରିଟି, ବରଗଣ୍ଡି ଇତ୍ୟାଦି) ଉପରେ ଲାଗୁ ହେବ।

୪. ଟୋଟାଲ ରିଲେସନସିପ ଭାଲ୍ୟୁ (TRV) ର ସର୍ତ୍ତ ହେଲା କଠୋର:

ବ୍ୟାଙ୍କର ପ୍ରିମିୟମ ଆକାଉଣ୍ଟ ଯଥା ପ୍ରାଇମ, ପ୍ରେଷ୍ଟିଜ, ପ୍ରାୟୋରିଟି, ସମ୍ପନ୍ନ, ଆଡଭାଣ୍ଟେଜ ଏବଂ ଆରାଇଜ ମହିଳା ଆକାଉଣ୍ଟଗୁଡ଼ିକ ପାଇଁ ନିୟମ କଡ଼ାକଡ଼ି କରାଯାଇଛି। ପୂର୍ୱରୁ ଏହି ଆକାଉଣ୍ଟଗୁଡ଼ିକ ପାଇଁ ଟୋଟାଲ ରିଲେସନସିପ ଭାଲ୍ୟୁ ର୍ନିଦ୍ଧାରିତ ସୀମାର ୭୫% ବଜାୟ ରଖିବା ବାଧ୍ୟତାମୂଳକ ଥିଲା, କିନ୍ତୁ ଏବେ ଏହାକୁ ବୃଦ୍ଧି କରି ପୂରା ୧୦୦% କରିଦିଆଯାଇଛି।

ଯଦି ଆପଣଙ୍କର ଖାତା ଅଛି ତେବେ କ’ଣ କରିବେ?

ଯଦି ଆପଣ ଆକ୍ସିସ ବ୍ୟାଙ୍କର ଗ୍ରାହକ ଅଟନ୍ତି, ତେବେ ୧ ଡିସେମ୍ୱର ୨୦୨୬ ପୂର୍ୱରୁ ନିଜ ଆକାଉଣ୍ଟର ପ୍ରକାର ଏବଂ ସେଥିରେ ଥିବା ସର୍ୱନିମ୍ନ ବାଲାନ୍ସ ନିଶ୍ଚୟ ଯାଞ୍ଚ କରିନିଅନ୍ତୁ। ଚେଷ୍ଟା କରନ୍ତୁ ଯେପରି ଆକାଉଣ୍ଟରେ ର୍ନିଦ୍ଧାରିତ ସୀମାଠାରୁ କମ ଟଙ୍କା ନରହେ ଏବଂ ମାସକୁ ୩ ଥରରୁ ଅଧିକ ଅଦରକାରୀ ନଗଦ କାରବାର କରିବାରୁ ଦୂରେଇ ରୁହନ୍ତୁ, ଯାହାଫଳରେ ଆପଣ ଯେକୌଣସି ପ୍ରକାରର ମୋଟା ଅଙ୍କର ଜରିମାନାରୁ ବଞ୍ଚିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପବନରେ ଛିଡ଼ିଲା ବିଦ୍ୟୁତ୍‌ତାର, ୬ ମେଣ୍ଢା ସହ ଗୋଟିଏ ଛେଳିର ଜୀବନ ଗଲା

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡୁବୁଲି ଛକ ନିକଟରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ଖୁଣ୍ଟ…

ଶୁକ୍ରଙ୍କ ବକ୍ରୀ ଚଳନ: ୪ ରାଶିରେ ଭାରି ଖରାପ ପ୍ରଭାବ, ପାଖରୁ ପଳେଇବେ ସବୁ ଟଙ୍କା!

ଶୁକ୍ରଦେବ ନିଜର ଅସ୍ତ ଅବସ୍ଥାରୁ ବାହାରକୁ ଆସିବାକୁ ଯାଉଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ବିବାହ, ସମ୍ପର୍କ, ସୁଖ ଏବଂ ଧନର କାରକ ବୋଲି ବିବେଚନା…

ଭାରତୀୟ ପରମ୍ପରା ଭୁଲିନାହାନ୍ତି ପ୍ରିୟଙ୍କା: ସ୍ବାମୀଙ୍କ ସହ ମିଶି ପାଳିଲେ କରୱାଚୌଥ ବ୍ରତ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜି ବି ନିଜ ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଅଛନ୍ତି। ବିଦେଶରେ…

ପାହାଡ଼ରୁ ମାଡ଼ି ଆସିଲା ବର୍ଷା ପାଣି, ଧସିଲା ପଥର, ଭାସିଗଲା ଘର

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେସି ଗ୍ରାମରେ ଏକ ବଡ଼ଧରଣର…

ଗାଜଲବାଡ଼ି ଘାଟିରେ ପୁଣି ଭୂସ୍ଖଳନ: ଫନିରେ ଯେଉଁଠି ଧସିଥିଲା ପାହାଡ଼, ସେହି ସ୍ଥାନରେ ପୁଣି ଅଘଟଣ

ଦାରିଙ୍ଗବାଡ଼ି, ୨୯।୧୦(ଅରୁଣ ସାହୁ):୨୦୧୯ ମସିହାରେ ବାତ୍ୟା ‘ଫନି’ ସମୟରେ ଗାଜଲବାଡ଼ି ଘାଟିରେ ଘଟିଥିବା ଭୂସ୍ଖଳନର ସ୍ମୃତି ପୁଣି ତାଜା ହୋଇଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଏହି ଘାଟିରେ…

ଭାରତ ଉପରେ ‘ଏଲ ନିନୋ’ (El Ni୦o) ର ଗମ୍ଭୀର ପ୍ରଭାବ; ଦେଶରେ ୬ ମାସ ମଧ୍ୟରେ ୫୫ହଜାର ଲୋକଙ୍କର ହୋଇପାରେ ମୃତ୍ୟୁ!

ନୂଆଦିଲ୍ଲୀ,୨୯।୧୦: ‘ସୁପର’ ଏଲ ନିନୋ ଯୋଗୁ, ବିଶ୍ୱ ବୃଷ୍ଟିପାତ ଢାଞ୍ଚା ପରିବର୍ତ୍ତନ ହେଉଛି ଏବଂ 2026 ରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିକ୍ରିୟା ସ୍ବରୂପ, ‘କ୍ଲାଇମେଟ ଇମ୍ପାକ୍ଟ…

ଖବର ପ୍ରସାରଣ ପରେ ସନ୍ତୋଷୀଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ସହର ସାନ ବଜାରସ୍ଥିତ ଓ୍ବାର୍ଡ ନଂ ୭ ବାଲିସାହି ସନ୍ତୋଷୀ…

ନିର୍ଜନ ଜଙ୍ଗଲ ଭିତରକୁ ଆଲିଆଙ୍କୁ ନେଇଗଲେ ରଣବୀର, ହଠାତ୍‌ ଗାଡ଼ି ରଖି କହିଲେ…

ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀକୁ ନେଇ ପୁଣି ଚର୍ଚ୍ଚା। ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିବା ଏହି ଯୋଡ଼ିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?