ପାଚିବା ପୂର୍ବରୁ ଧାନ କାଟିନେଉଛି ଚାଷୀ

ବାଲେଶ୍ୱର ଅଫିସ ,୯ା୫: ସମ୍ଭାବ୍ୟ ବାତ୍ୟା ନେଇ ଚାଷୀମାନେ ଭୟଭୀତ ହୋଇପଡିଛନ୍ତି। ଗତପଥ ବଦଳାଇ ବାତ୍ୟା ବାଂଲାଦେଶ, ମିଅଁାମାର ମୁହଁା ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ବାଲେଶ୍ୱର ଜିଲାରେ ଧାନ ଚାଷ କରିଥିବା ଚାଷୀମାନେ ଭରସା କରି ନ ପାରି ଅଧା ପାଚିଲା ଧାନକୁ କାଟି ନେଉଛନ୍ତି। ଅମଳ ସମୟ ହୋଇ ନ ଥିଲେ ମଧ୍ୟ ବାତ୍ୟାଜନିତ ବର୍ଷାରେ ଭାସିଯିବା ଭୟରେ ଚାଷୀମାନେ ଏଭଳି ତରବରିଆ ଭାବେ କାମ କରୁଛନ୍ତି।
ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ। ମାତ୍ର ଧାନ ଅମଳ ବେଳକୁ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଉଛି। ଗତ କିଛି ବର୍ଷ ହେବ ମେ’ରେ ବାତ୍ୟା ଆସି ଚାଷୀଙ୍କ ଫସଲକୁ ନଷ୍ଟ କରିଦେଉଛି। ଧାନ ସମ୍ପୂର୍ଣ୍ଣ ପାଚି ନ ଥିବା ବେଳେ ବାତ୍ୟା ଖବର ପାଇ ଚାଷୀ ତରତରରେ ଅଧା ପାଚିଲା ଧାନକୁ କାଟିବାକୁ ବାଧ୍ୟ ହେଉଛି। ଫଳରେ ଆଶା କରିଥିବା ଅମଳଠାରୁ ଅଧା ଫସଲ ପାଇବା ସମ୍ଭାବନା କମ୍‌। ପ୍ରତିବର୍ଷ ଭଳି ଧାନ ସମ୍ପୂର୍ଣ୍ଣ କ୍ଷତି ହେବା ଅପେକ୍ଷା ଯାହା କିଛି ମିଳିବ ସେହି ଆଶା ନେଇ କିଏ ମେଶିନ୍‌ରେ, ତ କିଏ ପରିବାର ଲୋକଙ୍କୁ ନେଇ ଧାନ କାଟିବାରେ ବ୍ୟସ୍ତ। ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଅଞ୍ଚଳରେ ୮୦ ପ୍ରତିଶତ ଲୋକେ ଚାଷ ଧାନଚାଷୀ। ମାତ୍ର ବାତ୍ୟା ସବୁ ବର୍ଷ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ ନେଉଛି। ଚଳିତବର୍ଷ ବସ୍ତା ବ୍ଲକରେ ୫ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ଧାନ ସମ୍ପୂର୍ଣ୍ଣ ପାଚିବାକୁ ଆଉ ପାଖାପାଖି ୧୫ ଦିନ ଆବଶ୍ୟକ ଥିବା ବେଳେ ବାତ୍ୟା ଭୟରେ ଧାନ କାଟିବାକୁ ବାଧ୍ୟ ହେଉଛି ଚାଷୀ। ବର୍ତ୍ତମାନ ଧାନ ୪୦ପ୍ରତିଶତ ପାଚିଥିବା ବେଳେ ୬୦ପ୍ରତିଶତ ପାଚିବା ପାଇଁ ବାକି ରହିଛି। ବାତ୍ୟା ଭୟରେ କିଛି ପାଇବା ଆଶାରେ ଧାନ କାଟୁଛନ୍ତି ସିନା କିପରି ଋଣ ପରିଶୋଧ କିପରି ସେହି ଚିନ୍ତା ଘାରିଛି। ଲଙ୍ଗଳେଶ୍ୱର ଅଞ୍ଚଳର ଚାଷୀ ପଞ୍ଚାନନ ଜେନା କୁହନ୍ତି, ୪ ଏକର ଜମିରେ ଧାନ ଚାଷ କରିଛନ୍ତି। କିନ୍ତୁ ବର୍ଷକୁ ବର୍ଷ ନୂଆ ନୂଆ ବାତ୍ୟା ଆସିବା ଫଳରେ କଞ୍ଚା ଥିବା ଧାନକୁ କାଟିବାକୁ ବାଧ୍ୟ ହେଉଛୁ। ବେପାରୀମାନେ କମ୍‌ ଦାମ୍‌ରେ ଧାନକୁ ନେଉଛନ୍ତି। ଶକୁଳ ମଣି ବେହେରା କହନ୍ତି, ପ୍ରତିବର୍ଷ ବାତ୍ୟା ଆସୁଛି। ଫଳରେ ଚାଷ କରିଥିବା ଧାନ ଠିକ୍‌ ଭାବେ ଅମଳ ହୋଇପାରୁନି। ଫଳରେ ଋଣ ଓ ସୁଧରେ ଟଙ୍କା ଆଣି ଚାଷ କରି ବହୁ ହଇରାଣ ହରକତ ହେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ମନର ବିଜୟରେ ଜଗତ ବିଜୟ ସମ୍ଭବ: ସକରାତ୍ମକ ତତ୍ତ୍ୱକୁ ସ୍ବାଗତ କରିବାକୁ ଆହ୍ବାନ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବ୍ରହ୍ମାକୁମାରୀ ପ୍ରଭୁ ମିଳନ ଭବନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପଠାରେ ଶାନ୍ତି ଶିବିର ପ୍ରବଚନ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri