ପାଚିବା ପୂର୍ବରୁ ଧାନ କାଟିନେଉଛି ଚାଷୀ

ବାଲେଶ୍ୱର ଅଫିସ ,୯ା୫: ସମ୍ଭାବ୍ୟ ବାତ୍ୟା ନେଇ ଚାଷୀମାନେ ଭୟଭୀତ ହୋଇପଡିଛନ୍ତି। ଗତପଥ ବଦଳାଇ ବାତ୍ୟା ବାଂଲାଦେଶ, ମିଅଁାମାର ମୁହଁା ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ବାଲେଶ୍ୱର ଜିଲାରେ ଧାନ ଚାଷ କରିଥିବା ଚାଷୀମାନେ ଭରସା କରି ନ ପାରି ଅଧା ପାଚିଲା ଧାନକୁ କାଟି ନେଉଛନ୍ତି। ଅମଳ ସମୟ ହୋଇ ନ ଥିଲେ ମଧ୍ୟ ବାତ୍ୟାଜନିତ ବର୍ଷାରେ ଭାସିଯିବା ଭୟରେ ଚାଷୀମାନେ ଏଭଳି ତରବରିଆ ଭାବେ କାମ କରୁଛନ୍ତି।
ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ। ମାତ୍ର ଧାନ ଅମଳ ବେଳକୁ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଉଛି। ଗତ କିଛି ବର୍ଷ ହେବ ମେ’ରେ ବାତ୍ୟା ଆସି ଚାଷୀଙ୍କ ଫସଲକୁ ନଷ୍ଟ କରିଦେଉଛି। ଧାନ ସମ୍ପୂର୍ଣ୍ଣ ପାଚି ନ ଥିବା ବେଳେ ବାତ୍ୟା ଖବର ପାଇ ଚାଷୀ ତରତରରେ ଅଧା ପାଚିଲା ଧାନକୁ କାଟିବାକୁ ବାଧ୍ୟ ହେଉଛି। ଫଳରେ ଆଶା କରିଥିବା ଅମଳଠାରୁ ଅଧା ଫସଲ ପାଇବା ସମ୍ଭାବନା କମ୍‌। ପ୍ରତିବର୍ଷ ଭଳି ଧାନ ସମ୍ପୂର୍ଣ୍ଣ କ୍ଷତି ହେବା ଅପେକ୍ଷା ଯାହା କିଛି ମିଳିବ ସେହି ଆଶା ନେଇ କିଏ ମେଶିନ୍‌ରେ, ତ କିଏ ପରିବାର ଲୋକଙ୍କୁ ନେଇ ଧାନ କାଟିବାରେ ବ୍ୟସ୍ତ। ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଅଞ୍ଚଳରେ ୮୦ ପ୍ରତିଶତ ଲୋକେ ଚାଷ ଧାନଚାଷୀ। ମାତ୍ର ବାତ୍ୟା ସବୁ ବର୍ଷ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ ନେଉଛି। ଚଳିତବର୍ଷ ବସ୍ତା ବ୍ଲକରେ ୫ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ଧାନ ସମ୍ପୂର୍ଣ୍ଣ ପାଚିବାକୁ ଆଉ ପାଖାପାଖି ୧୫ ଦିନ ଆବଶ୍ୟକ ଥିବା ବେଳେ ବାତ୍ୟା ଭୟରେ ଧାନ କାଟିବାକୁ ବାଧ୍ୟ ହେଉଛି ଚାଷୀ। ବର୍ତ୍ତମାନ ଧାନ ୪୦ପ୍ରତିଶତ ପାଚିଥିବା ବେଳେ ୬୦ପ୍ରତିଶତ ପାଚିବା ପାଇଁ ବାକି ରହିଛି। ବାତ୍ୟା ଭୟରେ କିଛି ପାଇବା ଆଶାରେ ଧାନ କାଟୁଛନ୍ତି ସିନା କିପରି ଋଣ ପରିଶୋଧ କିପରି ସେହି ଚିନ୍ତା ଘାରିଛି। ଲଙ୍ଗଳେଶ୍ୱର ଅଞ୍ଚଳର ଚାଷୀ ପଞ୍ଚାନନ ଜେନା କୁହନ୍ତି, ୪ ଏକର ଜମିରେ ଧାନ ଚାଷ କରିଛନ୍ତି। କିନ୍ତୁ ବର୍ଷକୁ ବର୍ଷ ନୂଆ ନୂଆ ବାତ୍ୟା ଆସିବା ଫଳରେ କଞ୍ଚା ଥିବା ଧାନକୁ କାଟିବାକୁ ବାଧ୍ୟ ହେଉଛୁ। ବେପାରୀମାନେ କମ୍‌ ଦାମ୍‌ରେ ଧାନକୁ ନେଉଛନ୍ତି। ଶକୁଳ ମଣି ବେହେରା କହନ୍ତି, ପ୍ରତିବର୍ଷ ବାତ୍ୟା ଆସୁଛି। ଫଳରେ ଚାଷ କରିଥିବା ଧାନ ଠିକ୍‌ ଭାବେ ଅମଳ ହୋଇପାରୁନି। ଫଳରେ ଋଣ ଓ ସୁଧରେ ଟଙ୍କା ଆଣି ଚାଷ କରି ବହୁ ହଇରାଣ ହରକତ ହେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri