Posted inଫୁରସତ

ପାଖରେ ଅଛି ଆଇନ ଡିଗ୍ରୀ: ପେସା ଟ୍ରକ୍‌ ଡ୍ରାଇଭର

ଭୋପାଳ,୮।୩: ମଧ୍ୟପ୍ରଦେଶ ଭୋପାଳର ୪୯ ବର୍ଷୀୟା ଯୋଗିତା ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ପରିବାର ଭରଣପୋଷଣ ପାଇଁ ଟ୍ରକ୍‌ ଡ୍ରାଇଭର ପାଲଟି ଯାଇଛନ୍ତି। ସହର ବଜାରରେ ମହିଳାମାନେ ଗାଡି ଚଳାଇବା ଦେଖିବାକୁ ମିଳିବା ଏବେ ଏକ ସାଧାରଣ ଘଟଣା ହୋଇ ଗଲାଣି। ହେଲେ ଏବେବି ଏମିତି କିଛି ଗାଡି ଅଛି, ଯାହାର ଷ୍ଟିୟରିଂ କେବଳ ପୁରୁଷଙ୍କ ହାତରେ ରହିଛି। କିନ୍ତୁ ଏହି କ୍ଷେତ୍ରରେ ଯୋଗିତା ହେଉଛନ୍ତି ଏକ ବ୍ୟତିକ୍ରମ। ବାଣିଜ୍ୟ ଓ ଆଇନ ଡିଗ୍ରୀ ସହ ଯୋଗିତାଙ୍କ ପାଖରେ ରହିଛି ବିୟୁଟିସିଆନ ସାର୍ଟିଫିକେଟ। ହେଲେ ସେ ଦୀର୍ଘ ୧୫ ବର୍ଷ ହେବ ଟ୍ରକ ଚଳାଇ ପରିବାର ପ୍ରତିପୋଷଣ କରୁଥିବା କୁହନ୍ତି। ଅଧିକ ରୋଜଗାର ଆଶାରେ ସେ ଟ୍ରକ୍‌ ଡ୍ରାଇଭର ହୋଇଥିବା କହିଛନ୍ତି। ୨ଟି ସନ୍ତାନର ମାଆ ଯୋଗିତା ଦୂରକୁ ଯାତ୍ରା କରିବା ସମୟରେ ଢାବାରେ ଖାଇବା, ଟ୍ରକ୍‌ରେ ଶୋଇବା ଏମିତିକି ବେଳେବେଳେ ରାସ୍ତା କଡ଼ରେ ଗାଡ଼ିରଖି ସେଇଠି ରୋଷେଇ କରି ଖାଇ ଦିଅନ୍ତି ବୋଲି କୁହନ୍ତି।

ଯୋଗିତାଙ୍କ ଜୀବନ ବହୁ ଉତ୍ଥାନ ପତନ ଦେଇ ଗତି କରିଥିବା ବେଳେ ୨୦୦୩ରେ ତାଙ୍କ ସ୍ବାମୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ଯୋଗିତାଙ୍କ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେବେଠାରୁ ଯୋଗିତା ଟ୍ରକ୍‌ ଡ୍ରାଇଭର ହେବେ ବୋଲି ସ୍ଥିର କରିଥିଲେ। ଏବେ ସେ ବିଭିନ୍ନ ରାଜ୍ୟ ଗସ୍ତ କରି ହିନ୍ଦୀ, ଇଂଲିଶ, ଗୁଜରାଟୀ, ମରାଠୀ, ତେଲ୍‌ଗୁ ଆଦି ଭାଷା ଶିଖି ସାରିଲେଣି। ଏମିତିକି ସେ ଯେତେବେଳେ କୌଣସି ଢାବାକୁ ଯାଆନ୍ତି, ସେତେବେଳେ ତାଙ୍କୁ ସମସ୍ତେ ସ୍ବାଗତ କରିବା ସହ ଅନ୍ୟ ଡ୍ରାଇଭରମାନେ ଉତ୍ସାହିତ କରନ୍ତି ବୋଲି ଯୋଗିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri