Posted inଫୁରସତ

ପାକିସ୍ତାନର ଯୁବପିଢି ସର୍ବାଧିକ ଆକ୍ରାନ୍ତ

ଇସଲାମାବାଦ, ୨୮ା୩ :- କରୋନା ସଂକ୍ରମଣ ରୋକିବାକୁ ସାରା ବିଶ୍ୱ ଲଢେଇ କରୁଛି ।ଏହି ରୋଗରେ ସମସ୍ତ ବର୍ଗର ଲୋକେ ଆକ୍ରାନ୍ତ ହେଉଥିଲେ ହେଁ ଅଧତ୍କାଂଶ ବୟସ୍କ ବ୍ୟକ୍ତି ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ଦେଖାଦେଇଛି । ଏଥିସହ କରୋନାରେ ମୃତ୍ୟୁ  ଘଟୁଥିବା ଅଧତ୍କାଂଶ ରୋଗୀ ମଧ୍ୟ ବୟସ୍କ ଶ୍ରେଣୀର। ହେଲେ ପାକିସ୍ତାନରେ ଏହାର ଓଲଟା ଚିତ୍ର ସାମନାକୁ ଆସିଛି । ଏହି ଦେଶରେ ବୟସ୍କ ଲୋକଙ୍କ ତୁଳନାରେ ଅଧତ୍କ ସଂଖ୍ୟାରେ ଯୁବପିଢି ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଛି। ଦେଶର ସିନ୍ଧ ପ୍ରାନ୍ତର ଲୋକେ ସର୍ବାଧତ୍କ ଆକ୍ରାନ୍ତ ହୋଇଥତ୍ବା ଜଣାପଡିଛି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ପେଶାଲ ଆସିଷ୍ଟାଣ୍ଟ ଡର ଜଫର ମିର୍ଜା ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ, ସଂକ୍ରମିତ ରୋଗୀଙ୍କ ମଧ୍ୟରେ ଅଧତ୍କାଂଶ ଯୁବପିଢି ରହିଛନ୍ତି। ୨୫ ପ୍ରତିଶତରୁ ଅଧତ୍କ ଆକ୍ରାନ୍ତଙ୍କ ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ବୋଲି ସେ କହିଛନ୍ତି । ପ୍ରାୟ ୨୫୦ରୁ ଅଧିକ ଯୁବକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାବାଦ ଅନ୍ୟ ଗୋଷ୍ଠୀ ତଥା ବିଭିନ୍ନ ରୋଗରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଲୋକ ସଂକ୍ରମିତ ହୋଇଛନ୍ତି। ଅଧତ୍କାଂଶ ଦେଶରେ ୬୦ ବର୍ଷରୁ ଅଧିକ ବୟସର ଲୋକେ କରୋନାରେ ସର୍ବାଧତ୍କ ପ୍ରଭାବିତ ହୋଇଥିବାବେଳେ ଏହି ଦେଶରେ କିନ୍ତୁ ଓଲଟା ପାର୍ଟନ ଦେଖାଯାଇଛି ।ଏଥିସହ ଏହି ଦେଶରେ କରୋନା କବଳରେ ଆସିଥିବା ଲୋକଙ୍କ ମଧ୍ୟରେ ୭ ପ୍ରତିଶତ ଲୋକାଲ ଟ୍ରାନ୍ସମିଶନ ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ୯୩ ପ୍ରତିଶତ ବିଦେଶ ଫେରନ୍ତା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri