Posted inଫୁରସତ

ପର୍ଯ୍ୟଟନ: ବୁଲି ଯାଆନ୍ତୁ ହଳଦୀ ଉତ୍ପାଦନର ସହର ଇରୋଡ; ଜାଣନ୍ତୁ କ’ଣ ଦେଖିବେ

ତାମିଲନାଡୁସ୍ଥିତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହରରେ ଭଲ ହଳଦୀ ଚାଷ କରାଯାଇଥାଏ। ତା’ଛଡ଼ା ହ୍ୟାଣ୍ଡଲୁମ୍‌ ବସ୍ତ୍ରର ମଧ୍ୟ ଏଠାରେ ବେଶ୍‌ ଚାହିଦା ରହିଛି…

ତାମିଲନାଡୁର ଇରୋଡ ଜିଲା ଅନ୍ତର୍ଗତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହର ଯଥାକ୍ରମେ ଚେନ୍ନାଇଠାରୁ ପ୍ରାୟ ୪୦୦ କି.ମି, କୋଏମ୍ବାଟୁରଠାରୁ ୮୦ କି.ମି, ତିରୁପ୍ପୁରଠାରୁ ପ୍ରାୟ ୫୦ କି.ମି ଦୂରରେ ଅବସ୍ଥିତ। ବ୍ୟବସାୟ କ୍ଷେତ୍ରରେ ଇରୋଡର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଖାସ୍‌କରି ହଳଦୀ ବ୍ୟବସାୟ ଏଠାରେ ଭଲ ହୋଇଥାଏ। କୁହାଯାଏ, ଦେଶର ସବୁଠାରୁ ବଡ଼ ହଳଦୀ ମାର୍କେଟ୍‌ ଏହିଠାରେ ହିଁ ଦେଖିବାକୁ ମିଳିଥାଏ। ତା’ଛଡ଼ା ସମଗ୍ର ଭାରତବର୍ଷରେ ହେଉଥିବା ହଳଦୀର ମୂଲ୍ୟ ନିରୂପଣ ମଧ୍ୟ ଏହି ମାର୍କେଟ୍‌ରେ କରାଯାଇଥାଏ। କେବଳ ସେତିକି ନୁହେଁ, ଏଠାରେ ଏକ ବଡ଼ ଟେକ୍ସଟାଇଲ୍‌ ମାର୍କେଟ୍‌ ବି ରହିଛି।

କେବେ ଯିବେ
ବର୍ଷସାରା ଇରୋଡର ପାଣିପାଗ ବେଶ୍‌ ଅନୁକୂଳ ରହିଥାଏ। ଖାସ୍‌କରି ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ଶୀତଋତୁ ଅନୁଭବ ହୋଇଥାଏ। ଏହି ସମୟରେ ଏଠାକାର ତାପମାତ୍ରା ପ୍ରାୟ ୨୦ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହେ। ଯଦ୍ଦ୍ବାରା ବୁଲାବୁଲି କରିବାକୁ ଭଲ ସୁବିଧା ହୁଏ। ତେଣୁ ଇରୋଡ୍‌ ବୁଲିବା ପାଇଁ ଏହାକୁ ସବୁଠୁ ଉପଯୁକ୍ତ ସମୟ ବୋଲି କୁହାଯାଇଥାଏ। କିନ୍ତୁ ଅନ୍ୟ ସମୟରେ ବି ଏଠାକୁ ପର୍ଯ୍ୟଟକ ବୁଲିବାକୁ ଯାଉଥିବାର ନଜିର ରହିଛି।

କେମିତି ଯିବେ
କୋଏମ୍ବାଟୁର ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟବର୍ତ୍ତୀ ବିମାନବନ୍ଦର, ଯାହା ଇରୋଡଠାରୁ ପ୍ରାୟ ୯୦ କି.ମି ଦୂରରେ ଅବସ୍ଥିତ। ସେହିପରି ଇରୋଡ ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ଦେଶର ବହୁ ପ୍ରମୁଖ ସହର ସହିତ ସିଧାସଳଖ ଭାବେ ସଂଯୋଗ କରିଥାଏ। ତା’ଛଡ଼ା ସଡ଼କପଥରେ ମଧ୍ୟ ଏଠାକୁ ଯିବାର ସୁବିଧା ରହିଛି।

କ’ଣ ଦେଖିବେ
ଭିଲ୍ଲୋଡ଼ ପକ୍ଷୀ ଅଭୟାରଣ୍ୟ: ଇରୋଡରେ ବୁଲିବା ପାଇଁ ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଏହି ପକ୍ଷୀ ଅଭୟାରଣ୍ୟ। ଖାସ୍‌ କରି ପକ୍ଷୀପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଏହା କୌଣସି ସ୍ବର୍ଗୀୟ ସ୍ଥାନଠୁ କମ୍‌ ନୁହେଁ। ୨୦୦ ଏକରରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ଏକ ଝରଣା ମଧ୍ୟ ରହିଛି। ୧୯୯୬ରେ ନିର୍ମିତ ଉକ୍ତ ଅଭୟାରଣ୍ୟରେ ଅନେକ ବିରଳ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ବିଶେଷକରି ଶୀତଦିନେ ଏଠାରେ ପ୍ରବାସୀ ପକ୍ଷୀଙ୍କର ବେଶ୍‌ ଭିଡ଼ ଜମେ। ବର୍ତ୍ତମାନ ଏହି ଅଭୟାରଣ୍ୟର ରକ୍ଷଣାବେକ୍ଷଣ ଭାର ଭାରତ ସରକାରଙ୍କ ପର୍ଯ୍ୟାବରଣ ଓ ବନ ମନ୍ତ୍ରାଳୟ ଉପରେ ନ୍ୟସ୍ତ ଅଛି।

ଧାର୍ମିକସ୍ଥଳୀ: ଇରୋଡର ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଅନେକ ଧାର୍ମିକସ୍ଥଳୀମାନ ରହିଛି। ଯେମିତିକି ଥିଣ୍ଡାଲ ମୁରୁଗାନ୍‌ ମନ୍ଦିର, ପେରିୟା ମାରିଆମ୍ମାନ ମନ୍ଦିର, ନତାଦ୍ରିଶ୍ୱର ମନ୍ଦିର, ସଙ୍ଗାମେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ।

ସାଙ୍କାଗିରି ଦୁର୍ଗ: ଏହା ସ୍ଥାନୀୟ ଏକ ଐତିହାସିକ ଦୁର୍ଗ। ଇରୋଡ ସହରଠାରୁ ପ୍ରାୟ ୨୦ କି.ମି ଦୂରରେ ଅବସ୍ଥିତ ଏହି ଦୁର୍ଗକୁ ବୁଲିଗଲେ ଅନେକ ରୋଚକପୂର୍ଣ୍ଣ କାହାଣୀମାନ ଜାଣିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri