ରେଳବାଇରୁ ଯାତ୍ରାମଞ୍ଚ

ସୁଧାଂଶୁ ଶେଖର ବସନ୍ତ! ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ ଅଭିନେତା; ଯାହାଙ୍କ ରକ୍ତରେ ଯାତ୍ରା ମିଶି ଯାଇଛି ବୋଲି କହିଲେ ଭୁଲ୍‌ ହେବନାହିଁ। ମହାକାଳପଡ଼ାର କାଂଶପାଳ ଗ୍ରାମରେ ଜନ୍ମ ହୋଇଥିବା ଏହି ବ୍ୟକ୍ତି ଜଣକ ଯେମିତି ଜନ୍ମ ହୋଇଥିଲେ ଅଭିନୟ କରିବା ପାଇଁ। ପିଲାଟି ବେଳୁ ନାଚ, ଯାତ୍ରା, ଅଭିନୟ ପ୍ରତି ରୁଚି ଥିଲା। ବଡ଼ ହୋଇ ଗାଁ ଡ୍ରାମାରେ ଅଭିନୟ କଲେ। ସ୍କୁଲ୍‌, କଲେଜରେ ତାଙ୍କର ସୁନାମ ହେଲା। ଯେଉଁଠି ବି ଯାତ୍ରା ହେଉଥିଲା ସେଠାକୁ ସେ ଛୁଟି ଯାଉଥିଲେ କେବେ ଦର୍ଶକ ହୋଇ ତ କେବେ ଅଭିନେତା ହୋଇ। ଦିନକର ଘଟଣା। ସୁଧାଂଶୁ ନିଜର ସାଙ୍ଗମାନଙ୍କ ସହିତ ପାଖ ଗଁାରେ ହେଉଥିବା ଡ୍ରାମା ଦେଖିବା ପାଇଁ ଯାଇଥାନ୍ତି। ଡ୍ରାମା ହେବାକୁ ଅଳ୍ପ କିଛି ସମୟ ବାକିଥାଏ। ହଠାତ ଜଣେ କଳାକାର ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ମେଡ଼ିକାଲ ନିଆଗଲା। କ’ଣ କରାଯିବ? ଡ୍ରାମା କେମିତି ହେବ? ଆୟୋଜକଙ୍କ ମୁଣ୍ଡରେ କିଛି ପଶୁ ନ ଥାଏ। ଡ୍ରାମା ନିର୍ଦ୍ଦେଶକଙ୍କ ନଜର ସୁଧାଂଶୁଙ୍କ ଉପରେ ପଡ଼ିଲା। ସେ ତାଙ୍କୁ ଆଗରୁ ଜାଣିଥିଲେ। ସେ କହିଲେ, ତୁମେ ମେକ୍‌ଅପ୍‌ ନିଅ। ଆଉ ମଞ୍ଚକୁ ଯାଅ। ପ୍ରମ୍ପଟିଂ ହେବ। ତମେ ଅଭିନୟ କରିବ। ସେଇଆ ହେଲା। ସୁଧାଂଶୁ ସେଦିନ ଅଭିନୟ କଲେ। ତେବେ ଯିଏ ପ୍ରମ୍ପଟିଂ କରୁଥିଲେ ସେ ଥିଲେ ଅଭିନେତା ଜଳଧର ସ୍ବାଇଁ। ସୁଧାଂଶୁଙ୍କ ଅଭିନୟ ତାଙ୍କୁ ବେଶ୍‌ ଭଲ ଲାଗିଲା। ପୁଣି ବିନା ରିହର୍ସାଲରେ ତାଙ୍କର ଅଭିନୟ ତାଙ୍କୁ ଚମତ୍କୃତ କରିଦେଲା। ସେ ଜାଣିଲେ, ଏଇ ଯୁବକଟି ଭିତରେ ଜଣେ ବଡ଼ କଳାକାର ଲୁଚି ରହିଛି। ସେ ହିଁ ତାଙ୍କୁ କହିଲେ, ପେସାଦାର ଯାତ୍ରାପାର୍ଟିକୁ ଆସିବା ପାଇଁ। ଖାଲି କହିଲେନି। ନିଜେ ଆଣି ‘ରଘୁନାଥ କଳାକୁଞ୍ଜ ପଞ୍ଚୁପାଣ୍ଡବ ଅପେରା’ରେ ରଖେଇଲେ। ସେଠାରେ ଜଣେ ପେସାଦାର କଳାକାର ଭାବରେ ଅଭିନୟ କଲେ ସୁଧାଂଶୁ। ଏହାପରେ ଚାରିବର୍ଷ ଗ୍ୟାପ୍‌। କାରଣ ତାଙ୍କର ଶାଳକ ରେଳବାଇର ଜଣେ ଡ୍ରାଇଭର। ସେ ତାଙ୍କୁ ନେଇ ରେଳବାଇରେ ଭର୍ତ୍ତି କରିଦେଲେ। କଷ୍ଟେମଷ୍ଟେ ଚାରିବର୍ଷ ରେଳବାଇରେ କାମ କଲେ ସୁଧାଂଶୁ। ହେଲେ ଯାହାଙ୍କର ଜନ୍ମ କଳା ପାଇଁ ସେ କ’ଣ ଅନ୍ୟ କୌଣସି କାମ କରି ନିଜକୁ ସନ୍ତୁଷ୍ଟ କରିପାରିବ। ତେଣୁ ସୁଧାଂଶୁ ସେ ଚାକିରିକୁ ବାଏ ବାଏ କରି ଫେରିଲେ ଯାତ୍ରାକୁ। ଯୋଗଦେଲେ ‘ଅମ୍ବିକା ଅପେରା’ରେ। ପରେପରେ ‘ତ୍ରିବେଣୀ ଅପେରା’, ‘ସୁକନ୍ୟା ଗଣନାଟ୍ୟ’, ‘ଅଷ୍ଟଶମ୍ଭୁ ଗଣନାଟ୍ୟ’, ‘ଦୁର୍ଗାଶ୍ରୀ’, ‘ପୃଥିବୀ ଅପେରା’, ତ୍ରିନାଥ ଗଣନାଟ୍ୟ, ‘ଶିବାନୀ ଗଣନାଟ୍ୟ’, ‘ଯାତ୍ରା ଦର୍ଶକ ମହଲ’ ଏବଂ ‘ସ୍ବର୍ଣ୍ଣ ମହଲ’ ଆଦିରେ ସେ ଯୋଗ ଦେଇଛନ୍ତି। ସେ ଅଭିନୟ କରିଥିବା ସଫଳ ତଥା ଲୋକପ୍ରିୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଯୋଡ଼ି ହେଇଗଲା ଭଙ୍ଗା ଆଇନା’, ‘ବିଡିଓ ବାବୁ ନମସ୍କାର’, ‘ତମ ସହରକୁ ନମସ୍କାର’, ‘ଅମଣିଷ’, ‘ଅଢ଼େଇ ଅକ୍ଷର ପ୍ରେମ’, ‘ରାଜଧାନୀ ଝିଅ ରାଜନନ୍ଦିନୀ’, ‘ରଙ୍ଗିଲା ରାଧିକା ରଜନୀଗନ୍ଧା’, ‘ହେ ଈଶ୍ୱର କୋଟି ନମସ୍କାର’, ‘ଅଗ୍ନି ପରୀକ୍ଷା’, ‘ଭୁବନେଶ୍ୱର ନୁହେଁ କାହାର’, ‘ଭଲ ମଣିଷକୁ ଭରସା ନାହିଁ’, ‘ଆଲୋ କେତକୀ ଆ ରାତିକି’ ଏବଂ ଆହୁରି ଅନେକ। ବଲିଉଡ୍‌ ମେଗାଷ୍ଟାର ଅମିତାଭ୍‌ ବଚ୍ଚନଙ୍କୁ ନିଜର ମଡେଲ ବୋଲି ଭାବୁଥିବା ଏହି କଳାକାର ସମ୍ପ୍ରତି ଯାତ୍ରା ସ୍ବର୍ଣ୍ଣମହଲରେ ଅଭିନୟ ଜାରି ରଖିଛନ୍ତି। ସ୍ବର୍ଣ୍ଣ ମହଲରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ହେଉଛି ‘ଗୀତାକୁ ଛୁଇଁଲେ ପାପ’, ‘ପ୍ରେମ ସବାରିରେ ପ୍ରୀତି ନାୟିକା’, ‘ଆମ ଗଁା ଜଗନ୍ନାଥ ତୁମ ଗଁା ଆଲ୍ଲା’, ‘ପ୍ରେମରେ ଲାଗିଛି ନିଅଁା’, ‘କେମିତିକା ନାରୀ ତୁ’। ଆସନ୍ତା ୨୦୧୯-୨୦ ଯାତ୍ରା ସିଜନରେ ଏହି କଳାକାରଙ୍କୁ ‘ସୂର୍ଯ୍ୟ ମହଲ’ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ଶୀଘ୍ର...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri