ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର ବୌଦ୍ଧ

ବୌଦ୍ଧ ଜିଲା ପର୍ଯ୍ୟଟନସ୍ଥଳର ଗନ୍ତାଘର। ଜିଲାରେ ପ୍ରାଚୀନ କୀର୍ତ୍ତିରାଜି ଓ ବୈଭବ ଭରି ରହିଛି । ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଥିସହିତ ରହିଛି ଇକୋ ଟୁରିଜିମର ପର୍ଯ୍ୟାପ୍ତ ସୁଯୋଗ । ବୃଦ୍ଧରୁ ବୌଦ୍ଧ ଜିଲା ଭାବେ ନାମିତ ଏହି ଜିଲା ଐତିହାସିକ ଓ ଗବେଷକମାନଙ୍କୁ ଆକୃଷ୍ଟ କରିଥାଏ। ସମଗ୍ର ବୌଦ୍ଧ ଜିଲାରେ ବିକ୍ଷିପ୍ତ ଭାବେ ବୌଦ୍ଧ କୀର୍ତ୍ତିର ଅବଶିଷ୍ଟାଂଶ ଦେଖିବାକୁ ମିଳେ। ବୌଦ୍ଧ ରାଜପ୍ରାସାଦ ନିକଟରେ ପଦ୍ମଫୁଲ ଉପରେ ଥିବା ସିଂହାସନରେ ୭ ଫୁଟ ଉଚ୍ଚର ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଜିଲାର ନାମକୁ ସାର୍ଥକ କରୁଛି। ଏହି ବୁଦ୍ଧ ମୂର୍ତ୍ତି ଯୋଡା ପଥରରେ ନିର୍ମିତ। ମୂର୍ତ୍ତିର ଉଭୟ ପାର୍ଶ୍ୱ ସ୍ତମ୍ଭରେ ଦୁଇଜଣ ଗନ୍ଧର୍ବ ହାତରେ ଫୁଲମାଳ ନେଇ ଉଡନ୍ତା ଅବସ୍ଥାରେ ରହିଛନ୍ତି । ଏହିଠାରେ ମାଟିତଳେ ବୁଦ୍ଧବିହାର ଓ ବୌଦ୍ଧ ଧର୍ମର ଶିକ୍ଷା କେନ୍ଦ୍ର ଅବସ୍ଥିତ । ତେବେ ଏହି ବୁଦ୍ଧକୀର୍ତ୍ତି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଥିଲେ ମଧ୍ୟ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ।

ସେହିପରି ବୌଦ୍ଧ ସହରରୁ ମହାନଦୀ କୂଳେ କୂଳେ ଜଗନ୍ନାଥ ସଡ଼କରେ ୧୭ କିଲୋମିଟର ଗଲେ ପରଗଳପୁର ଓ ଶ୍ୟାମସୁନ୍ଦରପୁର ବୁଦ୍ଧବିହାର ପଡିବ। ଏହି ବୁଦ୍ଧ ବିହାରର ଭଗ୍ନାବଶେଷ ମଧ୍ୟ ରାଜ୍ୟ ପ୍ରନତ୍ତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ। ତେବେ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ବେଳେ ପ୍ରଶାସନିକ ଏବଂ ରାଜନୈତିକସ୍ତରରେ ପ୍ରୟାସ କରାଯାଉ ନ ଥିବାରୁ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇପାରୁନାହିଁ। ଜିଲାରେ ପର୍ଯ୍ୟଟନର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଇ ପ୍ରୟାସ କରାଗଲେ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା । ଜିଲାରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ଭରି ରହିଥିଲେ ମଧ୍ୟ ତା’ର ବିକାଶ ହୋଇପାରୁନାହିଁ। ପଶ୍ଚିମ ଓଡ଼଼ିଶାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ୫ଟି ସଂରକ୍ଷିତ କୀର୍ତ୍ତିରାଜି ମଧ୍ୟରେ ବୌଦ୍ଧର ଅଷ୍ଟମ ଶତାବ୍ଦୀରେ ଭଞ୍ଜ ରାଜାମାନଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟରେ ଭରପୂର ଗନ୍ଧରାଢି ମନ୍ଦିର ଓ ନବମ ଶତାବ୍ଦୀରେ ସୋମବଂଶୀଙ୍କ ଦ୍ୱାରା ବୌଦ୍ଧ ସହରରେ ନିର୍ମିତ ରାମେଶ୍ୱର ମନ୍ଦିରରେ ଐତିହାସିକ, ଗବେଷକ ଓ ପର୍ଯ୍ୟଟକମାନଙ୍କ ଦର୍ଶନ ଓ ଗବେଷଣା ପାଇଁ ଅନେକ ସୁଯୋଗ ରହିଛି। ସେହିପରି ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତର ପାତାଳି ଶ୍ରୀକ୍ଷେତ୍ର ନାୟକ ପଡା ଗୁମ୍ପା ଓ କଣ୍ଟାମାଳ ରେଘାମୁଣ୍ଡାର ଦେଢଶୁର ଭାଇବୋହୂ ପାହାଡର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ହରଭଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା ଭୈରବୀଙ୍କ ମନ୍ଦିର, ରାମଗଡ ଓ କରଡିଠାରେ ଥିବା ଶିବ ମନ୍ଦିର, ପଦ୍ମତୋଳା ଅଭୟାରଣ୍ୟ, ତଳଗାଁ ଡମକୁଚର ମନଲୋଭା ପ୍ରାକୃତିକ ଦୃଶ୍ୟ, ବାଉଁଶୁଣୀର ପ୍ରସିଦ୍ଧ ଶିବ ମନ୍ଦିର, ବଘିଆପଡାର ପଞ୍ଚୁପାଣ୍ଡବ ମନ୍ଦିର, ମହାନଦୀ ଗର୍ଭରେ ରହିଥିବା ହନୁମାନ ମନ୍ଦିର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଭୈରବୀ ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର ଆଦି ଅନେକ କୀର୍ତ୍ତିରାଜି ଜିଲାରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶରେ ସହାୟକ ହୋଇପାରିବ। ସେହିପରି ମହାନଦୀ ଭିତରେ ରହିଥିବା ମର୍ଜାକୁଦ ଇକୋ ଟୁରିଜିମର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର ଯଦି ଏସବୁ ପ୍ରତି ଗୁରୁତ୍ୱ ଦେବା ସହ ବୌଦ୍ଧ ଜିଲାରେ ଥିବା କୀର୍ତ୍ତିରାଜି ଓ ସୌନ୍ଦର୍ଯ୍ୟ ଗୁଡିକର ବିକାଶ କରାଇପାରିଲେ ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ପରିଚିତ ନାଁ ହୋଇପାରିବ ା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri