Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ବନ୍ଦର ସହର ଥୁଥୁକୁଡ଼ି

ଥୁଥୁକୁଡ଼ି, ଯାହା ତୁତିକୋରିନ ନାଁରେ ପ୍ରସିଦ୍ଧ। ଏହା ତାମିଲନାଡୁର ଥୁଥୁକୁଡ଼ି ଜିଲା ଅନ୍ତର୍ଗତ ଏକ ବନ୍ଦର ସହର ଭାବେ ଜଣାଶୁଣା। ଏହି ସହର ମୋତି ସଂଗ୍ରହ କ୍ଷେତ୍ରରେ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ସେଥିପାଇଁ କେହି କେହି ଏହାକୁ ମୋତିର ସହର ବୋଲି ବି କହିଥାନ୍ତି…

ତାମିଲନାଡୁର ଥୁଥୁକୁଡ଼ି ଜିଲା ଅନ୍ତର୍ଗତ ଏକ ବନ୍ଦର ସହର ହେଉଛି ଥୁଥୁକୁଡ଼ି। ଏହା ଚେନ୍ନାଇଠାରୁ ପ୍ରାୟ ୫୯୦ କି.ମି ଏବଂ ଥିରୁଭାନନ୍ଥପୁରମ୍‌ଠାରୁ ପ୍ରାୟ ୧୯୦ କି.ମି ଏବଂ ବେଙ୍ଗାଲୁରୁଠାରୁ ପ୍ରାୟ ୫୮୦ କି.ମି ଦୂରରେ ଅବସ୍ଥିତ। ବନ୍ଦର ସହର ହୋଇଥିବାରୁ ଏଠାକାର ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ଖାସ୍‌କରି ପର୍ଯ୍ୟଟନ, ଲୁଣମରା, ସମୁଦ୍ରଜନିତ ବ୍ୟାପାର ଏବଂ ମାଛମରା ଉପରେ ଏଠାକାର ଅର୍ଥନୀତି ନିର୍ଭରଶୀଳ। ସେହିପରି ଏଠାରେ ସମୁଦ୍ରରୁ ମୋତି ସଂଗ୍ରହ କରିବାର କାମ ବି ଖୁବ୍‌ କରାଯାଇଥାଏ। ସେଥିପାଇଁ ଏଠାକାର ମୋତିର ଚାହିଦା ଦେଶ ବିଦେଶରେ ବେଶ୍‌ ରହିଥାଏ। ଏହାଛଡ଼ା ଜାହାଜ ତିଆରି କ୍ଷେତ୍ରରେ ବି ଏହି ସହରର ବେଶ୍‌ ନାଁ ରହିଛି। ବୁଲିବା ସହ ଅନେକ କିଛି ଜାଣିବା ତଥା ଶିଖିବାର ସୁଯୋଗ ଏଠାରେ ମିଳୁଥିବାରୁ ପର୍ଯ୍ୟଟକ ଥୁଥୁକୁଡ଼ିକୁ ଆସିବା ପାଇଁ ବେଶ୍‌ ପସନ୍ଦ କରିଥାନ୍ତି।

କେବେ ଓ କେମିତି ଯିବେ
ଏହି ସହର ସହ ଦେଶର ଅନ୍ୟ ସହରଗୁଡ଼ିକର ବି ସିଧାସଳଖ ଯୋଗାଯୋଗ ରହିଛି। ଯେଉଁଥିପାଇଁ ଏଠାକୁ ଯିବାଆସିବାରେ ସେମିତି କିଛି ଅସୁବିଧା ଦେଖାଯାଏନାହିଁ। ଥୁଥୁକୁଡ଼ି ରେଲ୍‌ଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ପ୍ରସିଦ୍ଧ ରେଳଷ୍ଟେଶନ। ଏହାକୁ କେହି କେହି ତୁତିକୋରିନ୍‌ ରେଲଓ୍ବେ ଷ୍ଟେଶନ ବି କହିଥାନ୍ତି। ସେହିପରି ଥୁଥୁକୁଡ଼ି ଏୟାରପୋର୍ଟ ବା ତୁତିକୋରିନ୍‌ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ର ବି ସୁବିଧା ରହିଛି। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ଏଠାରେ ପହଞ୍ଚତ୍ପାରିବେ। ତେବେ ଏଠାକୁ ବୁଲିଯିବା ପାଇଁ ସେମିତି କିଛି ଖାସ୍‌ ସମୟର ଆବଶ୍ୟକତା ନାହିଁ। ବର୍ଷର ଯେ କୌଣସି ସମୟରେ ଚାହିଁବେ ଏଠାକୁ ଭ୍ରମଣରେ ଯାଇପାରିବେ।
କ’ଣ ଦେଖିବେ

ପରିବେଶପ୍ରେମୀଙ୍କ ପାଇଁ ଥୁଥୁକୁଡ଼ି ଏକ ଆଦର୍ଶ ପର୍ଯ୍ୟଟନସ୍ଥଳୀ। କାରଣ ଏଠାକାର ତଟବର୍ତ୍ତୀ ଅଞ୍ଚଳ ବେଶ୍‌ ଆକର୍ଷଣୀୟ। ସେହିପରି ଏଠାରେ ଅନେକ ଉଦ୍ୟାନ ବି ରହିଛି। ଯେମିତି କି ହାର୍ବୋର ଉଦ୍ୟାନ, ରାଜାଜୀ ଉଦ୍ୟାନ, ରୋଚେ ଉଦ୍ୟାନ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ଏହି ବନ୍ଦର ସହର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଛୋଟବଡ଼ ଦ୍ୱୀପ ବି ଦେଖିବାକୁ ମିଳିଥାଏ, ଯେଉଁଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଅନେକ ଦୁଃସାହସିକ କ୍ରୀଡ଼ାର ସୁବିଧା ରହିଛି। ଯେମିତି କି ଜେଟ୍‌ ସ୍କିଂ, ଓ୍ବାଟର୍‌ ସ୍କୁଟର୍‌, ଓ୍ବିଣ୍ଡ ସର୍ଫିଙ୍ଗ୍‌, ପେଡାଲ୍‌ ସର୍ଫିଙ୍ଗ୍‌, ବମ୍ପ ରାଇଡ୍ସ, ବାନାନା ବୋଟ୍‌ ରାଇଡ୍ସ, ଫିଶିଂ, ସ୍ନୋର୍କେଲିଂ ତଥା ସ୍କୁବା ଡାଇଭିଂ ଇତ୍ୟାଦି ଅନ୍ୟତମ। ଭ୍ରମଣ ସହ ଏସବୁ କ୍ରୀଡ଼ାର ମଜା ନେବା ପାଇଁ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମିଥାଏ ଏଠାରେ। ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ସ୍ଥାନୀୟ ବନ୍ଦର ଏବଂ ଥୁଥୁକୁଡ଼ି ଥର୍ମାଲ୍‌ ପାଓ୍ବାର ଷ୍ଟେଶନ ଆଡ଼େ ବୁଲିଯାଇ କିଛି ନିଆରା ଅନୁଭୂତି ବି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri