Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ବନ୍ଦର ସହର ଥୁଥୁକୁଡ଼ି

ଥୁଥୁକୁଡ଼ି, ଯାହା ତୁତିକୋରିନ ନାଁରେ ପ୍ରସିଦ୍ଧ। ଏହା ତାମିଲନାଡୁର ଥୁଥୁକୁଡ଼ି ଜିଲା ଅନ୍ତର୍ଗତ ଏକ ବନ୍ଦର ସହର ଭାବେ ଜଣାଶୁଣା। ଏହି ସହର ମୋତି ସଂଗ୍ରହ କ୍ଷେତ୍ରରେ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ସେଥିପାଇଁ କେହି କେହି ଏହାକୁ ମୋତିର ସହର ବୋଲି ବି କହିଥାନ୍ତି…

ତାମିଲନାଡୁର ଥୁଥୁକୁଡ଼ି ଜିଲା ଅନ୍ତର୍ଗତ ଏକ ବନ୍ଦର ସହର ହେଉଛି ଥୁଥୁକୁଡ଼ି। ଏହା ଚେନ୍ନାଇଠାରୁ ପ୍ରାୟ ୫୯୦ କି.ମି ଏବଂ ଥିରୁଭାନନ୍ଥପୁରମ୍‌ଠାରୁ ପ୍ରାୟ ୧୯୦ କି.ମି ଏବଂ ବେଙ୍ଗାଲୁରୁଠାରୁ ପ୍ରାୟ ୫୮୦ କି.ମି ଦୂରରେ ଅବସ୍ଥିତ। ବନ୍ଦର ସହର ହୋଇଥିବାରୁ ଏଠାକାର ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ଖାସ୍‌କରି ପର୍ଯ୍ୟଟନ, ଲୁଣମରା, ସମୁଦ୍ରଜନିତ ବ୍ୟାପାର ଏବଂ ମାଛମରା ଉପରେ ଏଠାକାର ଅର୍ଥନୀତି ନିର୍ଭରଶୀଳ। ସେହିପରି ଏଠାରେ ସମୁଦ୍ରରୁ ମୋତି ସଂଗ୍ରହ କରିବାର କାମ ବି ଖୁବ୍‌ କରାଯାଇଥାଏ। ସେଥିପାଇଁ ଏଠାକାର ମୋତିର ଚାହିଦା ଦେଶ ବିଦେଶରେ ବେଶ୍‌ ରହିଥାଏ। ଏହାଛଡ଼ା ଜାହାଜ ତିଆରି କ୍ଷେତ୍ରରେ ବି ଏହି ସହରର ବେଶ୍‌ ନାଁ ରହିଛି। ବୁଲିବା ସହ ଅନେକ କିଛି ଜାଣିବା ତଥା ଶିଖିବାର ସୁଯୋଗ ଏଠାରେ ମିଳୁଥିବାରୁ ପର୍ଯ୍ୟଟକ ଥୁଥୁକୁଡ଼ିକୁ ଆସିବା ପାଇଁ ବେଶ୍‌ ପସନ୍ଦ କରିଥାନ୍ତି।

କେବେ ଓ କେମିତି ଯିବେ
ଏହି ସହର ସହ ଦେଶର ଅନ୍ୟ ସହରଗୁଡ଼ିକର ବି ସିଧାସଳଖ ଯୋଗାଯୋଗ ରହିଛି। ଯେଉଁଥିପାଇଁ ଏଠାକୁ ଯିବାଆସିବାରେ ସେମିତି କିଛି ଅସୁବିଧା ଦେଖାଯାଏନାହିଁ। ଥୁଥୁକୁଡ଼ି ରେଲ୍‌ଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ପ୍ରସିଦ୍ଧ ରେଳଷ୍ଟେଶନ। ଏହାକୁ କେହି କେହି ତୁତିକୋରିନ୍‌ ରେଲଓ୍ବେ ଷ୍ଟେଶନ ବି କହିଥାନ୍ତି। ସେହିପରି ଥୁଥୁକୁଡ଼ି ଏୟାରପୋର୍ଟ ବା ତୁତିକୋରିନ୍‌ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ର ବି ସୁବିଧା ରହିଛି। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ଏଠାରେ ପହଞ୍ଚତ୍ପାରିବେ। ତେବେ ଏଠାକୁ ବୁଲିଯିବା ପାଇଁ ସେମିତି କିଛି ଖାସ୍‌ ସମୟର ଆବଶ୍ୟକତା ନାହିଁ। ବର୍ଷର ଯେ କୌଣସି ସମୟରେ ଚାହିଁବେ ଏଠାକୁ ଭ୍ରମଣରେ ଯାଇପାରିବେ।
କ’ଣ ଦେଖିବେ

ପରିବେଶପ୍ରେମୀଙ୍କ ପାଇଁ ଥୁଥୁକୁଡ଼ି ଏକ ଆଦର୍ଶ ପର୍ଯ୍ୟଟନସ୍ଥଳୀ। କାରଣ ଏଠାକାର ତଟବର୍ତ୍ତୀ ଅଞ୍ଚଳ ବେଶ୍‌ ଆକର୍ଷଣୀୟ। ସେହିପରି ଏଠାରେ ଅନେକ ଉଦ୍ୟାନ ବି ରହିଛି। ଯେମିତି କି ହାର୍ବୋର ଉଦ୍ୟାନ, ରାଜାଜୀ ଉଦ୍ୟାନ, ରୋଚେ ଉଦ୍ୟାନ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ଏହି ବନ୍ଦର ସହର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଛୋଟବଡ଼ ଦ୍ୱୀପ ବି ଦେଖିବାକୁ ମିଳିଥାଏ, ଯେଉଁଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଅନେକ ଦୁଃସାହସିକ କ୍ରୀଡ଼ାର ସୁବିଧା ରହିଛି। ଯେମିତି କି ଜେଟ୍‌ ସ୍କିଂ, ଓ୍ବାଟର୍‌ ସ୍କୁଟର୍‌, ଓ୍ବିଣ୍ଡ ସର୍ଫିଙ୍ଗ୍‌, ପେଡାଲ୍‌ ସର୍ଫିଙ୍ଗ୍‌, ବମ୍ପ ରାଇଡ୍ସ, ବାନାନା ବୋଟ୍‌ ରାଇଡ୍ସ, ଫିଶିଂ, ସ୍ନୋର୍କେଲିଂ ତଥା ସ୍କୁବା ଡାଇଭିଂ ଇତ୍ୟାଦି ଅନ୍ୟତମ। ଭ୍ରମଣ ସହ ଏସବୁ କ୍ରୀଡ଼ାର ମଜା ନେବା ପାଇଁ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମିଥାଏ ଏଠାରେ। ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ସ୍ଥାନୀୟ ବନ୍ଦର ଏବଂ ଥୁଥୁକୁଡ଼ି ଥର୍ମାଲ୍‌ ପାଓ୍ବାର ଷ୍ଟେଶନ ଆଡ଼େ ବୁଲିଯାଇ କିଛି ନିଆରା ଅନୁଭୂତି ବି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?