Posted inଫୁରସତ

ନାଟକ ମଣିଷ ସୁବୋଧ

ସେ ଜଣେ ସାଧାରଣ ମଣିଷ ମାତ୍ର ,ଅସାଧାରଣ ପ୍ରତିଭାର ଅଧିକାରୀ । ସର୍ବଦା ତାଙ୍କ ମନପ୍ରାଣରେ ନାଟ୍ୟଚେତନାର ସ୍ବର। ଏକାଧାରରେ ଜଣେ କବି, ଗୀତିକାର, ପ୍ରାବନ୍ଧିକ, ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ। ଦୀର୍ଘ ଓ କ୍ଷୁଦ୍ରନାଟକ ରଚନାଠାରୁ ମଞ୍ଚପ୍ରସ୍ତୁତି,ପରିଚାଳନା, କମ୍ପ୍ୟୁଟର ଗ୍ରାଫିକ, ପୋଷ୍ଟର ଡିଜାଇନ ଆଦି ନାଟକ ସମ୍ବନ୍ଧୀୟ ଦକ୍ଷତା ଓ ଯୋଗ୍ୟତାକୁ ହାସଲ କରିଥିବା ଜଣେ ବିରଳ ତଥା ବହୁମୁଖୀ ପ୍ରତିଭାର ନିରଳସ ସାଧକ। କଳାର ଉତ୍କର୍ଷ ପାଇଁ ଦେଶବିଦେଶରୁ ମିଳିଛି ଅନେକ ସମ୍ମାନ ଓ ସ୍ବୀକୃତି।

ପରିଚୟ: ସେ ହେଲେ ସୁବୋଧ ପଟ୍ଟନାୟକ । ଜନ୍ମ ୧୯୬୪ମସିହା ଫେବୃୟାରୀ ୧ରେ। ପିତାଙ୍କ ନାମ-ପ୍ରମୋଦଚନ୍ଦ୍ର ପଟ୍ଟନାୟକ ଓ ମା’ ଶଶିପ୍ରଭା ପଟ୍ଟନାୟକ । ଘର ପୁରୀ ଜିଲାର ଡେଲାଙ୍ଗ ବ୍ଲକର ଉଦୟପୁର ଗ୍ରାମରେ ।

ସେ କୁହନ୍ତି ନାଟକକୁ ପ୍ରାୟ୫ବର୍ଷଧରି ପଢିବା ପରେ ଏହାକୁ ପ୍ରୟୋଗକରି ପେଷା କରିବାକୁ ଇଚ୍ଛା କରିଥିଲି। ଏଥିପାଇଁ ସିନେମାରେ ପ୍ରବେଶ କରିଲି ମାତ୍ର ମନଭାଙ୍ଗିଗଲା। ଆଗରୁ ନାଟକ ପାଇଁ ଅଧିକ ସମୟ ଦେଇ ପାରୁନଥିଲି। ଏବେ ପୂରା ସମୟ ନାଟକ ପାଇଁ ଦେଲି। ସାଇକେଲରେ ବୁଲିବୁଲି ଉଚ୍ଚମାନର ନାଟକକୁ ଦର୍ଶକଙ୍କ ପାଇଁ ବିଭିନ୍ନ ସ୍ଥାନରେ ପରିବେଷଣ କରିଆସୁଛି। ନିଜସ୍ବ ଉଦ୍ୟମରେ ନାଟ୍ୟଗ୍ରାମଟିଏ ଗଢି ତୋଳିଛି। ସେବେଠାରୁ ଆଉ କେବେ ପଛକୁ ଚାହିଁ ନାହିଁ।

ଶିକ୍ଷା: ମୋର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା ସୋରଡ଼ା ବୋର୍ଡ ସ୍କୁଲରେ । ପରେ କୋରାପୁଟ ବୋର୍ଡ ସ୍କୁଲ, ଲକ୍ଷ୍ମୀସାଗର ଉପ୍ରା ସ୍କୁଲ, ମ୍ୟୁନିସିପାଲିଟି ହାଇସ୍କୁଲ, ବୋଲଗଡ଼ ବାମନ ହାଇସ୍କୁଲ, ଖୋର୍ଦ୍ଧା ବିଜେବି ହାଇସ୍କୁଲ। ଏହି ସମୟରେ ୩ୟ, ୫ମ ଓ ୭ମରେ ମେଧାବୃତ୍ତି ମିଳିଥିଲା । ଉଚ୍ଚଶିକ୍ଷା ପାଇଁ ୧୯୮୦ରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀ, ୧୯୮୧ରେ ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ। ୧୯୮୨ରୁ୧୯୮୬ ଯାଏ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ୱରରେ ନାଟକରେ ସ୍ନାତକ ଶିକ୍ଷାଲାଭ କଲି।

ସାଧନା:୧୯୮୬ରେ ନାଟ୍ୟଚେତନା ଆରମ୍ଭ କରିଥିଲି। ପରେ ୧୯୯୩ରେ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଖ ଶିଆଳିଆ ଗ୍ରାମ ନିକଟରେ ନାଟ୍ୟଗ୍ରାମ ପ୍ରତିଷ୍ଠାକରି ତାର ସମସ୍ତ ସୁପରିଚାଳନା କରିଆସୁଛି। ଏଠାରେ ନାଟକ ଲେଖିବାଠାରୁ ନାଟକ ମଞ୍ଚସ୍ଥ ହେବାର ତାଲିମ ,ବିଭିନ୍ନ ନାଟକକୁ ନେଇ ତାର ବିନିମୟ, ପ୍ରଦର୍ଶନ , ବକ୍ତୃତା, କର୍ମଶାଳା, ଆଲୋଚନାଚକ୍ର ଆଦି ବିଷୟରେ ଗବେଷଣା ଚାଲେ । ଏକ ତ୍ରୈମାସିକ ପତ୍ରିକାଟିଏ ପ୍ରକାଶନ ହୋଇଥାଏ। ପ୍ରାୟ ୫ହଜାର ଉଦ୍ଧର୍‌ଦ ନାଟ୍ୟ ପୁସ୍ତକ ପାଠାଗାର ସହ ବାଦ୍ୟଯନ୍ତ୍ର ମ୍ୟୁଜିୟମ ରହିଛି।

ସ୍ବୀକୃତି:୧୯୯୫ର ଆଜିଯାଏ ଅନ୍ତର୍ଜାତୀୟ ନାଟକସଂଘର ସଦସ୍ୟଅଛିି। ୨୦୦୯ର୨୦୧୦ ପର୍ଯ୍ୟନ୍ତ ସମ୍ପାଦକ ଥିଲି, ପରେ ଓଡ଼ିଶା ନାଟ୍ୟସଂଘର ଉପ-ସଭାପତି। ଏସିଆ ଆଞ୍ଚଳିକ ଥିଏଟର ଓ ଶିକ୍ଷା ନେଟ୍‌ଓ୍ବାର୍କର ପ୍ରତିଷ୍ଠାତା। ୨୦୧୦ରୁ୧୦୧୮ଯାଏ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ବିଶେଷଜ୍ଞ କମିଟିର ସଦସ୍ୟ ହୋଇପାରିଛି। ୧୯୯୨ରେ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲୀରୁ ଭାରତର ଯୁବ ଥିଏଟର ନିର୍ଦ୍ଦେଶକ ଭାବେ ସ୍ବୀକୃତି ମିଳିଛି।

ସମ୍ମାନ ଓ ପୁରସ୍କାର:୧୯୯୩ରେ ଉତ୍କଳ ସମ୍ମାନ ଟୁ ୟଙ୍ଗ କ୍ରିଏଟିଭ ପିପୁଲ ପୁରସ୍କାର। ଜାତୀୟ ନାଟକ ବିଦ୍ୟାଳୟ ତରଫରୁ ଥିଏଟର ବିଶାରଦ। ୨୦୦୭ରେ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀରୁ ସ୍ବର୍ଣ୍ଣରଙ୍ଗ ଥିତ୍ଏଟରରେ ସମ୍ମାନିତ। ଉତ୍କଳ ସାହିତ୍ୟ ସମାଜ ,ପାଟଳିପୁତ୍ର, କଲିକତାରେ ବିଷ୍ଣୁ ବସୁ ଆଦି ଅନେକ ସମ୍ମାନ ଓ ସ୍ବୀକୃତି ମିଳିଛି। ୟୁରୋପରୁ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି।

ନାଟ୍ୟଜ୍ଞାନ ପାଇଁ ଭ୍ରମଣ: ଅଷ୍ଟ୍ରେଲିଆ, ଦକ୍ଷିଣକୋରିଆ,ଇଂଲଣ୍ଡ, ବ୍ରାଜିଲ, କାନାଡ଼ା, ଜାପାନ, ବେଲଜିୟମ, କେନିଆ, ଫିନ୍‌ଲାଣ୍ଡ, ନେଦରଲାଣ୍ଡ, ଫ୍ରାନ୍‌ସ, ଶ୍ରୀଲଙ୍କା, , ଆମେରିକା ଆଦି ଅନେକ ବିଦେଶରାଷ୍ଟ୍ରକୁ ଭ୍ରମଣ କରିବା ଅନୁଭୂତି ରହିଛି। ତେବେ ଜୀବନଶୈଳୀକୁ ନାଟକରୂପେ ପରଖୁଥିବା ସୁବୋଧ ପଟ୍ଟନାୟକ କଳାକାର ଜଗତ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ସୃଷ୍ଟି: ମୋର ପ୍ରଥମ ରଚିତ ନାଟକ ‘ବଣମଣିଷ’ ପରେ କ୍ଷୁଦ୍ର ନାଟକଭାବେ ୨୫ଭୂତ, ପାଣି ଚାନ୍ଦା, ଶ୍ୱାସ , ହୋ ପତରବାଲା ଏବଂ ଦୀର୍ଘ ନାଟକଭାବେ ଧୂଆଁ, ମାଟି,କାଠ, ଗୀତ,ଫୁଲ , ନିଆଁ ଆଦିଅନେକ ନାଟକକୁ ଦେଶବିଦେଶରେ ମଞ୍ଚସ୍ଥ କରାଯାଇଛି। ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ଜନସଚେତନତା ସୃଷ୍ଟି ପାଇଁ ବିଭିନ୍ନ ନାଟକ ରଚନାକରି ମଞ୍ଚସ୍ଥ କରାଯାଇଛି। ପୁଣି ସୁପ୍ରତିଷ୍ଠିତ ସାହିତି୍ୟକଙ୍କ କୃତିକୁ ନେଇ ନାଟକ ରଚନା ସହିତ ନିର୍ଦ୍ଦେଶନା ଦିଆଯାଇଛି। କେତେକ ଆନ୍ତର୍ଜାତିକ ନାଟକ ବିଭିନ୍ନ ଭାଷାରେ ବିଦେଶରେ ମଞ୍ଚସ୍ଥ ହୋଇଛି।

ଅଭିନୟ:ଟେଲିଫଲ୍ମ ମାମୁଁ ଓ ହାକିମବାବୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲି। କଳାତ୍ମକ ଚଳଚ୍ଚିତ୍ର ‘ଶେଷ ପ୍ରତୀକ୍ଷା’ରେ ସହକାରୀ ସଂପାଦକ , ବୋହୂହେବ ଏମିତିରେ ସହକାରୀ ନିର୍ଦ୍ଦେଶକ ଏବଂ ଦିଲ୍ଲୀ ଦୂରଦର୍ଶନରୁ ପ୍ରସାରିତ ‘କୁଆଁର ପୂନେଇଁ ଜହ୍ନ ଲୋ’ ଚଳଚ୍ଚିତ୍ରର ପ୍ରଡ଼କ୍ସଶନ ଆସିଷ୍ଟାଣ୍ଟ। ଭିଡିଓ ଫିଚରଫିଲ୍ମ ସାଇରନ, ସାକ୍ଷୀ, ସନ୍ଦେହ ,ପଡ଼ୋଶୀ ,ନବାବକୁ ଜବାବର ଲେଖକ ଓ ନିର୍ଦ୍ଦେଶକ। ସାଇକୋ ଥିଏଟର, ଇଣ୍ଟିମେଟ ଥିଏଟର ଇତ୍ୟାଦି ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri