Posted inଫୁରସତ

ପର୍ଯ୍ୟଟନରେ ଭାରତର ପ୍ରସିଦ୍ଧ ଶିବ ମନ୍ଦିର

ଦେବଦେବ ମହାଦେବଙ୍କର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ପ୍ରାୟତଃ ସମସ୍ତେ ଜାଣିଥିବେ। ତେବେ ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବ୍ୟତୀତ ଭାରତରେ ଭଗବାନ ଶିବଙ୍କୁ ସମର୍ପିତ ଏମିତି ଅନେକ ପ୍ରାଚୀନ ତଥା ପ୍ରସିଦ୍ଧ ମନ୍ଦିର ବି ରହିଛି, ଯେଉଁଠାରେ ପ୍ରଭୁଙ୍କ ଦର୍ଶନ କରି ଭକ୍ତଗଣ ଅପାର ଆନନ୍ଦ ଲଭିଥାନ୍ତି। ସେମିତି କେତୋଟି ପ୍ରସିଦ୍ଧ ଶୈବପୀଠ ସମ୍ପର୍କରେ…

ବୃହଦେଶ୍ୱର ମନ୍ଦିର: ତାମିଲନାଡ଼ୁର ତଞ୍ଜୌର୍‌ସ୍ଥିତ ଏହି ଶୈବପୀଠଟିର ଆକର୍ଷଣୀୟ ବାସ୍ତୁକଳାକୁ ଦେଖିଲେ ଯେ କେହି ଘଡିଏ ଚାହିଁ ରହିବା ସ୍ବାଭାବିକ। ତା’ଛଡ଼ା ଏଠାରେ ପୂଜା ପାଉଥିବା ମହାଦେବ ଖୁବ୍‌ ପ୍ରତ୍ୟକ୍ଷ ବୋଲି ଶୁଣିବାକୁ ମିଳିଥାଏ। ମହାଦେବଙ୍କ ବ୍ୟତୀତ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେହିପରି ଏହି ଶୈବପୀଠଟି ୟୁନେସ୍କୋ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ ଅନ୍ତର୍ଭୁକ୍ତ ହୋଇସାରିଥିବାରୁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।
କନ୍ଦରିୟା ମହାଦେବ ମନ୍ଦିର: ମଧ୍ୟପ୍ରଦେଶର ଖଜୁରାହୋ ଅନ୍ତର୍ଗତ ଏକ ଲୋକପ୍ରିୟ ଶୈବପୀଠ ଭାବେ ଏହି ମନ୍ଦିରଟି ପରିଚିତ। ଏହି ମନ୍ଦିରକୁ ଖଜୁରାହୋର ସ୍ବତନ୍ତ୍ର ବାସ୍ତୁକଳାର ଏକ ଆଦର୍ଶ ନମୁନା ଭାବେ ବିବେଚନା କରାଯାଇଥାଏ। ଏଠାରେ ପୂଜା ପାଉଥିବା ମହାଦେବ ବି ଖୁବ୍‌ ପ୍ରତ୍ୟକ୍ଷ। ଭକ୍ତଟିଏ ନିଷ୍ଠାର ସହ ଏଠାରେ ମନୋସ୍କାମନା କଲେ ତା’ର ସବୁ ଆଶା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ଅଖଣ୍ଡ ବିଶ୍ୱାସ ରହିଛି। ଖାସ୍‌ ଏହି କାରଣ ଯୋଗୁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଧାଇଁ ଆସିଥାନ୍ତି।

ତୁଙ୍ଗନାଥ ମନ୍ଦିର: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲା ଅନ୍ତର୍ଗତ ଏକ ପାହାଡ ଉପରେ ରହିଛି ଏହି ମନ୍ଦିର। ଏହା ବି ହେଉଛି ଏକ ଶୈବପୀଠ। ସମୁଦ୍ରପତ୍ତନଠାରୁ ପ୍ରାୟ ୩୬୮୦ ମିଟର ଉଚ୍ଚତାରେ ଥିବା ଏହି ମନ୍ଦିରଟି ଖୁବ୍‌ ପ୍ରାଚୀନ ବୋଲି ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ। ହେଲେ ଏଠାରେ ପୂଜା ପାଉଥିବା ମହାଦେବ ଖୁବ୍‌ ପ୍ରତ୍ୟକ୍ଷ। ଖାସ୍‌ ସେଥିପାଇଁ ଯେତେ କଷ୍ଟ ହେଲେ ବି ଭକ୍ତଗଣ ପାହାଡ ଉପରକୁ ଯାଇ ପ୍ରଭୁଙ୍କୁ ଏଠାରେ ଦର୍ଶନ କରିଥାନ୍ତି। ବିଶେଷକରି ଶୀତଦିନେ ଏଠାରେ ବହୁତ ତୁଷାରପାତ ହୁଏ। ଆଉ ସେହି ତୁଷାରପାତରେ ବି ଅନେକ ଶ୍ରଦ୍ଧାଳୁ ଟ୍ରେକିଂ କରିକି ଯାଇ ପ୍ରଭୁଙ୍କୁ ଏଠାରେ ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।

କିରାତେଶ୍ୱର ମହାଦେବ ମନ୍ଦିର: ସିକ୍କିମ୍‌ସ୍ଥିତ ରଙ୍ଗୀତ ନାମକ ଏକ ନଦୀକୂଳରେ ଥିବା ଏହି ମନ୍ଦିରଟି ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିରରେ ମହାଶିବରାତ୍ରି ଓ ଶ୍ରାବଣ ମାସର ପ୍ରତି ସୋମବାରରେ ବହୁ ଭକ୍ତଗଣଙ୍କର ଯା’ଆସ ଲାଗି ରହିଥାଏ। ସେହିପରି ଏହି ମନ୍ଦିରରେ ବାଳା ଚତୁର୍ଦ୍ଦଶୀ ପର୍ବକୁ ବି ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ନଦୀର ତଟଦେଶରେ ଅବସ୍ଥିତ ହୋଇଥିବାରୁ ଏବଂ ଚାରିଆଡେ ଗଛଲତା ପରିପୂର୍ଣ୍ଣ ହୋଇ ରହିଥିବାରୁ ଏଠାକାର ପ୍ରାକୃିତକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା ବି ହୋଇଥାଏ।

ଭୋଜେଶ୍ୱର ମନ୍ଦିର: ମଧ୍ୟପ୍ରଦେଶର ଭୋଜପୁର ନାମକ ଏକ ସ୍ଥାନରେ ରହିଥିବା ଏହି ଶୈବପୀଠଟିର ବାସ୍ତୁକଳା ଯେମିତି ଆକର୍ଷଣୀୟ ଠିକ୍‌ ସେମିତି ଏଠାରେ ପୂଜା ପାଉଥିବା ମହାଦେବ ବି ଖୁବ୍‌ ପ୍ରତ୍ୟକ୍ଷ। ସେହିପରି ଏହା ଏକ ପ୍ରାଚୀନ ମନ୍ଦିର ଭାବେ ବି ଜଣାଶୁଣା। ତା’ଛଡ଼ା ଶାନ୍ତ ପରିବେଶରେ ଗଢି ଉଠିଥିବା ଏହି ଶୈବପୀଠରେ କିଛି ସମୟ ବିତାଇଦେଲେ ମନକୁ ବେଶ୍‌ ଶାନ୍ତି ମିଳିଥାଏ ବୋଲି ସ୍ଥାନୀୟ ଲୋକେ ମତ ଦେଇଥାନ୍ତି। ସେଥିପାଇଁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ଯା’ଆସ ଲାଗି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri