Posted inଫୁରସତ

ପର୍ଯ୍ୟଟନରେ ଭାରତର ପ୍ରସିଦ୍ଧ ଶିବ ମନ୍ଦିର

ଦେବଦେବ ମହାଦେବଙ୍କର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ପ୍ରାୟତଃ ସମସ୍ତେ ଜାଣିଥିବେ। ତେବେ ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବ୍ୟତୀତ ଭାରତରେ ଭଗବାନ ଶିବଙ୍କୁ ସମର୍ପିତ ଏମିତି ଅନେକ ପ୍ରାଚୀନ ତଥା ପ୍ରସିଦ୍ଧ ମନ୍ଦିର ବି ରହିଛି, ଯେଉଁଠାରେ ପ୍ରଭୁଙ୍କ ଦର୍ଶନ କରି ଭକ୍ତଗଣ ଅପାର ଆନନ୍ଦ ଲଭିଥାନ୍ତି। ସେମିତି କେତୋଟି ପ୍ରସିଦ୍ଧ ଶୈବପୀଠ ସମ୍ପର୍କରେ…

ବୃହଦେଶ୍ୱର ମନ୍ଦିର: ତାମିଲନାଡ଼ୁର ତଞ୍ଜୌର୍‌ସ୍ଥିତ ଏହି ଶୈବପୀଠଟିର ଆକର୍ଷଣୀୟ ବାସ୍ତୁକଳାକୁ ଦେଖିଲେ ଯେ କେହି ଘଡିଏ ଚାହିଁ ରହିବା ସ୍ବାଭାବିକ। ତା’ଛଡ଼ା ଏଠାରେ ପୂଜା ପାଉଥିବା ମହାଦେବ ଖୁବ୍‌ ପ୍ରତ୍ୟକ୍ଷ ବୋଲି ଶୁଣିବାକୁ ମିଳିଥାଏ। ମହାଦେବଙ୍କ ବ୍ୟତୀତ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେହିପରି ଏହି ଶୈବପୀଠଟି ୟୁନେସ୍କୋ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ ଅନ୍ତର୍ଭୁକ୍ତ ହୋଇସାରିଥିବାରୁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।
କନ୍ଦରିୟା ମହାଦେବ ମନ୍ଦିର: ମଧ୍ୟପ୍ରଦେଶର ଖଜୁରାହୋ ଅନ୍ତର୍ଗତ ଏକ ଲୋକପ୍ରିୟ ଶୈବପୀଠ ଭାବେ ଏହି ମନ୍ଦିରଟି ପରିଚିତ। ଏହି ମନ୍ଦିରକୁ ଖଜୁରାହୋର ସ୍ବତନ୍ତ୍ର ବାସ୍ତୁକଳାର ଏକ ଆଦର୍ଶ ନମୁନା ଭାବେ ବିବେଚନା କରାଯାଇଥାଏ। ଏଠାରେ ପୂଜା ପାଉଥିବା ମହାଦେବ ବି ଖୁବ୍‌ ପ୍ରତ୍ୟକ୍ଷ। ଭକ୍ତଟିଏ ନିଷ୍ଠାର ସହ ଏଠାରେ ମନୋସ୍କାମନା କଲେ ତା’ର ସବୁ ଆଶା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ଅଖଣ୍ଡ ବିଶ୍ୱାସ ରହିଛି। ଖାସ୍‌ ଏହି କାରଣ ଯୋଗୁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଧାଇଁ ଆସିଥାନ୍ତି।

ତୁଙ୍ଗନାଥ ମନ୍ଦିର: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲା ଅନ୍ତର୍ଗତ ଏକ ପାହାଡ ଉପରେ ରହିଛି ଏହି ମନ୍ଦିର। ଏହା ବି ହେଉଛି ଏକ ଶୈବପୀଠ। ସମୁଦ୍ରପତ୍ତନଠାରୁ ପ୍ରାୟ ୩୬୮୦ ମିଟର ଉଚ୍ଚତାରେ ଥିବା ଏହି ମନ୍ଦିରଟି ଖୁବ୍‌ ପ୍ରାଚୀନ ବୋଲି ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ। ହେଲେ ଏଠାରେ ପୂଜା ପାଉଥିବା ମହାଦେବ ଖୁବ୍‌ ପ୍ରତ୍ୟକ୍ଷ। ଖାସ୍‌ ସେଥିପାଇଁ ଯେତେ କଷ୍ଟ ହେଲେ ବି ଭକ୍ତଗଣ ପାହାଡ ଉପରକୁ ଯାଇ ପ୍ରଭୁଙ୍କୁ ଏଠାରେ ଦର୍ଶନ କରିଥାନ୍ତି। ବିଶେଷକରି ଶୀତଦିନେ ଏଠାରେ ବହୁତ ତୁଷାରପାତ ହୁଏ। ଆଉ ସେହି ତୁଷାରପାତରେ ବି ଅନେକ ଶ୍ରଦ୍ଧାଳୁ ଟ୍ରେକିଂ କରିକି ଯାଇ ପ୍ରଭୁଙ୍କୁ ଏଠାରେ ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।

କିରାତେଶ୍ୱର ମହାଦେବ ମନ୍ଦିର: ସିକ୍କିମ୍‌ସ୍ଥିତ ରଙ୍ଗୀତ ନାମକ ଏକ ନଦୀକୂଳରେ ଥିବା ଏହି ମନ୍ଦିରଟି ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିରରେ ମହାଶିବରାତ୍ରି ଓ ଶ୍ରାବଣ ମାସର ପ୍ରତି ସୋମବାରରେ ବହୁ ଭକ୍ତଗଣଙ୍କର ଯା’ଆସ ଲାଗି ରହିଥାଏ। ସେହିପରି ଏହି ମନ୍ଦିରରେ ବାଳା ଚତୁର୍ଦ୍ଦଶୀ ପର୍ବକୁ ବି ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ନଦୀର ତଟଦେଶରେ ଅବସ୍ଥିତ ହୋଇଥିବାରୁ ଏବଂ ଚାରିଆଡେ ଗଛଲତା ପରିପୂର୍ଣ୍ଣ ହୋଇ ରହିଥିବାରୁ ଏଠାକାର ପ୍ରାକୃିତକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା ବି ହୋଇଥାଏ।

ଭୋଜେଶ୍ୱର ମନ୍ଦିର: ମଧ୍ୟପ୍ରଦେଶର ଭୋଜପୁର ନାମକ ଏକ ସ୍ଥାନରେ ରହିଥିବା ଏହି ଶୈବପୀଠଟିର ବାସ୍ତୁକଳା ଯେମିତି ଆକର୍ଷଣୀୟ ଠିକ୍‌ ସେମିତି ଏଠାରେ ପୂଜା ପାଉଥିବା ମହାଦେବ ବି ଖୁବ୍‌ ପ୍ରତ୍ୟକ୍ଷ। ସେହିପରି ଏହା ଏକ ପ୍ରାଚୀନ ମନ୍ଦିର ଭାବେ ବି ଜଣାଶୁଣା। ତା’ଛଡ଼ା ଶାନ୍ତ ପରିବେଶରେ ଗଢି ଉଠିଥିବା ଏହି ଶୈବପୀଠରେ କିଛି ସମୟ ବିତାଇଦେଲେ ମନକୁ ବେଶ୍‌ ଶାନ୍ତି ମିଳିଥାଏ ବୋଲି ସ୍ଥାନୀୟ ଲୋକେ ମତ ଦେଇଥାନ୍ତି। ସେଥିପାଇଁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ଯା’ଆସ ଲାଗି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri