ପରୀକ୍ଷା ବିଭ୍ରାଟ ଓ ଶିକ୍ଷା

ପ୍ରଦୀପ୍ତ କୁମାର ମିଶ୍ର

ସମ୍ପ୍ରତି ଦେଶରେ ପରୀକ୍ଷା ବିଭ୍ରାଟ ଓ ଫଳାଫଳକୁ ନେଇ ପ୍ରବଳ ଅଶାନ୍ତି ପରିଲକ୍ଷିତ ହୋଇଛି। ଏଥିରେ ଆଶାୟୀ ପ୍ରାର୍ଥୀମାନେ ନିରାଶ ହେବା ସ୍ବାଭାବିକ। ନିଟ୍‌ ପରୀକ୍ଷା ପାଇଁ ମେଧାବୀମାନେ ବହୁ କଷ୍ଟକରି ଓ ବିଭିନ୍ନ ସ୍ଥାନରେ କୋଚିଂ ନେଇଛନ୍ତି। କିନ୍ତୁ ପରୀକ୍ଷା ବିଭ୍ରାଟ ସେମାନଙ୍କ ମନକୁ ବିଷାକ୍ତ କରୁଛି। ଉତ୍ତର ପ୍ରଦେଶରେ କୌଣସି ଏକ ପ୍ରତିଯୋଗିତାମୂଳକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଛାତ୍ରଙ୍କ ନିକଟରେ ପହଞ୍ଚିବା ନେଇ ଯେଉଁ ତମ୍ବିତୋଫାନ ହୋଇଗଲା ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ପରୀକ୍ଷା ରଦ୍ଦ କରିବାକୁ ପଡିଲା, ଯାହାର ପ୍ରଭାବ କିଛି ନା କିଛି ଗତ ନିର୍ବାଚନରେ ପଡିଛି। ହରିୟାଣା, ରାଜସ୍ଥାନ ପ୍ରଭୃତି ରାଜ୍ୟରେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟର ସମସ୍ୟା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଓଡ଼ିଶାରେ ମଧ୍ୟ ଏହି ସମସ୍ୟା କିଛି କମ୍‌ ନୁହେଁ। ଏହି କିଛି ଦିନ ତଳେ ଏ ବାବଦରେ ବେଶ୍‌ ତମ୍ବିତୋଫାନ ହୋଇଥିଲା କିନ୍ତୁ ଫଳଶୂନ୍ୟ, ମେଧାବୀମାନେ କେବଳ ଘରେ କାନ୍ଦିବା ସାର ହୋଇଥିଲା।
ଏସବୁ କିଛି ଖଳ ପ୍ରକୃତିର ମାଫିଆମାନଙ୍କ ଦ୍ୱାରା ହିଁ ହେଉଛି, ଯେଉଁମାନଙ୍କ ପଛରେ ରାଜନୈତିକ ହସ୍ତକ୍ଷେପ ରହୁଛି। ଏଥିରୁ ଚାକିରି ବାବଦରେ ପଇସା ଥିବା ପିଲାମାନଙ୍କଠାରୁ ମୋଟା ଅଙ୍କରେ ଅର୍ଥ ଆଦାୟ କରାଯାଉଥିବା ବେଳେ ମେଧାବୀ ମାନଙ୍କଠାରୁ ତାହା ଛଡାଇ ନିଆଯାଉଛି। ଯେତିକି ଜଣାପଡୁଛି ତା’ ଉପରେ ତମ୍ବିତୋଫାନ ହେଉଛି, ଯେଉଁଠି ଜଣାପଡୁନି ସେଠାରେ ମେଧାବୀମାନେ ପୁଣି ପର ବର୍ଷକୁ ଅପେକ୍ଷା କରି ରହୁଛନ୍ତି।
ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ପରୀକ୍ଷାରେ ବାରମ୍ବାର ପରୀକ୍ଷାନିରୀକ୍ଷା କରିବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡୁଛି, କେତେବେଳେ ଛଅ ମାସରେ ପରୀକ୍ଷା ପୁଣି ବର୍ଷରେ ଥରେ, ପରୀକ୍ଷା ପୂର୍ବରୁ ଯେଉଁ ଅନ୍ୟ ପରୀକ୍ଷା କରାଯାଉଛି ତା’ର ପ୍ରଶ୍ନପତ୍ର ବଜାରରେ ଉତ୍ତର ସହ ମିଳୁଛି। ଏବେ ବଜାର କହିଲେ ୟୁଟ୍ୟୁବ ଟେଲିଗ୍ରାମ ଆଦି ସାମାଜିକ ଗଣମାଧ୍ୟମରେ ପିଲାମାନେ କେବଳ ଚାତକ ପରି ଅପେକ୍ଷା କରିଛନ୍ତି। ଲକ୍ଷ୍ୟ କରାଯାଉଛି ଶ୍ରେଣୀ ପରୀକ୍ଷାରେ ଯେଉଁମାନେ ବିଦ୍ୟାଳୟକୁ ଆସନ୍ତିନି ସେହିମାନେ ଅନ୍ୟ ପିଲାମାନଙ୍କଠାରୁ ଅଧିକ ମାର୍କ ରଖୁଛନ୍ତି। ଏହାକୁ ବନ୍ଦ କରାଯାଇପାରୁନି ବରଂ ଦିନକୁଦିନ ଏହି ଧନ୍ଦା ଅଧିକ ହେଉଛି। ଯାହା ସର୍ବଶିକ୍ଷା ଓ ନବମ ପରୀକ୍ଷାକୁ ଗ୍ରାସ କଲାଣି। ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ କଥା ଖବରକାଗଜରେ ବାହାରିଥିଲା ସତ କହିବାକୁ ଗଲେ ଏବେ ବିଭିନ୍ନ ଟ୍ରେନିଂ ଆଳରେ ବିଦ୍ୟାଳୟରେ ଆଉ ପୂର୍ବ ପରି ପାଠପଢ଼ା ଯାଉନାହିଁ। ବିଭିନ୍ନ କ୍ଲବ କରି ଅଧିକ ଶିକ୍ଷା ଦେବାର ଯୋଜନା କେବଳ ଫଟୋରେ ସୀମିତ ହେବାବେଳେ ମୂଳ ପାଠ ବହୁତ ପଛକୁ ଚାଲିଯାଉଛି। ଯଦ୍ଦ୍ବାରା ଏଥର ପିଲାମାନଙ୍କର ଇତିହାସ ଭୂଗୋଳ ସହ ଗଣିତ ଓ ବିଜ୍ଞାନରେ ମାର୍କ ବହୁତ କମ୍‌ ରହିଛି। ଏଥର ପରୀକ୍ଷାରେ ଗୁଣାତ୍ମକ ମାନ କମିଗଲା ବେଳେ କେବଳ ପାସ୍‌ ହାର ବଢିଛି। ସେହିପରି ମାଧ୍ୟମିକ ଉଚ୍ଚଶିକ୍ଷାରେ ମଧ୍ୟ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ପରିସଂଖ୍ୟାନ ଚାପ ଏତେ ଅଧିକ ଯେ ସେ ରାତିଦିନ ଓ ଛୁଟି ଭୁଲିଯାଉଛନ୍ତି। ଯଦ୍ଦ୍ବାରା ଶିକ୍ଷାଦାନ ଉପରେ ଗଭୀର ପ୍ରଭାବ ପଡୁଛି। ନାଚଗୀତ କରି ବିଦ୍ୟାଳୟରେ ପାଠ ହୁଏନି, ପାଠ ପାଇଁ ଅଭିଜ୍ଞ ଶିକ୍ଷକ ଆବଶ୍ୟକ। କିଛି ବିଦ୍ୟାଳୟରେ ଶିକ୍ଷକ କହିଲେ କେବଳ ଅତିଥି ଶିକ୍ଷକ ସାହାରା ସାଜିଛନ୍ତି। ଆଜି ପର୍ଯ୍ୟନ୍ତ କମ୍ୟୁଟର ଶିକ୍ଷକ ନିଯୁକ୍ତି ହୋଇପାରିଲା ନାହିଁ । ତେବେ କମ୍ପ୍ୟୁଟରଗୁଡିକ ନଷ୍ଟ ହୋଇଗଲା। ବିଦ୍ୟାଳୟରେ ନବୀକରଣ ହୋଇଛି କିନ୍ତୁ ଶିକ୍ଷାର ଲାଭ ହୋଇନି। ବିଜ୍ଞାନ ଶିକ୍ଷକଙ୍କ ଉପରେ ଅନେକ ଚାପ ରହିଲାବେଳେ ସେ ଶିକ୍ଷା ଦେବାରୁ ବିରତ ରହିବାକୁ ବାଧ୍ୟ ହେଉଛନ୍ତି।
ଅନେକ ଥର ଏହା ଉପରେ ଆଲୋଚନା ଓ ସଂଘ ମଧ୍ୟ ଦୃଷ୍ଟି ଆରୋପ କରିଥିଲେ ବି ଫଳ କିଛିନାହିଁ। ଗ୍ରାମାଞ୍ଚଳରେ ଗରିବ ପିଲା ଏସବୁକୁ ଭୋଗିବା ପାଇଁ ବାଧ୍ୟ ଯେମିତି। ସହରରେ ବେସରକାରୀ ବିଦ୍ୟାଳୟରେ ପିଲା ପଢି କେବଳ ଅଧିକ ପାଠପଢ଼ା ଉପରେ ଧ୍ୟାନ ରହୁଥିବାରୁ ତାଙ୍କର ଫଳାଫଳ ସରକାରୀ ବିଦ୍ୟାଳୟ ଠାରୁ ବେଶ୍‌ ଉନ୍ନତ ରହୁଛି। ତେବେ ଏବେ ସମୟ ଆସିଛି ମେଧାବୀମାନଙ୍କ ସହ ଏପରି ଖେଳ ନ ଖେଳି ଆଗାମୀ ଭବିଷ୍ୟତକୁ ଗଢିବା ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଉ। ବିଦ୍ୟାଳୟରେ କେବଳ ପାଠ ଓ ଶାରୀରିକ ଶିକ୍ଷା ବ୍ୟତୀତ ଅନ୍ୟସବୁକୁ ବହୁତ କମ୍‌ କରାଯାଇ ଶିକ୍ଷକଙ୍କୁ ପାଠ ପଢ଼ାଇବାର ସ୍ବାଧୀନତା ଦିଆଯାଉ। ପିଲାମାନଙ୍କୁ ପ୍ରତ୍ୟହ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସିବା ପାଇଁ ସ୍ବତନ୍ତ୍ର ଆଇନ କରାଯାଉ। ବିଦ୍ୟାଳୟକୁ ଏକ ମାଗଣା ବଣ୍ଟନ କ୍ଷେତ୍ରରେ ପରିଣତ ନ କରି ଏକ ଶିକ୍ଷାର ମନ୍ଦିରରେ ରଖାଯାଉ। ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଅନ୍ତର୍ନିହିତ ସ୍ବତନ୍ତ୍ର ଗୁଣ ରହିଛି, ଯାହାକୁ ଆବିଷ୍କାର କରି ତାର ସ୍ବତନ୍ତ୍ରତାକୁ ପାଥେୟକରି ଉପଯୁକ୍ତ ଶିକ୍ଷା ଦିଆଯାଉ। ପରୀକ୍ଷାରେ ବହୁତ କଡାକଡି କରି ତାଙ୍କ ମେଧାକୁ ଗୁରୁତ୍ୱ ଦେବା ଦରକାର। ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପିଲାଙ୍କୁ ପାଠପଢିବା ଓ ନିୟମିତ ବିଦ୍ୟାଳୟକୁ ଆସିବାର ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଉ ।
ଉପସଭାପତି, ଓଷ୍ଟା
ମା:୯୬୫୮୬୧୪୭୨୮


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri