ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ର

ରସୁଲପୁର,୨୩ା୨(ଡି.ଏନ୍‌.ଏ.): ଅକ୍ଷମ ନୁହେଁ ସେ ସକ୍ଷମ। ସେ ବି ଅନ୍ୟପିଲାଙ୍କ ଭଳି ଭଲ ପଢିବେ, ଆଉ ଆଗକୁ ବଢିବେ। ଅନ୍ୟମାନଙ୍କ ସହ ସମକ୍ଷକ ହୋଇ ନିଜକୁ ପ୍ରମାଣିତ କରିବାର ଲକ୍ଷ୍ୟ ରଖିଛନ୍ତି ଦଶମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଅବିନାଶ ମଲିକ। ଅନ୍ୟପିଲାମାନଙ୍କ ଭଳି ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚଶିକ୍ଷିତ ହେବାକୁ ସ୍ବପ୍ନ ଦେଖୁଥିବା ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କୁ ବିଦ୍ୟାଳୟ କତ୍ତୃପକ୍ଷ ଅଣଦେଖା କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାସଙ୍କ ଅବହେଳା ଯୋଗୁ ଦିବ୍ୟାଙ୍ଗ ଛାତ୍ର ବିଶେଷ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି। ବିଦ୍ୟାଳୟ ପକ୍ଷରୁ ତାଙ୍କର ଦିବ୍ୟାଙ୍ଗ ପ୍ରମାଣପତ୍ର ପଠାଯାଇ ନ ଥିବାରୁ ତାଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ରହିଥିବା ସ୍ବତନ୍ତ୍ର ସୁବିଧା ସେ ପାଇପାରୁ ନାହାନ୍ତି। ଏଭଳି ଘଟଣା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ ଛାତ୍ର ଅବିନାଶ ଚଳିତ ମାଟ୍ରିକ ପରୀକ୍ଷା ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ତାଙ୍କର ଶାରିରୀକ ଅକ୍ଷମତା ଯୋଗୁ ସେ ଭଲଭାବରେ ଲେଖି ପାରୁନାହାନ୍ତି। ଲେଖିବା ବେଳକୁ ହାତ ଥରୁଛି ବୋଲି ଅବିନାଶ କହୁଛନ୍ତି। ମାତ୍ର ତାଙ୍କୁ କୌଣସି ଅଲଗା ସୁବିଧା ମିଳୁନାହିଁ। ପ୍ରମାଣପତ୍ର ଆଣି ଆସିବା ପାଇଁ ପରୀକ୍ଷା ସୁପରିଣ୍ଟେଣ୍ଡେଣ୍ଟ ପ୍ରଥମ ପରୀକ୍ଷା ମାତୃଭାଷା ବିଷୟରୁ କହିଛନ୍ତି। ଏହାଭିତରେ ଶନିବାର ଇଂରାଜୀ ପରୀକ୍ଷା ସରିଯାଇଛି। ହେଲେ ଦିବ୍ୟାଙ୍ଗ ଛାତ୍ରଙ୍କ ପ୍ରମାଣପତ୍ର ବିଦ୍ୟାଳୟରୁ ଆସି ପରୀକ୍ଷା କେନ୍ଦ୍ରରେ ପହଁଚି ପାରିଲା ନାହିଁ। ଏଭଳି ଘଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱହୀନତା ଯୋଗୁ ଘଟିଛି ବୋଲି ଅବିନାଶଙ୍କ ପିତା ଅଶୋକ ମଲିକ ଅଭିଯୋଗ କରିଛନ୍ତି। ତାଙ୍କର କହିବା କଥା ହେଲା ବିଦ୍ୟାଳୟ ପକ୍ଷରୁ ତାଙ୍କ ପୁଅ ପାଇଁ କୌଣସି ସୁବିଧା ସୁଯୋଗ ପ୍ରଦାନ ଦିଗରେ ଗୁରୁତ୍ୱ ପ୍ରଦାନ କରାଯାଉ ନ ଥିବାରୁ ସେ ସରକାରୀ ସୁବିଧା ବାଣିଶ୍ରୀ, ଭତ୍ତା କିମ୍ବା ଦିବ୍ୟାଙ୍କ ବୃତ୍ତି ଆଦି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ବହୁ ଯୋଜନାମାନ କରୁଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ଅନୁଷ୍ଠାନ ମଧ୍ୟ କାର୍ଯ୍ୟ କରୁଛନ୍ତି। ତେବେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୦ବର୍ଷ ଧରି ଶିକ୍ଷିତ ସମାଜ ମଧ୍ୟରେ ପାଢପଢି ଦିନର ଅଧିକାଂଶ ସମୟ କାଟୁଥିବା ଏହି ଦିବ୍ୟାଙ୍ଗ ଛାତ୍ର ସରାକରୀ ସୁବିଧା ସୁଯୋଗର ବଂଚିତ ହେବାଠାରୁ ଆଉ ବଡ ବିଡମ୍ବନା କଣ ଥାଇପାରେ ବୋଲି ସାଧାରଣରେ କୁହାଯାଉଛି। ଏ ସଂପର୍କରେ ଭାରପ୍ରପାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ରଙ୍କୁ ପଚାରିବାରୁ ଛାତ୍ର ଅବିନାଶଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ଅଛି, ହେଲେ କିଛି ସରକାରୀ ସହାୟତା ପାଉ ନାହାନ୍ତି। ତେବେ ତାଙ୍କ ପ୍ରମାଣପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଇବାକୁ ଭୁଲି ଯାଇଛନ୍ତି ବୋଲି ରବୀନ୍ଦ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri