ପରିବା ପାଇଁ ଗଲେ ନେଇପାରିବେନି ବାଇକ୍‌

ଭୁବନେଶ୍ୱର,୩୦ା୩(ବ୍ୟୁରୋ)- ଲକଡାଉନ ସମୟରେ ଅନେକ ଲୋକେ ପରିବା ପାଇଁ ଗଲେ ବାଇକ ନେଇଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପରିବା ଆଣିବା ନଁାରେ ସହର ବୁଲୁଛନ୍ତି। ଏହାକୁ ଦେଖି କମିଶନରେଟ ପୋଲିସ ଅଧିକ କଠୋର ହୋଇଛି। ପୋଲିସ ଲକଡାଉନ ନିୟମକୁ କଡ଼ାକଡ଼ି କରିଛି। ଏଣିକି ପରିବା ଓ ରାଶନ କିଣାକିଣି ପାଇଁ ବାଇକ୍‌ ନେବାକୁ ବାରଣ କରିଛି ପୋଲିସ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଚାଲି ଯିବା ପାଇଁ କୁହାଯାଇଛି। ଏହାକୁ କେହି ନ ମାନି ବାଇକ୍‌ ବାହାର କଲେ ଜବତ କରିବ। ଭୁବନେଶ୍ୱରରେ ସୋମବାର ବିଭିନ୍ନ ହାଟ ଓ ଛକରେ ଚେକିଂକୁ ଜୋରଦାର କରିଛି ପୋଲିସ। ଏକ ନମ୍ବର ହାଟରେ ପୋଲିସ ଏକାଧିକ ବାଇକ ଉଠାଇନେଇଛି। ପରିବା କିଣିବା ଲାଗି ବାଇକରେ ଆସିଥିବା ଲୋକଙ୍କଠାରୁ ଗାଡ଼ିକୁ ଜବତ କରାଯାଇଛି। ଏ ନେଇ ପୂର୍ବରୁ ମଧ୍ୟ ପୋଲିସ ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଅଧିକାଂଶ ଏହାକୁ ଅବମାନନା କରିବାରୁ କମିଶନରେଟ ପୋଲିସ ଏଭଳି ନିଷ୍ପତ୍ତି ନେଇଛି। ଏଜି ଛକରେ ମଧ୍ୟ ଚେକିଂକୁ ଜୋରଦାର କରାଯାଇଛି। ଏ ନେଇ ଜୋନ-୧ ଏସିପି ମାନସ ଗଡ଼ନାୟକ କହିଛନ୍ତି, ଲୋକମାନଙ୍କୁ ପରିବା ଏବଂ ଅନ୍ୟ ଜରୁରୀ ସେବା ପାଇଁ ଚାଲିଚାଲି ଯାଇ ଆଣିବାକୁ କୁହାଯାଇଛି। ହେଲେ ସେମାନେ ଏହାକୁ ଖାତିରି ନ କରି ସହର ସାରା ବୁଲୁଛନ୍ତି। ତେଣୁ ସୋମବାରଠାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପରିବା ମାର୍କେଟ ନିକଟରୁ ଗାଡ଼ିଗୁଡିକୁ ଜବତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri