ପରିତ୍ୟକ୍ତ ସ୍ଲୁଇସ୍‌ ଗେଟ, ନଦୀ ପଡ଼ିଛି ଶୁଖିଲା

ଧାମନଗର, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ନଈନାଳ ଘେରା ଧାମନଗର ବ୍ଲକରେ ଜଳସେଚନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଲାଗି ନଦୀରେ ଚେକ୍‌ ଡ୍ୟାମ, ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲେ ମଧ୍ୟ ଏସବୁ ଯୋଜନା ଫେଲ୍‌ ମାରିଛି। ରକ୍ଷଣାବେକ୍ଷଣ ଅଭାବରୁ ଜଳସେଚନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଚାଷୀମାନେ ଅଭିଯୋଗ କରୁଥିଲେ ମଧ୍ୟ କିଛି ପ୍ରତିକାର ହେଉ ନାହିଁ ା ବୈତରଣୀର ଶାଖା ଗେଙ୍ଗୁଟି ନଦୀର ଜାହାଙ୍ଗୀର ନିକଟ ଜନ୍ତମାହାରାରୁ ନିଷ୍କାସିତ ବନ୍ୟାଜଳକୁ ମିର୍ଘାହାଟକୂଳ ନିକଟରେ ସ୍ଲୁଇସ ଗେଟ୍‌ ଜରିଆରେ ଦୀର୍ଘ ୧୦ କିମି ପର୍ଯ୍ୟନ୍ତ ନଦୀ ଗର୍ଭରେ ଗଚ୍ଛିତ ରଖାଯାଉଥିଲା। ପ୍ରାୟ ୧୦ ବର୍ଷ ହେବ ଏହି ସ୍ଲୁଇସ ଗେଟ୍‌ ଭାଙ୍ଗି ନଷ୍ଟ ହୋଇଯାଇ ଥିଲେ ମଧ୍ୟ ଏହାର ପୁନରୁଦ୍ଧାର ହୋଇପାରୁ ନାହିଁ। ପୂର୍ବରୁ ବିଭାଗ ପକ୍ଷରୁ ପୁନରୁଦ୍ଧାର ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇପାରି ନାହିଁ। ଏ ନେଇ ଚାଷୀକୁଳ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଉଲ୍ଲେଖନୀୟ ଯେ, ଧାମନଗର ବ୍ଲକ ଦେଇ ବୈତରଣୀ, କୋଚିଳା, ଗେଙ୍ଗୁଟି, ରେବ ଓ କପାଳି ନଦୀ ପ୍ରବାହିତ ହେଉଥିବାରୁ ନଦୀ ଅବବାହିକାରେ ଉର୍ବର ଚାଷଜମି ରହିଛି। ଏଠାରେ ବିଭିନ୍ନ ଫସଲ ଚାଷ ହେଉଥିବାରୁ ଏହି ଅଞ୍ଚଳକୁ ଜିଲାର ଭାତହାଣ୍ଡି କୁହାଯାଇଥାଏ। ପୂର୍ବରୁ ଚାଷୀମାନେ ନଦୀଶଯ୍ୟାର ସମତଳ ଜମି ନିକଟରେ ବନ୍ଧ ତିଆରି କରି ନଦୀରେ ଜଳ ଗଚ୍ଛିତ ରଖି ଚାଷକାର୍ଯ୍ୟ କରୁଥିଲେ। ଏପରି କି ସେମାନେ ବିଭିନ୍ନ ଚାଷ କରିବା ସହ ମରୁଡ଼ି ପରିସ୍ଥିତିର ମୁକାବିଲା କରି ପାରୁଥିଲେ। ପରେ କୋଟି କୋଟି ଟଙ୍କା ବ୍ୟୟରେ ସରକାରୀ ସ୍ତରରେ ଯୋଜନା କରି ବିଭିନ୍ନ ସ୍ଥାନରେ ଚେକ୍‌ ଡ୍ୟାମ, ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲେ ମଧ୍ୟ ଚାଷୀଙ୍କ ପରାମର୍ଶ ନିଆ ନ ଯିବା କାରଣରୁ ଏ ସମସ୍ତ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସମ୍ପ୍ରତି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଭାଗୀୟ ଅଧିକାରୀଙ୍କୁ ନେଇ ଏହି ସ୍ଥାନ ପରିଦର୍ଶନ କରି ସ୍ଲୁଇସ ଗେଟ୍‌ର ପୁନରୁଦ୍ଧାର ପ୍ରତି ଗୁରୁତ୍ୱ ଦେଇଥିଲେ। ଉକ୍ତ ପ୍ରକଳ୍ପ ଜରିଆରେ ଦଳାଙ୍ଗ, ବୟାଙ୍ଗଡିହି, ଅର୍ଜୁନପୁର, ଭଟ୍ଟସାହି, ନଦୀଗଁା, କୋଠାର, ଧୂଷୁରୀର ନଦୀପାର୍ଶ୍ୱ ଅଞ୍ଚଳର ଚାଷୀ ଉପକୃତ ହେବେ ବୋଲି କୁହାଯାଇଥିଲା। ବର୍ତ୍ତମାନ ଏହି ସ୍ଲୁଇସ ଗେଟ୍‌ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବାରୁ ନଦୀଗର୍ଭ ଶୁଖିଲା ପଡ଼ିଥିବାରୁ ଚାଷୀମାନେ ଜମିକୁ ପାଣି ମଡ଼ାଇ ନ ପାରି ହଇରାଣ ହେଉଛନ୍ତି। ନଦୀ ସଂସ୍କାର ଯୋଜନାରେ ନଦୀର ଦୁଇଧାର ସଫାଇ କାର୍ଯ୍ୟ ହୋଇଥିଲେ ବି ନଦୀ ଜଳକୁ ଅଟକାଇବା ସମ୍ଭବ ହୋଇପାରିନାହିଁ। ଉକ୍ତ ଅଞ୍ଚଳରେ କେନାଲ ବ୍ୟବସ୍ଥା ନ ଥିବାରୁ ଉଠା ଜଳସେଚନ ବ୍ୟବସ୍ଥା ଉପରେ ଚାଷୀମାନେ ଭରସା କରିପାରୁନାହାନ୍ତି। ନଦୀ ଶୁଖିଲା ପଡ଼ିଥିବାରୁ ଚାଷୀମାନେ ଚଳିତ ଋତୁରେ ଚାଷ ପାଇଁ ନିରାଶ ହୋଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ପ୍ରକଳ୍ପ ଲାଗି ଡିଜାଇନ କାର୍ଯ୍ୟ ଶେଷ ହେବା ପରେ ଅର୍ଥ ବରାଦ ହୋଇ ସାରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri