ପରିଚୟ ଦେଇଛି ଖବରକାଗଜ

ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.) ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରୋଜଗାର ଆଶାରେ ମାତ୍ର ୧୫ ବର୍ଷ ବୟସରେ ଘରୁ ଗୋଡ଼ କାଢ଼ିଥିବା ଛେଣ୍ଡିପଦା ବ୍ଲକ ସାଲୁଇଖମଣ ଗ୍ରାମର ନୀଳମଣି ପଣ୍ଡା ଆଜି ଜଣେ ଜଣାଶୁଣା ମଣିଷ। ପରିଶ୍ରମ ବଳରେ ସେ ସମାଜରେ ନିଜ ପାଇଁ ସମ୍ମାନ ଅର୍ଜନ କରିପାରିଛନ୍ତି। ୧୯୭୨ରେ ରେଙ୍ଗାଳିର ଏକ ହୋଟେଲରୁ କର୍ମମୟ ଜୀବନ ଆରମ୍ଭ କରିଥିବା ନୀଳମଣି କିଛି ବର୍ଷ ପରେ ଛେଣ୍ଡିପଦା ଚାଲିଆସି ସାନଭାଇ ଦେଇଥିବା ଫଟୋ ଦୋକାନରେ କାମ କରିଥିଲେ। ସେଠାରେ ଦୁଇ ବର୍ଷ ରହିବା ପରେ ୧୯୯୫ରେ ନିଜେ କିଛି କରିବାକୁ ଚିନ୍ତା କରି ‘ଧରିତ୍ରୀ’ର ଖବରକାଗଜ ବିକ୍ରିରୁ ନୂତନ କ୍ୟାରିୟର ଆରମ୍ଭ କରିଥିଲେ। ଧୀରେ ଧୀରେ ଖବରକାଗଜର ବିକ୍ରି ବଢ଼ାଇବା ସହ ନିଜେ ବିଭିନ୍ନ କାଗଜର ଏଜେନ୍ସି ନେଲେ। ୨୦୦୧ରେ ହଠାତ ତାଙ୍କ କ୍ୟାବିନ ପୋଡ଼ିଯିବାରୁ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲେ। ହେଲେ ତାଙ୍କ ଆମାୟିକ ବ୍ୟବହାର ଓ ସୁସମ୍ପର୍କ ଯୋଗୁ ବହୁ ଲୋକଙ୍କଠାରୁ ସେ ସହଯୋଗ ପାଇ ନୂତନ କ୍ୟାବିନ ବସାଇଥିଲେ। ସକାଳୁ କେତେ ଖବରକାଗଜ କେଉଁ ଅଞ୍ଚଳକୁ ଯିବ ତାହା ପଠାଇବା ଠାରୁ ଠିକ୍‌ ଭାବେ ଦେୟ ଆଦାୟ କରି ଡିପୋଜିଟ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକୁ ସେ ଦୀର୍ଘ ୨୪ ବର୍ଷ ହେବ ସୂଚାରୁ ରୂପେ କରିଆସୁଛନ୍ତି। ଏହି ଦୀର୍ଘ ବର୍ଷ ମଧ୍ୟରେ ସେ ନିଜ ପରିଶ୍ରମ ବଳରେ ନିଜ ପାଇଁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରି ପାରିଛନ୍ତି। କ୍ୟାନସରରେ ପ୍ରଥମ ସ୍ତ୍ରୀଙ୍କ ପରଲୋକ ପରେ ସେ ଦୁଇ ଝିଅ, ପୁଅଙ୍କ ମୁହଁକୁ ଚାହିଁ ଦ୍ୱିତୀୟ ବିବାହ କରିଥିଲେ। ଏବେ ବୟସ ବଢ଼ିଯାଇଥିଲେ ବି ସେ ନିଜ କର୍ମମୟ ଜୀବନରେ କେବେ ଅବହେଳା କରିନାହାନ୍ତି। ସକାଳୁ ଠିକଣା ସମୟରେ ଲୋକଙ୍କ ନିକଟରେ କିପରି ଖବରକାଗଜ ପହଞ୍ଚିବ, ଅଧିକରୁ ଅଧିକ ଗ୍ରାହକଙ୍କ ସହ ସେ କିପରି ଯୋଡ଼ି ହୋଇପାରିବେ ତାହା ଉପରେ ଧ୍ୟାନ ଦେଉଛନ୍ତି। ସେହିପରି ଦୁଇ ଝିଅଙ୍କୁ ଯୁକ୍ତ ୨ ପର୍ଯ୍ୟନ୍ତ ପଢାଇବା ସହିତ ପୁଅକୁ ଏମ୍‌ବିଏ ପଢାଇ ପାରିଛନ୍ତି। ଖବରକାଗଜ ହିଁ ତାଙ୍କୁ ଆତ୍ମସମ୍ମାନର ସହ ବଞ୍ଚିବା ଶିଖାଇଛି ବୋଲି ନୀଳମଣି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?