ପରିଚୟ ଦେଇଛି ଖବରକାଗଜ

ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.) ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରୋଜଗାର ଆଶାରେ ମାତ୍ର ୧୫ ବର୍ଷ ବୟସରେ ଘରୁ ଗୋଡ଼ କାଢ଼ିଥିବା ଛେଣ୍ଡିପଦା ବ୍ଲକ ସାଲୁଇଖମଣ ଗ୍ରାମର ନୀଳମଣି ପଣ୍ଡା ଆଜି ଜଣେ ଜଣାଶୁଣା ମଣିଷ। ପରିଶ୍ରମ ବଳରେ ସେ ସମାଜରେ ନିଜ ପାଇଁ ସମ୍ମାନ ଅର୍ଜନ କରିପାରିଛନ୍ତି। ୧୯୭୨ରେ ରେଙ୍ଗାଳିର ଏକ ହୋଟେଲରୁ କର୍ମମୟ ଜୀବନ ଆରମ୍ଭ କରିଥିବା ନୀଳମଣି କିଛି ବର୍ଷ ପରେ ଛେଣ୍ଡିପଦା ଚାଲିଆସି ସାନଭାଇ ଦେଇଥିବା ଫଟୋ ଦୋକାନରେ କାମ କରିଥିଲେ। ସେଠାରେ ଦୁଇ ବର୍ଷ ରହିବା ପରେ ୧୯୯୫ରେ ନିଜେ କିଛି କରିବାକୁ ଚିନ୍ତା କରି ‘ଧରିତ୍ରୀ’ର ଖବରକାଗଜ ବିକ୍ରିରୁ ନୂତନ କ୍ୟାରିୟର ଆରମ୍ଭ କରିଥିଲେ। ଧୀରେ ଧୀରେ ଖବରକାଗଜର ବିକ୍ରି ବଢ଼ାଇବା ସହ ନିଜେ ବିଭିନ୍ନ କାଗଜର ଏଜେନ୍ସି ନେଲେ। ୨୦୦୧ରେ ହଠାତ ତାଙ୍କ କ୍ୟାବିନ ପୋଡ଼ିଯିବାରୁ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲେ। ହେଲେ ତାଙ୍କ ଆମାୟିକ ବ୍ୟବହାର ଓ ସୁସମ୍ପର୍କ ଯୋଗୁ ବହୁ ଲୋକଙ୍କଠାରୁ ସେ ସହଯୋଗ ପାଇ ନୂତନ କ୍ୟାବିନ ବସାଇଥିଲେ। ସକାଳୁ କେତେ ଖବରକାଗଜ କେଉଁ ଅଞ୍ଚଳକୁ ଯିବ ତାହା ପଠାଇବା ଠାରୁ ଠିକ୍‌ ଭାବେ ଦେୟ ଆଦାୟ କରି ଡିପୋଜିଟ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକୁ ସେ ଦୀର୍ଘ ୨୪ ବର୍ଷ ହେବ ସୂଚାରୁ ରୂପେ କରିଆସୁଛନ୍ତି। ଏହି ଦୀର୍ଘ ବର୍ଷ ମଧ୍ୟରେ ସେ ନିଜ ପରିଶ୍ରମ ବଳରେ ନିଜ ପାଇଁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରି ପାରିଛନ୍ତି। କ୍ୟାନସରରେ ପ୍ରଥମ ସ୍ତ୍ରୀଙ୍କ ପରଲୋକ ପରେ ସେ ଦୁଇ ଝିଅ, ପୁଅଙ୍କ ମୁହଁକୁ ଚାହିଁ ଦ୍ୱିତୀୟ ବିବାହ କରିଥିଲେ। ଏବେ ବୟସ ବଢ଼ିଯାଇଥିଲେ ବି ସେ ନିଜ କର୍ମମୟ ଜୀବନରେ କେବେ ଅବହେଳା କରିନାହାନ୍ତି। ସକାଳୁ ଠିକଣା ସମୟରେ ଲୋକଙ୍କ ନିକଟରେ କିପରି ଖବରକାଗଜ ପହଞ୍ଚିବ, ଅଧିକରୁ ଅଧିକ ଗ୍ରାହକଙ୍କ ସହ ସେ କିପରି ଯୋଡ଼ି ହୋଇପାରିବେ ତାହା ଉପରେ ଧ୍ୟାନ ଦେଉଛନ୍ତି। ସେହିପରି ଦୁଇ ଝିଅଙ୍କୁ ଯୁକ୍ତ ୨ ପର୍ଯ୍ୟନ୍ତ ପଢାଇବା ସହିତ ପୁଅକୁ ଏମ୍‌ବିଏ ପଢାଇ ପାରିଛନ୍ତି। ଖବରକାଗଜ ହିଁ ତାଙ୍କୁ ଆତ୍ମସମ୍ମାନର ସହ ବଞ୍ଚିବା ଶିଖାଇଛି ବୋଲି ନୀଳମଣି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri