ପରିଚଏ, ଜୀବ୍‌କା ଦେଇଛେ ଜହ୍ନି ଚାଷ୍‌

ସୋହେଲା,୨୯ା୮(ଡି.ଏନ୍‌.ଏ.):  ଓଡ଼ିଶା ଗୁଟେ କୃଷି ପରଧାନ ରାଏଜ୍‌। ଇ ରାଏଜ୍‌ର ବଡ଼ଭାଗି ଲୋକ୍‌ ଚାଷ୍‌ବାସ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା ବରଗଡ଼ ଜିଲାକେ ରାଏଜର ଭାତ୍‌ ହଁାଡ଼ି ବଲି କୁହାଯାଉଛେ। ଇ ଜିଲା ଧାନ୍‌ ଚାଷ ବାହାରେ ପନିପରିବା ଚାଷ୍‌ରେ ବି ରାଏଜେ ନଁା କମେଇଛେ। ଜିଲାରୁ ରାଏଜର ଭିନେ ଭିନେ ଜିଲା ଆର ପଡ଼ିଶା ରାଏଜ୍‌ମାନକୁ ପନିପରିବା ରପ୍‌ତାନୀ ହେଉଛେ। ଇ ଜିଲାର ଚାଷୀ ହରେକ୍‌ କିସମର ପନିପରିବା ଚାଷ୍‌ କରି ଭଲ ଦୁଇ ପଏସା ରୁଜ୍‌ଗାର କରୁଛନ୍‌।
ବରଗଡ଼ ଜିଲା ସୋହେଲା ବ୍ଲକ ବାଇପାଲି ଗଁାର ଝନେ ପରିବା ଚାଷୀ କୁଶ ବଗର୍ତ୍ତିକୁଁ ଭେଟିଥିଲେ ଆମର ଥାନୀୟ ଧରିତ୍ରୀ ପରତିନିଧି। କୁଶ ବଗର୍ତ୍ତିକଁର ପରିବାର କହେଲେ ମାଏକିନା ଉର୍କୁଲି ଆର ୪ ଝି’, ୨ ପୁଓକୁ ନେଇ ତାକର ସୁଖର ସଁସାର। କୁଶ ଦୁଖ୍‌ସୁଖ କରି ବଡ଼ଖା ଝି’କେ ବିହା କରିଛନ୍‌, ବାକି ୩ ଝି’ ପାଠ୍‌ ପଢ଼ୁଛନ୍‌। ସେନ୍‌ତା ଦୁଇ ପୁଓ ଭିତରୁ ଝନକର ବଏସ ୨୫ ହେଇଥିଲାବେଲେ ଆରଗୁଟେ ପୁଓ ବଏସ ୧୨। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବଲି ବିଶେଷ କିଛି ନାଇଁ। କୁଶ ଭାଇ ଭାଗ୍‌ରେ ୧ ଏକର ୧୫ ଡେସିମିଲ ଜମି ପାଇଛନ୍‌। ସେଥ୍‌ରେ ସେ ଧାନ ଚାଷ୍‌ କରୁଛନ୍‌। ବଡ଼ କୁଟୁମ ଲାଗି ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହୁଛେ। ସେଥିରଲାଗି କୁଶ ଅନେକ ସମିଆରେ ପରହର କାମ୍‌ବୁତା କରି ଦୁଇ ପଏସା ରୁଜଗାର କରୁଛନ୍‌। ହେଲେ ଅଲପ୍‌ ରୁଜ୍‌ଗାରରେ ବଢ଼ଲା ଛୁଆପିଲାକୁ ପୁଷ୍‌ବାର ସମ୍‌ଭବ ନୁହେ। ସେଥିରଲାଗି କୁଶ ୬ ନମ୍ବର ଜାତୀୟ ରାଜପଥ ତରେ କେନପାଲି ଗଁାର ଝନେ ଚାଷୀର ୭୦ ଡେସିମିଲ ଜାଗାକେ ଠିକାରେ ନେଇ ଜହ୍ନି ଚାଷ୍‌ କରିଛନ୍‌। ଗଲା ବଛର ଇ ଜମିରେ ସେ ବିନ୍ସ ଚାଷ୍‌ କରି ୪୦ ହଜାର ଟଁକା ଲାଭ୍‌ ପାଇଥିବାର କହିଛନ୍‌। ଇଥର ଜହ୍ନି ଚାଷ୍‌ରୁ ବି ଭଲ ଦୁଇ ପଏସା ଲାଭ୍‌ କରବାର ଆଶ୍‌ ସେ ରଖିଛନ୍‌। ଏହେଦେ ବଜାରରେ ଜହ୍ନି କେ.ଜି. ୨୦ ଟଁକା ରହିଛେ। କୁଶ ବାରିରୁ ଜହ୍ନି ତୁଲି ସିଧା ବେପାରୀମାନକୁ ବିକୁଛନ୍‌, ଦରକାର ପଡ଼ଲେ ନିଜେ ରାସ୍‌ତା ତରେ ପରିବା ରଖି ବିକୁଛନ୍‌। ଇଥ୍‌ରେ ଛୁଆପୁତାନୁ ପରିବାର ଲୋକ୍‌ ସଭେ ତାହାକୁ ସହଯୋଗ କରୁଛନ୍‌। କୁଶ ବି ବାହାଜାଂଗଲ ମାଜି ଦୁଇ ପଏସା ରୁଜ୍‌ଗାର କରବାର ସଂଗେ ଛୁଆପିଲାକୁ ପାଠ୍‌ପଢ଼େଇ ଭଲ ମୁନୁଷ୍‌ କରବାରେ ଲାଗି ପଡ଼ିଛନ୍‌। ହେଲେ ଅଭାବ ଆନାଟନ ଲାଗି କୁଶ ଆଏଜ୍‌ତକ ଭଲ ଘରଖଁଡ଼େ ତିଆରି ନାଇଁପାରି। ଆଏଜ୍‌ ବି କୁଟୁମବସିଆ ଗୁଟେ ପୁରନା ମାଏଟ୍‌ କୁରିଆରେ ରହୁଛନ୍‌। ହେଲେ ସରକାରୀ ଯୋଜନାରେ ଆଏଜ୍‌ ନାଇଁ ହେଲେ କାଏଲ୍‌ ପକାଘର ଖଁଡ଼େ ପାଏବାର ଆଶ୍‌ରେ ସେ ରହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri