ପରିଚଏ ଖୁଜୁଛେ କୁଦେଲପଟା ଗଁ। ହକ୍‌, ମଉଲିକ ସୁବିଧାରୁ ବଁଚିତ୍‌ ଗଁ। ବାସୀ

ଭବାନୀପାଟଣା,୩।୮(ଡି.ଏନ.ଏ.):
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଦରନୁ ୧୪ କି.ମି. ଦୂରେ ରହିଛେ ତ୍ରିଲୋଚନପୁର ପଁଚେତ୍‌ ଅଧୀନ କୁଦେଲପଟା ଗଁା। ଗଁାଟା ନିୟମଗିରି ପାଡାଡ଼ ଅଂଚଲରେ ରହିଥିଲାବେଲେ ଗଁାର ବଡ଼ଭାଗି ଲୋକ ଡଙ୍ଗରିଆ କଁଧ୍‌ ସମାଜର। ସେନ୍‌ତା ଗଁାରେ ଅନେକ ସିକକା ବଉଁଶିଆ ଆଦିବାସୀ ଲୋକ୍‌ ବି ରହୁଛନ୍‌। ଆଏଜ୍‌ବି ଇ ଡଙ୍ଗରିଆ କଁଧ୍‌ ସମାଜ ନିଜର ପାରମ୍ପରିକ ଜୀବନ୍‌ ଶଇଲିରେ ଚଲିଆସୁଛନ୍‌। ଏହେଦେ ଇ ଗଁାରେ ୨୦ରୁ ଅଧ୍‌କା ଡଙ୍ଗରିଆ କଁଧ୍‌ ପରିବାର ବାସ କରୁଛନ୍‌। ଗଁାର ବଡ଼ଭାଗି ଲୋକ୍‌ ଝୁନ୍‌ଗା, କଁାଦୁଲ, ମାଡ଼ିଆ, ପୋଡୁଚାଷ କରୁଥିଲାବେଲେ ଜଂଗଲ ଜାତ ଦରବ୍‌ ଠୁଲେଇ ବିକାଭଂଗା କରି ଚଲୁଛନ୍‌। ଇ ଆଦିବାସୀ ପରିବାରମାନେ ବହୁତ୍‌ ବଛର ହେଲା ଜଂଗଲରେ ରହି ଆସୁଛନ୍‌। ହେଲେ ଆଏଜ୍‌ତକ ରାଏଜ୍‌ ସରକାରକଁର ୨୦୦୬ ଜଂଗଲ ଜମି ଆଇନ ଅନସାରେ ଜମି ପଟ୍ଟା ନାଇଁ ପାଇପାରି। ଏନ୍‌ତା କି ଗଁାଟା ଆଏଜ୍‌ ବି ରାଜସ୍ବ ଗଁାର ମାଏନ୍‌ତା ପାଏବାରୁ ବଁଚିତ୍‌ ହେଇ ରହିଛେ। ଗଁାକେ ଯିବାର ଆଏବାର ଲାଗି ଫିଦିନିଅଁା ରାସ୍‌ତା ଖଁଡ଼େ ନଁାଇଁନ। ଗଁାବାସୀ ଜଂଗଲ ଭିତରେ ପାଦ୍‌ ଚଲା ରାସ୍‌ତାରେ ଯିବାର ଆଏବାର କରୁଛନ୍‌। ସେନ୍‌ତା ଗଁାରେ କାହାକେ ଜରତପ୍‌ ହେଲେ କି ଗରଭବତୀ, ପ୍ରସୂତି ମହିଲାମାନକୁ ଦୁଲା ଫଁାଦି ଡାକ୍‌ତରଖାନା ନେଉଛନ୍‌। ଅନେକ ସମିଆରେ ରୁଗୀକେ ଡାକ୍‌ତରଖାନା ପୁହୁଁଚଉନ୍‌ ପୁହୁଁଚଉନ ବାଟେ ଜୀବନ୍‌ ପଲେଇଯାଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ସଚେତନତା ଅଭାବ ସଂଗେ ବାଟଘାଟ ଅସବିଧାର ଲାଗି ଗଁାବାସୀ ଦିହିପା ଖରାପ ହେଲେ ଗୁଣିଗାରେଡି, ଚେରମୂଲି ଉଷୋକଷା ଉପରେ ନିରଭର କରୁଛନ୍‌। ସେନ୍‌ତା ଗଁାରେ ବଡ଼ଭାରି ପିଇବାର ପାଏନ୍‌ର ଅସ୍‌ବିଧା ଥିଲାବେଲେ ପାସେ ବୁହିଯାଉଥିବାର ଝରନା ଆର ନାଲର ପାଏନ୍‌କେ ଗଧାବୁଡ଼ା, ଖିଆପିଆରେ ବେଭାର କରୁଛନ୍‌। ଗଁାବାସୀକର ଲାଗି ଆଏଜ୍‌ ବି ଇନ୍ଦିରା ଆବାସ, ମୋ କୁଡ଼ିଆ, ବିଜୁ ପକ୍କାଘର ସତେ ଯେନ୍‌ତା ସାତ୍‌ସପନ ହେଇ ରହିଛେ। ଗଁାରେ ପ୍ରାଥମିକ ସ୍କୁଲ ନାଇଁଥିବାର ଲାଗି ଗଁାର ପିଲାମାନେ ୩ କି.ମି. ଦୂରିଆ ସାପ ଚଞ୍ଚରା ଗଁାକେ ପଢ଼ବାକେ ଯାଉଛନ୍‌। ନିରବାଚିତ ଜନପରତିନିଧି, ରାଜନେତା ଆର ପରଶାସନର ଅବହେଲାର ଲାଗି କୁଦେଲପଟା ଗଁା ଆଏଜ୍‌ ବି ରାଜସ୍ବ ଗଁାର ମାଏନ୍‌ତା ପାଏବାରୁ ବଁଚିତ୍‌ ହେଇଛେ। ସବୁ ପରକାର ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ଇ ଆଦିବାସୀ ପରିବାରମାନେ ଆଏଜ୍‌ ବି ଜଂଗଲ ଭିତରେ ଆଦିମାନବର ଜୀବନ୍‌ ବିତଉଛନ୍‌। ରାଏଜ୍‌ ସରକାର, ଜିଲା ପରଶାସନ ଇ ଗଁାକେ ରାଜସ୍ବ ଗଁାର ମାଏନ୍‌ତା ଦେବାର ସଂଗେ ଆଦିବାସୀକୁ ତାକର ହକ୍‌, ମଉଲିକ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା

ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri