Posted inଫୁରସତ

ପଡ଼ୋଶୀଙ୍କୁ ଖୁସି କରିବାକୁ କାନ୍ଥରେ ଆଙ୍କିଲେ ଇମୋଜି, ମାମଲା ପହଞ୍ଚିଲା ଥାନାରେ

ପଡ଼ୋଶୀଙ୍କୁ ଖୁସି କରିବାକୁ ଜଣେ ବ୍ୟକ୍ତି ଘରର କାନ୍ଥରେ ଇମୋଜି ଆଙ୍କିଥିଲେ। କିନ୍ତୁ ଏଥିରେ ପଡ଼ୋଶୀ ରାଗିଯାଇ ଥାନାରେ କେସ୍‌ କରିଛନ୍ତି। ଏମିତି ଏକ ଅଜବ ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ। ଘରମାଲିକ କ୍ୟାଥରିନ୍‌ କିଡ୍‌ କୁହନ୍ତି, ପଡ଼ୋଶୀଙ୍କ ଦୁଃଖ ଏବଂ ଥକାପଣ ଦୂର କରି ମୁହଁରେ ହସ ଆଣିବା ପାଇଁ ସେ ଏମିତି ଚିତ୍ର ତାଙ୍କ କାନ୍ଥରେ ଆଙ୍କିଛନ୍ତି। ମାତ୍ର ଜଣେ ପଡ଼ୋଶୀ ତାଙ୍କୁ ଦୋଷାରୋପ କରି ଥାନାରେ ମାମଲା ଦାୟର କରିଛନ୍ତି। କ୍ୟାଥରିନ୍‌ କୁହନ୍ତି, ମୋ ଘରକୁ ମୁଁ ଗୋଲାପୀ ରଙ୍ଗ ଦେବା ସହିତ କାନ୍ଥରେ ପେଣ୍ଟିଂ କରିଛି। କାରଣ ଆମ ପଡ଼ୋଶୀ ସବୁବେଳେ ମନଦୁଃଖରେ ରହୁଥିବା ଦେଖି ମୁଁ ଏପରି ଆଙ୍କିଛି। କିନ୍ତୁ ପଡ଼ୋଶୀ ସୁସେନ୍‌ ବିଲୈଣ୍ଡ୍‌ କ୍ୟାଥରିନ୍‌ଙ୍କ କଥାରେ ସହମତ ନୁହନ୍ତି। ସେ କହିଛନ୍ତି, ଆମ ପରିବାରକୁ ଚିଡ଼ାଇବା ପାଇଁ ସେ ଏପରି କରିଛନ୍ତି। ତାଙ୍କ କହିବା କଥା କ୍ୟାଥରିନ୍‌ ଯେଉଁ ଇମୋଜି ରଖିଛନ୍ତି ସେଥିରୁ ଗୋଟିଏ ପାଟିରେ ହାତ ଦେଇଥିବା ଆଉ ଗୋଟିଏ ମଜା ଉଡ଼ାଇବାର ଚିତ୍ର। ଫଳରେ ଏହା ନକାରାତ୍ମକ ପ୍ରଭାବ ପକାଉଛି। କ୍ୟାଥ୍‌ରିନ୍‌ ଏପରି ଚିତ୍ର ଆଙ୍କିବା ପରଠାରୁ ସେ ତାଙ୍କ ଘରର ଦରଜା ସବୁବେଳେ ବନ୍ଦ ରଖୁଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ଏହା ଦର୍ଶକଙ୍କୁ ହସର ଖୋରାକ ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଛାତରୁ ଝରୁଛି ପାଣି, ଖସୁଛି ପ୍ଲାଷ୍ଟର: ଅବ୍ୟବସ୍ଥା ମଧ୍ୟରେ ବଡ଼ଛତ୍ରଙ୍ଗ ହାଇସ୍କୁଲ

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ହାଇସ୍କୁଲ ସମ୍ପ୍ରତି ଘୋର ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ୧୯୬୬ ମସିହାରେ ସ୍ଥାପିତ ଏହି ପୁରାତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ୬ ଐତିହାସିକ ରେକର୍ଡ, ଭାଙ୍ଗିବା ପ୍ରାୟ ଅସମ୍ଭବ!

ନୂଆଦିଲ୍ଲୀ,୨।୯: ଖୁବ କମ ବୟସରେ କ୍ରିକେଟ ଜଗତରେ ବଡ଼ ନାଁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ଯେଉଁ ସିରିଜ କିମ୍ବା ଟୁର୍ନାମେଣ୍ଟରେ ଖେଳୁଛନ୍ତି, ସେଠାରେ କୌଣସି ନା…

ଓଡ଼ିଶାରେ ‘ପରମାଣୁ ଶକ୍ତି’ କେନ୍ଦ୍ର ପାଇଁ ଜମି ଖୋଜାଚାଲିଛି

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ଓଡ଼ିଶାରେ ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ସରକାର ଓ ବୃହତ୍‌ ଶିଳ୍ପସଂସ୍ଥା ଜମି ଖୋଜୁଛନ୍ତି। ଏଥିପାଇଁ ଦୁଇଟି ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଜମି…

ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୧,୦୫୦ ଟପିଲା

କାଠମାଣ୍ଡୁ,୨ା୯: ନେପାଳର ପ୍ରଳୟଙ୍କରୀ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୧,୦୫୦ ଟପିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକ ମୃତଦେହ ମିଳୁଥିବା ଅଧିକାରୀମାନେ କହିଛନ୍ତି। ଲଗାଣ ବର୍ଷା…

ଗ୍ରୀନ୍‌ ବିଲ୍ଡିଂରେ ୨୪% ପର୍ଯ୍ୟନ୍ତ ଖର୍ଚ୍ଚ ସଞ୍ଚୟ ସମ୍ଭବ

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ସୌର ଓ ଅକ୍ଷୟ ଶକ୍ତି ବ୍ୟବହାର ଦ୍ୱାରା କେବଳ ଯେ ପରିବେଶକୁ ସୁସ୍ଥ ଓ ସବୁଜ ରଖାଯାଇପାରିବ ତାହା ନୁହେଁ, ପରିବାରର ଖର୍ଚ୍ଚ…

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri