ପଞ୍ଚମ ପର୍ଯ୍ୟାୟ ନିର୍ବାଚନ;ମଇଦାନରେ ୧୮୪ କୋଟିପତି: ପୁନମ୍‌ ସିହ୍ନା ସବୁଠୁ

ନୂଆଦିଲ୍ଲୀ,୧ା୫(ପି.ଟି.): ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ସବୁଠୁ ଧନୀ ହେଉଛନ୍ତି ଲକ୍ଷ୍ନୌ ଲୋକ ସଭା ଆସନର ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରାର୍ଥୀ ପୁନମ୍‌ ସିହ୍ନା। ପୁନମଙ୍କ ସମ୍ପତ୍ତି ୧୯୩ କୋଟି ଟଙ୍କା ବୋଲି ନିର୍ବାଚନ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ନ୍ୟାଶନାଲ ଇଲେକ୍ସନ୍‌ ଓ୍ବାଚ୍‌ (ଏନ୍‌ଇଡବ୍ଲ୍ୟୁ) ଏବଂ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର) ପକ୍ଷରୁ ମଙ୍ଗଳବାର କୁହାଯାଇଛି।
ମେ ୬ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୭ ରାଜ୍ୟର ଯେଉଁ ୫୧ ଆସନରେ ମତଦାନ ହେବ ସେଗୁଡ଼ିକ ହେଲା ବିହାର (୫), ଜମ୍ମୁ ଓ କଶ୍ମୀର (୨), ଝାଡ଼ଖଣ୍ଡ (୪), ମଧ୍ୟପ୍ରଦେଶ (୭), ରାଜସ୍ଥାନ (୧୨), ୟୁପି (୧୪) ଓ ପଶ୍ଚିମବଙ୍ଗ (୭)। ଏହି ପର୍ଯ୍ୟାୟରେ ମୋଟ ୬୬୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ। ସେମାନଙ୍କ ମଧ୍ୟରୁ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ସ୍ତ୍ରୀ ପୁନମ୍‌ ଲକ୍ଷ୍ନୌ ଆସନରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ବିରୋଧରେ ମହାମେଣ୍ଟ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୯୩ କୋଟିର ମାଲିକାଣୀ ପୁନମ ସବୁଠୁ ଧନୀ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ତଳକୁ ଅଛନ୍ତି ୟୁପି ସୀତାପୁରର ପ୍ରଗତିଶୀଳ ସମାଜବାଦୀ ପାର୍ଟି (ଲୋହିଆ) ପ୍ରାର୍ଥୀ ବିଜୟ କୁମାର ମିଶ୍ର, ଯାହାଙ୍କ ସମ୍ପତ୍ତି ୧୭୭ କୋଟି ଟଙ୍କା। ତୃତୀୟରେ ଝାଡ଼ଖଣ୍ଡ ହଜାରିବାଗର ଭାଜପା ପ୍ରାର୍ଥୀ ଜୟନ୍ତ ସିହ୍ନା। କେନ୍ଦ୍ରମନ୍ତ୍ରୀ ସିହ୍ନାଙ୍କ ସମ୍ପତ୍ତିର ମୂଲ୍ୟ ୭୭ କୋଟି ଟଙ୍କା। ମଇଦାନରେ ଏପରି ୩ ଜଣ ପ୍ରାର୍ଥୀ ଅଛନ୍ତି, ଯାହାଙ୍କ ନିକଟରେ କିଛି ସମ୍ପତ୍ତି ନାହିଁ ବୋଲି ସେମାନେ ନାମାଙ୍କନପତ୍ର ଦାଖଲ ବେଳେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏନ୍‌ଇଡବ୍ଲ୍ୟ ଏବଂ ଏଡିଆର୍‌ ଅନୁସାରେ ଏଭଳି ୧୮୪ ପ୍ରାର୍ଥୀ ରହିଛନ୍ତି, ଯାହାଙ୍କ ସମ୍ପତ୍ତି ୧ କୋଟି କିମ୍ବା ତଦୂର୍ଦ୍ଧ୍ୱ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାଜପାର। ଏହି ଦଳର ୪୮ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ କୋଟିପତି। ସେହିପରି କଂଗ୍ରେସର ୪୫ରୁ ୩୨, ବିଏସ୍‌ପିର ୩୩ରୁ ୧୭, ଏସ୍‌ପିର ୯ରୁ ୮ଏବଂ ସ୍ବାଧୀନ ୨୫୨ରୁ ୩୧ ପ୍ରାର୍ଥୀ ନିଜକୁ କୋଟିପତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଅର୍ଥାତ୍‌ ଏହି ପର୍ଯ୍ୟାୟର ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୫୭ କୋଟି ଟଙ୍କା। ୨୬୪ ଜଣ ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ବୋଲି ସ୍ବୀକାର କରିଛନ୍ତି। ୩୪୮ ପ୍ରାର୍ଥୀ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ପାଠ ପଢ଼ିଛନ୍ତି। ୪୩ ପ୍ରାର୍ଥୀ ନାମକୁ ମାତ୍ର ସାକ୍ଷର ହୋଇଥିବାବେଳେ ୬ ଜଣ ନିରକ୍ଷର ବୋଲି ସେମାନଙ୍କ ସତ୍ୟପାଠ ବିଶ୍ଳେଷଣ କରିବା ପରେ ଜଣାପଡ଼ିଛି। ଧନୀ


Enter your email to get our daily news in your inbox.

All Right Reserved By Dharitri.Com

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?