ନୟାଗଡ ଜିଲାରେ ଖାଲି ପଡ଼ିଛି ୧୦୬ ଡାକ୍ତର ପଦବୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ୨୯ ଡାକ୍ତର

ନୟାଗଡ଼ ଅଫିସ,୧୭।୧୦: ରାଜ୍ୟର ବିଭିନ୍ନ ମେଡିକାଲ୍‌ରେ ମୋ ସରକାର କାର୍ଯ୍ୟକ୍ରମ କିପରି ଭାବେ ତୃଣମୂଳସ୍ତରରେ କାର୍ଯ୍ୟକ୍ଷମ ହେଉଛି ତାହାର ସ୍ଥିତି ପରଖୁଛନ୍ତି ୫-ଟି ସଚିବ ଓ ଅନ୍ୟ ଅଧିକାରୀମାନେ। କିଛିଦିନ ତଳେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଏମାନେ ପରିଦଶର୍ନ କରି ଯାଇଛନ୍ତି। ଅସଜଡ଼ା ଭିତ୍ତିଭୂମି ଓ ଡାକ୍ତର ନ ଥିବା ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାରେ ଥିବା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କିପରି ମୋ ସରକାର କାର୍ଯ୍ୟକ୍ରମ କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଯେ, ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ରଣପୁର ମେଡିକାଲ୍‌ , ୧୨ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଓ ୩୭ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ଅଛି। ୫୧ ମେଡିକାଲ୍‌ରେ ୧୯୬ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୯୦ ଜଣ ଡାକ୍ତର । ୧୦୬ ଡାକ୍ତର ପଦବୀ ଖାଲି ପଡ଼ିଛି। ନିଯୁକ୍ତ ହୋଇଥିବା ୯୦ ଡାକ୍ତରଙ୍କ ମଧ୍ୟରୁ ୨୩ ଜଣ ଡାକ୍ତର ପିଜି କରିବାକୁ ଯାଇଥିବା ସୂଚନା ମିଳିଛି। ସେହିଭଳି ୧୮ ଜଣ ଅବସରପ୍ରାପ୍ତ ଡାକ୍ତରଙ୍କୁ ଠିକା ଭାବେ ନିଯୁକ୍ତ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓଙ୍କ ସମେତ ୮ଜଣ ଅଧିକାରୀ ରହିବା ପରିବର୍ତ୍ତେ ଅଛନ୍ତି ମାତ୍ର ୪ଜଣ ଅଧିକାରୀ।
ଜିଲା ମୁଖ୍ୟ ଚିକିତ୍ସାଳୟରେ ୫୩ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୨୪ । ମେଡିସିନ ପାଇଁ ୨ ଜଣ ଆବଶ୍ୟକ ଥିବା ବେଳେ ଅଛନ୍ତି ଜଣେ। ସେହିଭଳି ସର୍ଜରୀ ବିଭାଗର ମଧ୍ୟ ସମାନ ଅବସ୍ଥା। ଆନାଥେସିଆ, ରେଡିଓଲୋଜି, ପାଥୋଲୋଜି, ଚର୍ମ ବିଶେଷଜ୍ଞ ଭଳି ୨୯ ଡାକ୍ତରୀ ପଦବୀ ଖାଲି ପଡ଼ିଛି। ଫଳରେ ପ୍ରତିଦିନ ପ୍ରାୟ ୧୫ଶହ ରୋଗୀ ଆସୁଥିବାବେଳେ ସେମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ଅଭିଯୋଗ ହେଉଛି। ରଣପୁର ବ୍ଲକ ଚାନ୍ଦପୁରସ୍ଥିତ ବସନ୍ତ ମଞ୍ଜରୀ ଜେନେରାଲ ମେଡିକାଲ୍‌ରେ ୧୫ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୯ ଜଣ, ରେଡିଓଲୋଜି, ଆସିଷ୍ଟାଣ୍ଟ ସର୍ଜନ ପଦବୀ ଖାଲି ପଡ଼ିଛି। ବଡ଼ପଣ୍ଡୁସର ସିଏଚ୍‌ସି ଅଧୀନରେ ୫ଟି ପିଏଚ୍‌ସି ଅଛି, ଏଠାରେ ୧୨ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୬ ଜଣ। ଭାପୁର ସିଏଚ୍‌ସି (ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର) ଅଧୀନରେ ୪ଟି ପିଏଚ୍‌ସି (ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର) ଅଛି, ଏଠାରେ ୧୧ ଜଣ ଡାକ୍ତରଙ୍କ ବଦଳରେ ଅଛନ୍ତି ମାତ୍ର ୫, ଗଣିଆ ସିଏଚ୍‌ସି ଅଧୀନରେ ୩ଟି ପିଏଚ୍‌ସି ଅଛି, ଏଠାରେ ୧୦ ଜଣ ଡାକ୍ତରଙ୍କ ପରିବର୍ତ୍ତେ ୨ଜଣ ଅଛନ୍ତି। ମଧ୍ୟଖଣ୍ଡ ସିଏଚ୍‌ସି ଅଧୀନରେ ଦଶପଲ୍ଲା ସିଏଚ୍‌ସି ଓ ୫ଟି ପିଏଚ୍‌ସି ଅଛି,ଏଠାରେ ୧୯ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୮। ମହୀପୁର ସିଏଚ୍‌ସି ଅଧୀନରେ ୪ଟି ପିଏଚ୍‌ସି ଅଛି ,ଏଠାରେ ୧୧ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୨ ଜଣ। ନୂଆଗାଡ଼ିଆ ସାହି ସିଏଚ୍‌ସି ଅଧୀନରେ ଖଣ୍ଡପଡ଼ା ସିଏଚ୍‌ସି ଓ ୫-ଟି ପିଏଚ୍‌ସି ଅଛି, ଏଠାରେ ୧୩ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ୫ ଜଣ। ରାଜସୁନାଖଳା ସିଏଚ୍‌ସି ଅଧୀନରେ ଗୋଟିଏ ରଣପୁର ସିଏଚ୍‌ସି ଓ ୫ଟି ପିଏଚ୍‌ସି ଅଛି, ଏଠାରେ ୧୯ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ୧୦। ସେମାନଙ୍କ ମଧ୍ୟରୁ ୬ ଜଣ ଠିକା ଭାବେ ରହିଥିବା ଜଣାଯାଏ। ଶରଣକୂଳ ସିଏଚ୍‌ସି ଅଧୀନରେ ଓଡ଼ଗାଁ ସିଏଚ୍‌ସି ଓ ୭ଟି ପିଏଚ୍‌ସି ଅଛି, ଏଠାରେ ୧୬ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ୫ ଜଣ ଡାକ୍ତର ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ସ୍ଥାୟୀ ଓ ୨ ଜଣ ଠିକା ଡାକ୍ତର ଅଛନ୍ତି। ଏପରିସ୍ଥିତିରେ ବଡ଼ପଣ୍ଡୁସର, ଚାନ୍ଦପୁର, ଭାପୁର, ମଧ୍ୟଖଣ୍ଡ , ଦଶପଲ୍ଲା, ମହୀପୁର, ନୂଆଗାଡ଼ିଆ, ରାଜସୁନାଖଳା, ରଣପୁର, ଶରଣକୁଳ ଓ ଓଡ଼ଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କେହି ଜଣେ ହେଲେ ସ୍ଥାୟୀ ମେଡିକାଲ୍‌ ଅଧିକାରୀ ନାହାନ୍ତି। ଅସ୍ଥାୟୀ ଭାବେ କିଛି ଡାକ୍ତର ଏହି ଦାୟିତ୍ୱ ତୁଲାଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ଜିଲାରେ ଥିବା ଡାକ୍ତରଖାନାକୁ ତୁରନ୍ତ ଡାକ୍ତର ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?