ନୟାଗଡ ଜିଲାରେ ଖାଲି ପଡ଼ିଛି ୧୦୬ ଡାକ୍ତର ପଦବୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ୨୯ ଡାକ୍ତର

ନୟାଗଡ଼ ଅଫିସ,୧୭।୧୦: ରାଜ୍ୟର ବିଭିନ୍ନ ମେଡିକାଲ୍‌ରେ ମୋ ସରକାର କାର୍ଯ୍ୟକ୍ରମ କିପରି ଭାବେ ତୃଣମୂଳସ୍ତରରେ କାର୍ଯ୍ୟକ୍ଷମ ହେଉଛି ତାହାର ସ୍ଥିତି ପରଖୁଛନ୍ତି ୫-ଟି ସଚିବ ଓ ଅନ୍ୟ ଅଧିକାରୀମାନେ। କିଛିଦିନ ତଳେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଏମାନେ ପରିଦଶର୍ନ କରି ଯାଇଛନ୍ତି। ଅସଜଡ଼ା ଭିତ୍ତିଭୂମି ଓ ଡାକ୍ତର ନ ଥିବା ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାରେ ଥିବା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କିପରି ମୋ ସରକାର କାର୍ଯ୍ୟକ୍ରମ କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଯେ, ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ରଣପୁର ମେଡିକାଲ୍‌ , ୧୨ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଓ ୩୭ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ଅଛି। ୫୧ ମେଡିକାଲ୍‌ରେ ୧୯୬ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୯୦ ଜଣ ଡାକ୍ତର । ୧୦୬ ଡାକ୍ତର ପଦବୀ ଖାଲି ପଡ଼ିଛି। ନିଯୁକ୍ତ ହୋଇଥିବା ୯୦ ଡାକ୍ତରଙ୍କ ମଧ୍ୟରୁ ୨୩ ଜଣ ଡାକ୍ତର ପିଜି କରିବାକୁ ଯାଇଥିବା ସୂଚନା ମିଳିଛି। ସେହିଭଳି ୧୮ ଜଣ ଅବସରପ୍ରାପ୍ତ ଡାକ୍ତରଙ୍କୁ ଠିକା ଭାବେ ନିଯୁକ୍ତ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓଙ୍କ ସମେତ ୮ଜଣ ଅଧିକାରୀ ରହିବା ପରିବର୍ତ୍ତେ ଅଛନ୍ତି ମାତ୍ର ୪ଜଣ ଅଧିକାରୀ।
ଜିଲା ମୁଖ୍ୟ ଚିକିତ୍ସାଳୟରେ ୫୩ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୨୪ । ମେଡିସିନ ପାଇଁ ୨ ଜଣ ଆବଶ୍ୟକ ଥିବା ବେଳେ ଅଛନ୍ତି ଜଣେ। ସେହିଭଳି ସର୍ଜରୀ ବିଭାଗର ମଧ୍ୟ ସମାନ ଅବସ୍ଥା। ଆନାଥେସିଆ, ରେଡିଓଲୋଜି, ପାଥୋଲୋଜି, ଚର୍ମ ବିଶେଷଜ୍ଞ ଭଳି ୨୯ ଡାକ୍ତରୀ ପଦବୀ ଖାଲି ପଡ଼ିଛି। ଫଳରେ ପ୍ରତିଦିନ ପ୍ରାୟ ୧୫ଶହ ରୋଗୀ ଆସୁଥିବାବେଳେ ସେମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ଅଭିଯୋଗ ହେଉଛି। ରଣପୁର ବ୍ଲକ ଚାନ୍ଦପୁରସ୍ଥିତ ବସନ୍ତ ମଞ୍ଜରୀ ଜେନେରାଲ ମେଡିକାଲ୍‌ରେ ୧୫ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୯ ଜଣ, ରେଡିଓଲୋଜି, ଆସିଷ୍ଟାଣ୍ଟ ସର୍ଜନ ପଦବୀ ଖାଲି ପଡ଼ିଛି। ବଡ଼ପଣ୍ଡୁସର ସିଏଚ୍‌ସି ଅଧୀନରେ ୫ଟି ପିଏଚ୍‌ସି ଅଛି, ଏଠାରେ ୧୨ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୬ ଜଣ। ଭାପୁର ସିଏଚ୍‌ସି (ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର) ଅଧୀନରେ ୪ଟି ପିଏଚ୍‌ସି (ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର) ଅଛି, ଏଠାରେ ୧୧ ଜଣ ଡାକ୍ତରଙ୍କ ବଦଳରେ ଅଛନ୍ତି ମାତ୍ର ୫, ଗଣିଆ ସିଏଚ୍‌ସି ଅଧୀନରେ ୩ଟି ପିଏଚ୍‌ସି ଅଛି, ଏଠାରେ ୧୦ ଜଣ ଡାକ୍ତରଙ୍କ ପରିବର୍ତ୍ତେ ୨ଜଣ ଅଛନ୍ତି। ମଧ୍ୟଖଣ୍ଡ ସିଏଚ୍‌ସି ଅଧୀନରେ ଦଶପଲ୍ଲା ସିଏଚ୍‌ସି ଓ ୫ଟି ପିଏଚ୍‌ସି ଅଛି,ଏଠାରେ ୧୯ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୮। ମହୀପୁର ସିଏଚ୍‌ସି ଅଧୀନରେ ୪ଟି ପିଏଚ୍‌ସି ଅଛି ,ଏଠାରେ ୧୧ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୨ ଜଣ। ନୂଆଗାଡ଼ିଆ ସାହି ସିଏଚ୍‌ସି ଅଧୀନରେ ଖଣ୍ଡପଡ଼ା ସିଏଚ୍‌ସି ଓ ୫-ଟି ପିଏଚ୍‌ସି ଅଛି, ଏଠାରେ ୧୩ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ୫ ଜଣ। ରାଜସୁନାଖଳା ସିଏଚ୍‌ସି ଅଧୀନରେ ଗୋଟିଏ ରଣପୁର ସିଏଚ୍‌ସି ଓ ୫ଟି ପିଏଚ୍‌ସି ଅଛି, ଏଠାରେ ୧୯ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ୧୦। ସେମାନଙ୍କ ମଧ୍ୟରୁ ୬ ଜଣ ଠିକା ଭାବେ ରହିଥିବା ଜଣାଯାଏ। ଶରଣକୂଳ ସିଏଚ୍‌ସି ଅଧୀନରେ ଓଡ଼ଗାଁ ସିଏଚ୍‌ସି ଓ ୭ଟି ପିଏଚ୍‌ସି ଅଛି, ଏଠାରେ ୧୬ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ୫ ଜଣ ଡାକ୍ତର ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ସ୍ଥାୟୀ ଓ ୨ ଜଣ ଠିକା ଡାକ୍ତର ଅଛନ୍ତି। ଏପରିସ୍ଥିତିରେ ବଡ଼ପଣ୍ଡୁସର, ଚାନ୍ଦପୁର, ଭାପୁର, ମଧ୍ୟଖଣ୍ଡ , ଦଶପଲ୍ଲା, ମହୀପୁର, ନୂଆଗାଡ଼ିଆ, ରାଜସୁନାଖଳା, ରଣପୁର, ଶରଣକୁଳ ଓ ଓଡ଼ଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କେହି ଜଣେ ହେଲେ ସ୍ଥାୟୀ ମେଡିକାଲ୍‌ ଅଧିକାରୀ ନାହାନ୍ତି। ଅସ୍ଥାୟୀ ଭାବେ କିଛି ଡାକ୍ତର ଏହି ଦାୟିତ୍ୱ ତୁଲାଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ଜିଲାରେ ଥିବା ଡାକ୍ତରଖାନାକୁ ତୁରନ୍ତ ଡାକ୍ତର ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri