ନ୍ୟାଶନାଲ ହାଇସ୍କୁଲରେ ଆଇନ ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଅଫିସ,୧ା୧୦
ନୂଆପଡା ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ନ୍ୟାଶନାଲ ହାଇସ୍କୁଲ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣର ଅଧ୍ୟକ୍ଷ ଅସୀମ କୁମାର ଦଳବେହେରା ସଭାପତିତ୍ୱ କରିଥିବାବେଳେ ସିଜେଏମ ସଞ୍ଜୀବ କୁମାର ସାମନ୍ତ, ଅତିରିକ୍ତ ଏସପି ସୁନୀଲ କୁମାର ଆଚାର୍ଯ୍ୟ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଜୟ ପ୍ରକାଶ ନାୟକ, ଜେଏମଏଫସି ହବିବୁର ରହେମାନ ସିଦ୍ଦିକି, ଜେଏମଏଫସି ସୁମିତ ପାଣିଗ୍ରାହୀ, ଶିକ୍ଷାବିତ ଡ. ଶିବ ପ୍ରସାଦ ବେହେରା, ନ୍ୟାଶନାଲ ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସତପଥୀ, ସୁକ୍ରୁ ଚରଣ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବିଶେଷ କରି ଏସିଡ୍‌ ପୀଡ଼ିତାଙ୍କ ଉପରେ ଆଇନରେ କ’ଣ ସବୁ ବ୍ୟବସ୍ଥା ରହିଛି ସେ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଏସିଡ୍‌ ଫୋଫାଡିଥିବା ଅଭିଯୁ୍‌କ୍ତଙ୍କ ସକାଶେ କିପରି ଦଣ୍ଡବିଧାନ ରହିଛି ଏବଂ ପୀଡ଼ିତାଙ୍କୁ କ’ଣ ଆର୍ଥତ୍କ ସହାୟତା ରହିଛି ସେ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଲୟର ସମସ୍ତ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହାକୁ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଅଜିତ କୁମାର ଓତା ପରିଚାଳନା କରିଥିଲେ । କୋର୍ଟ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri