ନୋ-ଏଣ୍ଟ୍ରି ଜୋନ୍‌ରେ ଅବାଧ ପ୍ରବେଶ:ଭାରିଯାନକୁ ଅଟକ ରଖିଲେ ଲୋକେ

ବଡବିଲ, ୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଦେଇ ଭାରିଯାନ ଚଳାଚଳ ଉପରେ ସକାଳ ୬ଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରଶାସନ ଅଙ୍କୁଶ ଲଗାଇଥିଲେ ହେଁ ସରକାରୀ କାର୍ଯ୍ୟ ଆଳରେ ଏହି ନୋ-ଏଣ୍ଟ୍ରି ଜୋନରେ ଭାରିଯାନ ଅବାଧରେ ପ୍ରବେଶ କରୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ପ୍ରଶାସନ ସହ ଅଞ୍ଚଳବାସୀଙ୍କ ଆଲୋଚନା ପରେ ଜିଲା ପ୍ରଶାସନ ଏହି କଟକଣା ଜାରି କରିଥିଲା। ପ୍ରଶାସନିକ ହୁଗୁଳା ବ୍ୟବସ୍ଥା ଯୋଗୁଁ ଏହି ଆଦେଶ ଠିିକ୍‌ ଭାବେ କାର୍ଯ୍ୟକାରୀ ହେଉନ ଥିବାରୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଅଧିକାଂଶ ସମସୟରେ ଭାରିଯାନ ଦ୍ୱାରା କବଳିତ ହୋଇ ରହୁଛି। ବଡବିଲରୁ ବିଲେଇପଦା ପର୍ଯ୍ୟନ୍ତ ୧୮ କ.ମି. ରାସ୍ତା ଅତିକ୍ରମ କରିବାକୁ ସାଧାରଣ ଲୋକେ ବହୁ ହଇରାଣ ହେଉଛନ୍ତି। ଘଟଣ୍ଟା ଘଣ୍ଟା ପରି ଟ୍ରାଫିକ୍‌ ଜାମ ହେଉଥିବାରୁ ବସ୍‌ ସମେତ ଘରୋଇ ଯାନବାହନ ଏଥିରେ ଫଶିରହୁଥିବାରୁ ଲୋକେ ଯାତ୍ରା କରି ନ ପାରି ହଇରାଣ ହେଉଛନ୍ତ୍‌ି। ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନର ବାଟ ପ୍ରଶାସନ ବାହାର କରି ପାରୁ ନାହିଁ ା ଟ୍ରାଫିକ ସମସ୍ୟା ସୁଧାରିବାକୁ ଅଞ୍ଚଳରେ ଖଣି ଓ କାରଖାନା କର୍ତ୍ତୃପକ୍ଷ କେତେକ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ କରିଥିଲେ ମଧ୍ୟ ବଡବିଲ ସହରର ୪ଟି ମୁଖ୍ୟ ଛକ ଭଦ୍ରାସାହି, ଗୋପବନ୍ଧୁ, ଡାକବଙ୍ଗଳା ଓ ଲେବୁଲକ୍ରସିଂ ଛକର ସ୍ଥତି ସୁଧୁରୁ ନାହିଁ ା ପ୍ରଶାସନର ନିଷେଧାଦେଶ ସତ୍ତ୍ୱେ ବହୁ ଭାରି ଯାନ ସହରାଞ୍ଚଳ ଦେଇ ଯାତାୟାତ କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା କରୁଛନ୍ତି।
ଶୁକ୍ରବାର ସକାଳ ୬ଟା ସମୟରେ ବଡବିଲ ପୌରକାର୍ଯ୍ୟାଳୟ ନିକଟ ଦେଇ ଯାଉଥିବା ଏକ ଚିପ୍ସ ବୋଝେଇ ଭାରିଯାନକୁ ଲେଶକେ ଅଟକାଇ ପ୍ରତିବାଦ ଜଣାଇଛନ୍ତି। ବଡବିଲ ପୌରକାର୍ଯ୍ୟାଳୟ ନିକଟରେ ଥିବା ଶିକ୍ଷାନୁଷ୍ଠାନରେ ସର୍ବାଧିକ ଛାତ୍ରୀଛାତ୍ର ଅଅଧ୍‌ୟୟନ କରୁଛନ୍ତି। ସେମାନେ ଯାତାୟତ କରିବା ସମୟରେ ଟ୍ରାଫିକ ଜାମରେ ଫଶି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଲେଶକେ ଅଟକ ରଖିଥିବା ଭାରିଯାନ ସମ୍ମୁଖ କାଚରେ ‘ପିଡବ୍ଲୁଡି ୱର୍କ, ଭଦ୍ରାସାହି-ଟୁ-ବଡବିଲ, ନଟ-ଟୁ ବି ଡିଟେଣ୍ଡ’ ଲେଖା ରହିଥିବା ଦେଖିବାକୁ ମିଳିଥିଲା। ସ୍କୁଲ ସମୟରେ ବ୍ୟସ୍ତବହୁଳ ରାସ୍ତା ଦେଇ ଛାତ୍ରୀଛାତ୍ର ଯାତାୟାତ କରିବାକୁ ଅଭିଭାବକମାନେ ବିରୋଧ କରି ଆସୁଥିବା ବେଳେ ସରକାରୀ ବିଭାଗ ନାମରେ କୌଣସି ପରିହନ ସାମଗ୍ରୀ ନ ନେଇ ଭାରି ଯାନ ଚଳାଚଳ କରିବା ଚର୍ଚ୍ଚାକୁ ଆସିଛି। ସେଠାରେ ଉପସ୍ଥିତ ଥିବା ସଂପୃକ୍ତ ଭାରିଯାନ ମାଲିକ ନିଜ ତ୍ରୁଟି ସ୍ବୀକାର କରବା ପରେ ଏହାକୁ ଅଟକ ରଖିଥିବା ଅଭିଭାବକଲେଖା ଖୋଲିଦେବାକୁ ଗାଡିର ଚାଳକଙ୍କୁ କହିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ନୋ-ଏଣ୍ଟ୍ରି ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ଅଞ୍ଚଳବାସୀ ଦାଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ

କେନ୍ଦୁଝର,୨୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପଳାଶପଙ୍ଗା ବିଟ୍‌ ଅନ୍ତର୍ଗତ ହାଣ୍ତିଭଙ୍ଗା ପଞ୍ଚାୟତ ଫକୀରପୁର ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା...

ମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ

ପାଟଣା ,୨୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କୁଆପଶି ନିକଟରେ ବୁଧବାର ପୂର୍ବାହ୍ନରେ ୨...

ବୈତରଣୀରେ ଅଘଟଣ: ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ପାଟଣା୨୬।୩(ବୀର କିଶୋର ଦାଶ): ହୋଲି ଖେଳ ହେଲା କାଳ। ଜଣେ ୧୫ବର୍ଷୀୟ ନାବାଳକ ହୋଲି ଖେଳି ମଙ୍ଗଳବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ବୈତରଣୀ ନଦୀକୁ ଗାଧୋଇବାକୁ...

ନିଆରା ଢ଼ଙ୍ଗରେ ହୋଲି, ନିଷ୍ପତ୍ତି ଥିଲା ଏମତି…

ପାଟଣା,୨୬।୩(ବୀର କିଶୋର ଦାଶ): ରଙ୍ଗର ପର୍ବ ହୋଲିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି କେନ୍ଦୁଝର ଜିଲା ପାଟଣା ଯୁବକମାନେ। ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସ୍ବାମ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌, ଗାଡ଼ି ଭିତରେ ଚାପିହେଲେ ଡ୍ରାଇଭର

ପାଟଣା,୨୬।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ମୁମ୍ବାଇ କୋଲକାତା ଜାତୀୟ ରାଜପଥ ଧନୁର୍ଜୟପୁର ନିକଟରେ ମଙ୍ଗଳବାର ଦୁର୍ଘଟଣା...

ହୋଲିରେ ଅଘଟଣ ବାଇକ୍‌କୁ…

କେନ୍ଦୁଝର,୨୬।୦୩ (ନରେଶଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାମେବାରି ପୋଲିସ ଷ୍ଟେଶନ ଅଧୀନ କୁଟୁଗାଁ ପଞ୍ଚାୟତ ଚମ୍ପାଡିହି ଗ୍ରାମ ନିକଟରେ ମଙ୍ଗଳବାର ଦୁର୍ଘଟଣା...

ପାଟଣାରେ ଭାଜପା ଖୋଜୁଛି ଦକ୍ଷ ପ୍ରାର୍ଥୀ

କେନ୍ଦୁଝର,୨୫।୩((ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ପାଟଣା ବିଜେଡି ହାତରେ ରହିଥିବା ବେଳେ ଯୁବ ବିଧାୟକ ଜଗନ୍ନାଥ ନାୟକଙ୍କୁ ଆଉ ଥରେ...

ମା-ବାପାଙ୍କ ଜୀବନ ନେଲେ ପୁଅ

କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri