ନେପାଳରୁ ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ନିବେଦନ

ଭଦ୍ରକ ଅଫିସ,୩୦।୪: କରୋନା ଲକ୍‌ଡାଉନ ହେବାର କିଛି ମାସ ପୂର୍ବରୁ କେନ୍ଦୁଝର ଓ ଭଦ୍ରକ ଜିଲାର କିଛି ଶ୍ରମିକ କାର୍ଯ୍ୟ ପାଇଁ ନେପାଳ ଯାଇଥିବା ଜଣାପଡ଼ିଛି। ହେଲେ ସାରା ଦେଶରେ ଲକ୍‌ଡାଉନ ହେବାରୁ ସେଠାରେ ସେମାନଙ୍କୁ ଖାଇବା ଓ ରହିବାର ଅସୁବିଧା ହେଉଥିବାରୁ ଏବେ ନିଜ ଜନ୍ମସ୍ଥାନକୁ ଫେରିବା ପାଇଁ ଶ୍ରମିକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ କେନ୍ଦୁଝର ଜିଲାର ସାଳଣିଆ ଓ ଭଦ୍ରକ ଜିଲା ଧାମନଗରରୁ ପାଖାପାଖି ୩୦ଜଣ ଶ୍ରମିକ ଛତା କମ୍ପାନୀକୁ କାମ କରିବା ପାଇଁ ନେପାଳ ଯାଇଥିଲେ। କିନ୍ତୁ ଲକ୍‌ଡାଉନ ଚାଲୁ ରହିଥିବାରୁ ବର୍ତ୍ତମାନ ସେମାନଙ୍କର ଖାଇବା, ପିଇବା, ରହିବାର କମ୍ପାନୀର ମାଲିକ କିଛି ବି ବୁଝୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ସେମାନଙ୍କ ପାଖରେ ଏବେ ଟଙ୍କାପତ୍ର କିଛି ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ସେମାନେ ନିଜ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ଏଥିପାଇଁ ପରିବାର ପକ୍ଷରୁ ଓଡିଶା ଓ କେନ୍ଦ୍ର ସରକାରଙ୍କୁ ଟୁଇଟର ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି। ଯଥା ସମ୍ଭବ ଏହି ଗରିବ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଏନେଇ ଧାମନଗର ଅଞ୍ଚଳର ସାମାଜିକକର୍ମୀ ସନ୍ତୋଷ କୁମାର ମହାପାତ୍ର ଟୁଇଟରରେ କେନ୍ଦ୍ର, ରାଜ୍ୟ ସରକାର ସମେତ ବୈଦେଶିକ ମନ୍ତ୍ରୀ ଓ ଜିଲାପ୍ରଶାସନ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?