ନୂତନତ୍ୱର ସ୍ଥାନ ନାହିଁ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଭାରତୀୟ ଅର୍ଥନୀତି ଘୋର ପ୍ରଭାବିତ ହୋଇଛି। ଲକ୍‌ଡାଉନ ଉଠିବା ପରେ ତତ୍‌କ୍ଷଣାତ୍‌ ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉ ନାହିଁ। ଆଗକୁ କିଭଳି ପଦକ୍ଷେପ ନେଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ସେଥିଲାଗି ସରକାରୀ ସ୍ତରରେ ଚିନ୍ତା କରାଯାଉଛି। ଏଭଳି ସ୍ଥଳେ ୫୦ ଜଣ ବରିଷ୍ଠ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଫିସର କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)କୁ ଅଧିକ ରାଜସ୍ବ ସଂଗ୍ରହ ନେଇ ଏକ ପ୍ରସ୍ତାବ ଦେଇଛନ୍ତି। ସେମାନେ ସୁପାରିସ କରିଛନ୍ତି ଯେ, ସମାଜର ଅତି ଧନୀ ବା ସୁପର ରିଚ୍‌ ବର୍ଗଙ୍କ ଉପରେ ଅଧିକ ଟିକସ ବସାଯାଇପାରିଲେ ଅର୍ଥନୀତିକୁ ଅନେକାଂଶରେ ଆଶ୍ୱସ୍ତି ମିଳିପାରିବ। କୋଭିଡ୍‌-୧୯ ମହାମାରୀ ମୁକାବିଲା ଲାଗି ଫିସ୍‌କାଲ୍‌ ଅପ୍ସନ୍ସ ଆଣ୍ଡ୍‌ ରେସ୍‌ପନ୍ସ ଟୁ କୋଭିଡ୍‌-୧୯ ଏପିଡେମିକ୍‌ (ଏଫ୍‌ଓଆର୍‌ସିଇ) ନାମକ ଏହି ପଲିସି ପେପରରେ କୁହାଯାଇଛି ଯେ, ଅତି ଧନୀଙ୍କ ଆୟ ଉପରେ ୪୦ ପ୍ରତିଶତ ଟିକସ ବସାଯିବା ଉଚିତ। କିମ୍ବା ଯାହାଙ୍କ ନେଟ୍‌ଓ୍ବର୍ଥ ବା ମୂଳ ସମ୍ପତ୍ତି ୫ କୋଟି କିମ୍ବା ତଦ୍ଦୂଦ୍ଧ୍ୱର୍ର୍ ହୋଇଥିବ ତାଙ୍କ ଉପରେ ସମ୍ପତ୍ତି କର ବସାଯିବା ଦରକାର।
ଗତ କିଛି ବର୍ଷ ହେବ ଭାରତୀୟ ଅର୍ଥନୀତିକୁ ଦେଖିଲେ ତାହାର ସ୍ବରୂପ ବଦଳିବାରେ ଲାଗିଛି। ନଗଦ କାରବାର ଉପରେ ପର୍ଯ୍ୟବସିତ ଏହି ଅର୍ଥନୀତିକୁ ୮ ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପ୍ରଥମେ ମାଡ଼ କରିଥିଲା। ସମସ୍ତେ ଜାଣନ୍ତି ଯେ, ଆର୍‌ବିଆଇ ଭାରତୀୟ ମୁଦ୍ରା ଛାପିଥାଏ ଓ ଏହା ସମ୍ପୂର୍ଣ୍ଣ ସରକାରଙ୍କ ତତ୍ତ୍ୱାବଧାନରେ ଚାଲେ। ଯେତେବେଳେ ଦୁଇଟି ବଡ଼ ନୋଟ୍‌କୁ ରାତାରାତି ଅଚଳ କରିଦିଆଗଲା, ତାହାର ସିଧାସଳଖ ପ୍ରଭାବ କ୍ଷୁଦ୍ର ଓ ମଧ୍ୟ ଶିଳ୍ପ ଉପରେ ପଡ଼ିଲା। ଫଳରେ ଅନେକ ଶିଳ୍ପରେ ତାଲା ପଡ଼ିଗଲା ଏବଂ ବେରୋଜଗାରି ଆରମ୍ଭ ହେଲା। ଯେଉଁ କେତେକ ଶିଳ୍ପ କାର୍ଯ୍ୟକ୍ଷମ ଥିଲେ ବିମୁଦ୍ରୀକରଣର କିଛି ମାସ ପରେ ସେଗୁଡ଼ିକ ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରିଦିଆଗଲା। ‘ଗୋଟିଏ ଦେଶ, ଏକ ଟିକସ’ ବ୍ୟବସ୍ଥା ବୋଲି କୁହାଯାଉଥିଲେ ମଧ୍ୟ ଏହାର କ୍ଲିଷ୍ଟ ହିସାବ ବୁଝି ନ ପାରି ଅନେକ ଶିଳ୍ପ ଆର୍ଥିକ କ୍ଷତି ସହିବାରେ ଲାଗିଲେ। ଅର୍ଥନୀତିର ମେରୁଦଣ୍ଡ ସଳଖ ହେବା ପୂର୍ବରୁ ଏବର କରୋନା ମାଡ଼ ଏହାକୁ ଧରାଶାୟୀ କରିଦେଇଛି। ଫଳରେ ଉଦ୍ୟୋଗଗୁଡ଼ିକ ଛିଡ଼ା ହେବା ପାଇଁ ସକ୍ଷମ ହୋଇପାରୁ ନାହାନ୍ତି। କାରଣ ଶ୍ରମିକମାନେ କୋଭିଡ୍‌-୧୯ ଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ରେ ଛିନ୍‌ଛତର ହୋଇଯାଇଛନ୍ତି। ପୁଣି ଅର୍ଥ ସଙ୍କଟ ଯୋଗୁ ବଜାରରେ ଗ୍ରାହକଙ୍କ ଅଭାବ ଦେଖାଦେଇଛି। ସାମଗ୍ରୀ କିଣିବା ଲାଗି କେହି ନ ଥିବାରୁ ତାହା କାରଖାନାରେ ପଡ଼ି ରହିଛି। ଏଥିରୁ ବୁଝିବାକୁ ହେବ ଯେ, ଦିନେ ଯେଉଁ ଶିଳ୍ପ ପ୍ରଚୁର ଲାଭ କରୁଥିଲା, ଆଜି ବିଭିନ୍ନ ପ୍ରକାର କାରଣରୁ କ୍ଷତି କରି ଭୂଇଁରେ ମୁଣ୍ଡ ବାଡ଼ଉଛି। ଏଭଳି ସ୍ଥଳେ ଆଉ କେତେ ଅଧିକ ଧନୀ ଯେ ଅଛନ୍ତି, ଯେଉଁମାନଙ୍କ ଉପରେ ସରକାର ଅଧିକ ଟିକସ ବସାଇବାକୁ ଚିନ୍ତା କରୁଛନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି।
ଏଠାରେ ଆୟକର ଅଧିକାରୀଙ୍କ ନଜର କେବଳ ଏବକାର କରଦାତାଙ୍କ ଉପରେ ସୀମିତ ରହିଯାଇଛି। ଘରୁ କାମ କରୁଥିବା ଏହି ଅଧିକାରୀମାନଙ୍କଠାରୁ କୌଣସି ନୂଆ ଚିନ୍ତା ଆଶା କରାଯିବା ସ୍ବାଭାବିକ। ପରିତାପର ବିଷୟ ଯେ, ସେମାନେ ନିଜ ବୁଦ୍ଧି ଖର୍ଚ୍ଚ କରି କୌଣସି ନୂତନ ଆୟର ବିକଳ୍ପ ଭାବିବାରେ ସକ୍ଷମତା ପ୍ରଦର୍ଶନ କରି ନାହାନ୍ତି। ଗତାନୁଗତିକ ପଦ୍ଧତିରେ ଯେଉଁ ବ୍ୟକ୍ତିବିଶେଷ ବା କମ୍ପାନୀ ପୂର୍ବରୁ ଟିକସ ଦେଉଛନ୍ତି ତାଙ୍କରି ଉପରେ ‘ବୋଝ ଉପରେ ନଳିତା ବିଡ଼ା’ ଭଳି ଅଧିକ କର ଲଦି ଦିଆଯାଉଛି। ଏହା ହେଉଛି ଭାରତୀୟ ଅମଲାତନ୍ତ୍ରର ସାଧାରଣ ବ୍ୟବହାର। ଉକ୍ତ ଅଧିକାରୀମାନଙ୍କ ପୁରାତନ ଚିନ୍ତାକୁ କାର୍ଯ୍ୟକାରୀ କଲେ, କେନ୍ଦ୍ର ସରକାର ମାତ୍ର ୫୦ ହଜାର କୋଟି ଟଙ୍କା ଅଧିକ ରାଜସ୍ବ ପାଇ ପାରିବେ। ଏଠାରେ ଏକ ତୁଳନା କରାଯାଉ। ୨୦୨୦-୨୧ ବଜେଟକୁ ଦେଖିଲେ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେବଳ ୬୧,୫୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହାର ଅର୍ଥ ହେଲା ଏହି ସୁପାରିସ କାର୍ଯ୍ୟକାରୀ କଲେ କେନ୍ଦ୍ରର ପେଟ ଭରିବନି କିମ୍ବା ଦେଶରେ ଲାଗିରହିଥିବା କୋଭିଡ୍‌-୧୯ ସମ୍ପର୍କିତ ଅର୍ଥନୈତିକ କ୍ଷତି ଭରଣା ହେବ ନାହିଁ।
ଏଥିସହିତ ଆଇଆର୍‌ଏସ୍‌ ଅଧିକାରୀଙ୍କ ସୁପାରିସ ଅନୁଯାୟୀ ଆସନ୍ତା ୧୨ ମାସ ପାଇଁ ଭାରତରେ ଥିବା ବିଦେଶୀ କମ୍ପାନୀଗୁଡ଼ିକ ଉପରେ ଏବେକାର ୨ ପ୍ରତିଶତରୁ ୫ ପ୍ରତିଶତ ଟିକସ ବଢ଼ିବା ଦରକାର। ଏହା ସମ୍ପର୍କରେ ଚିନ୍ତା କଲେ ବୁଝାପଡ଼ିବ ଯେ, ଅନ୍ତର୍ଜାତୀୟ ସ୍ତରରେ ଚାଇନା ଉପରେ ଯେଉଁ ବିରକ୍ତିଭାବ ସୃଷ୍ଟି ହୋଇଛି ସେଥିପାଇଁ ଅନେକ ବିକଶିତ ଦେଶ ଯଥା- ଜାପାନ, ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ର ଚାଇନାରୁ ନିଜର କାରଖାନା ଉଠାଇନେଇ ଅନ୍ୟ ଦେଶରେ ସ୍ଥାପନ କରିବାକୁ ଚିନ୍ତା ଆରମ୍ଭ କଲେଣି। ସେମାନଙ୍କ ଦୃଷ୍ଟିରେ ଥିବା କେତୋଟି ଦେଶ ମଧ୍ୟରୁ ଭାରତ ଅନ୍ୟତମ। ଯଦି ଏହି ଆଇଆର୍‌ଏସ୍‌ ଅଫିସରଙ୍କ ସୁପାରିସକୁ ସରକାର ମଞ୍ଜୁରୀ ଦିଅନ୍ତି, ତେବେ ଭାରତକୁ ଆସିବାକୁ ଥିବ ସମ୍ଭାବ୍ୟ ବିଦେଶୀ କମ୍ପାନୀଗୁଡ଼ିକ ମୁହଁ ମୋଡ଼ିଦେବେ। ଅନ୍ୟଏକ କୌତୂହଳ କଥା ହେଲା, ଏପ୍ରିଲ ୨୩ରେ ଦିଆଯାଇଥିବା ଦଲିଲରେ ଅଫିସରମାନେ ଉଲ୍ଲେଖ କରିଛନ୍ତି ଯେ, ଯେଉଁ କରଦାତା ସଚ୍ଚୋଟ ଭାବେ ଏବଂ ସମୟ ମଧ୍ୟରେ ସେମାନଙ୍କର ଟିକସ ପୂର୍ବରୁ ପଇଠ କରିଆସିଛନ୍ତି, ସେମାନଙ୍କୁ ରିହାତି ମିଳିବା ଉଚିତ। ଅର୍ଥାତ୍‌ କିଏ ସଚ୍ଚୋଟ ଓ କାହାକୁ ରିହାତି ମିଳିବ, ସେ ନିଷ୍ପତ୍ତି ଆୟକର ବିଭାଗର କନିଷ୍ଠ ଅଧିକାରୀଙ୍କ ଉପରେ ନିର୍ଭର କରେ। ଏହା ଯଦି କାର୍ଯ୍ୟକାରୀ ହୁଏ ତେବେ ବିଭାଗରେ ପ୍ରବଳ ମାତ୍ରାରେ ଦୁର୍ନୀତି ଘଟିବାର ସବୁ ଆଶଙ୍କା ରହିଛି। ଯଦି କନିଷ୍ଠ ଅଧିକାରୀ ରିହାତି ପ୍ରଦାନ ନ କରନ୍ତି, ତେବେ ପାହାଚ ପାହାଚ ଉପରକୁ ଚଢ଼ି କରଦାତା ନିଜକୁ ଆତ୍ମରକ୍ଷା କରିବା ପାଇଁ ଅଧିକାରୀ ଖୋଜିବେ। ଅନ୍ୟପଟେ ଏହି ଦଲିଲରେ ଉଲ୍ଲେଖ କରାଯାଇଛି ଯେ, ଯେଉଁ କରଦାତା ଠିକ୍‌ ସମୟରେ ଆୟକର ରିଟର୍ନ ଦେଉ ନାହାନ୍ତି କିମ୍ବା ଟିଡିଏସ୍‌ ଭରଣା କରୁ ନାହାନ୍ତି, ତା’ ହେଲେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଏଥିରୁ ବୁଝିବାକୁ ହେବ ଯେ ଦଣ୍ଡ ଦେବାର କ୍ଷମତା ରଖିଥିବା ଅଧିକାରୀ ଚାହିଁଲେ କରଦାତାଙ୍କୁ ଧମକାଇ ପାରିବେ। ଧମକ ଦେବାର ମାନସିକତା ଯୋଗୁ ଭାରତରେ ଟିକସ ଆଦାୟ କରୁଥିବା ସଂସ୍ଥାଗୁଡ଼ିକ କର ଆଦାୟ ପରିସରକୁ ବ୍ୟାପକ କରିପାରୁ ନାହାନ୍ତି। ସେଥିପାଇଁ ଅଧିକ କରଦାତା ସୃଷ୍ଟି କରିବା ପରିବର୍ତ୍ତେ ଏହି ପୁରୁଣା ମାନସିକତା ରଖିଥିବା ବରିଷ୍ଠ ଅଫିସରମାନେ କେବଳ କର ଦେଉଥିବା ବ୍ୟକ୍ତି ବା କମ୍ପାନୀ ଉପରେ ବୋଝ ଲଦି ଚାଲିଛନ୍ତି।
ଏହିଭଳି ଅନେକ ସୁପାରିସ ଏବେ ଭାରତ ସରକାରଙ୍କୁ ମିଳିବା ସ୍ବାଭାବିକ। ଦୁଃଖର ବିଷୟ ହେଲା, ଏହି ଦେଶରେ କୌଣସି କ୍ଷେତ୍ରରେ ନୂତନ ରାସ୍ତା ଖୋଜିବାକୁ କେହି ଚେଷ୍ଟା କରନ୍ତି ନାହିଁ। ଅନ୍ୟ ରାଷ୍ଟ୍ରଗୁଡ଼ିକରେ କୋଭିଡ୍‌-୧୯ ପରେ କେଉଁଭଳି ଅର୍ଥନୈତିକ ପରିସ୍ଥିତି ସୃଷ୍ଟି ହେବ ଓ ତାହାର ମୁକାବିଲା କରିବା ପାଇଁ କେଉଁସବୁ ରାସ୍ତା ଖୋଲିପାରେ ସେ ସମ୍ପର୍କରେ ଚିନ୍ତା ଆରମ୍ଭ ହୋଇସାରିଲାଣି। କିନ୍ତୁ ଭାରତରେ ଅମଲାତନ୍ତ୍ରୀଙ୍କ ବ୍ୟତୀତ ପ୍ରଶାସନିକ ବ୍ୟବସ୍ଥାରେ ସମାଜରେ ଅନ୍ୟ କୌଣସି ବର୍ଗଙ୍କୁ ପ୍ରବେଶ କରାଇ ଦିଆଯାଏ ନାହିଁ। ଘୋଡ଼ା ତାହାର ଘୋଡ଼ାଶାଳକୁ ଆପଣାଛାଏଁ ଚାଲିଯାଏ। ସେହିଭଳି ଭାବେ ଅମଲାତନ୍ତ୍ରୀ ଗତାନୁଗତିକ ପଦ୍ଧତିରେ ଚଳାଉଥିବାରୁ ନୂତନ ଚିନ୍ତାଧାରା ପ୍ରବେଶ କରିପାରୁ ନାହିଁ। ଯେଉଁ ସମାଜରେ ଏଭଳି ଜରୁରିକାଳୀନ ସ୍ବାସ୍ଥ୍ୟ ପରିସ୍ଥିତିରେ ନୂତନ ବ୍ୟବସ୍ଥା ସୃଷ୍ଟି କରାଯାଇପାରିବ ନାହିଁ, ସେହି ସମାଜର ଭବିଷ୍ୟତ ଅନ୍ଧକାରମୟ ହେବା ଆଶଙ୍କା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri