ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ, ୨୯।୮: ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି। ଏହାକୁ ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ କରାଯିବ। ଏଥିରେ ଥିବା ଦୁର୍ମୂଲ୍ୟ ପୁସ୍ତକ, ପୋଥି ଓ ବିଭିନ୍ନ ନଥିପତ୍ରର ସଂରକ୍ଷଣ ହେବ। ଏହି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଭୂଅର୍ଜନ ସମ୍ମିଳନୀ କକ୍ଷରେ ଅସ୍ଥାୟୀ ଭାବେ ପାଠାଗାର ଚାଲିବ ବୋଲି କହିଛନ୍ତି ଜିଲାପାଳ ବଲୱନ୍ତ ସିଂ। ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି ଉଚ୍ଛେଦ ପରେ ଏହାର ଭବିଷ୍ୟତ କ’ଣ ହେବ, ଲିଭିଯିବ କି ଐତିହ୍ୟର ଏହି ସ୍ମାରକୀ? ଏମିତି ଖବର ପ୍ରକାଶ ପରେ ବୁଧବାର ଜିଲାପାଳ ଖବରଦାତା ସମ୍ମିଳନୀରେ ଏ ନେଇ ସ୍ପଷ୍ଟ କରିଛନ୍ତି।
ଜିଲାପାଳ କହିଛନ୍ତି, ଏମାର ମଠ ରଘୁନନ୍ଦନ ଲାଇବ୍ରେରିରେ ବହୁ ମୂଲ୍ୟବାନ ବିରଳ ପୁସ୍ତକ, ପୋଥି ଏବଂ ପାଣ୍ଡୁଲିପି ରହିଛି। ଏହିଭଳି ଦୁର୍ମୂଲ୍ୟ ପୁସ୍ତକ ହେଉଛି ଆମର ଜାତୀୟ ସମ୍ପତ୍ତି। ଏହାକୁ ସଂରକ୍ଷଣ କରାଯିବ। ରାଜ୍ୟ ସରକାର ମଧ୍ୟ ଏହାର ସଂରକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ନେଇ ସ୍ବତନ୍ତ୍ର ଟିମ୍‌ ପଠାଇଛନ୍ତି। ଖଣ୍ଡିଏ ହେଲେ ବି ବହି ଯେପରି ନଷ୍ଟ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆଧୁନିକୀକରଣ କାମ ପରେ ରଘୁନନ୍ଦନ ଲାଇବ୍ରେରିକୁ ସେହି ଏମାର ମଠ ନିକଟରେ ରଖିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ବର୍ତ୍ତମାନ ପାଠାଗାର ଅସୁରକ୍ଷିତ କୋଠାରେ ଥିବାରୁ ଏହାର ସବୁ ପୁସ୍ତକ, ପୋଥି ଏବଂ ଆସବାବପତ୍ର ଭୂଅର୍ଜନ ସମ୍ମିଳନୀ କକ୍ଷକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ଅଭିଲେଖାଗାର, ହରେକୃଷ୍ଣ ମହତାବ ପାଠାଗାରର କର୍ମଚାରୀମାନେ ସଂରକ୍ଷଣ ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଏହାର ଭିତ୍ତିଭୂମିର ବିକାଶ ପାଇଁ କଲିକତା, ବମ୍ବେ ପ୍ରଭୃତି ସହରରେ ଥିବା ଜାତୀୟସ୍ତରୀୟ ପାଠାଗାରର ସହଯୋଗ ନିଆଯିବ। ପୁସ୍ତକଗୁଡ଼ିକର ସଂରକ୍ଷଣ ଲାଗି ଯଦି ଦରକାର ପଡେ ତେବେ ସେଠାରୁ ବିଶେଷଜ୍ଞମାନଙ୍କୁ ଅଣାଯିବ। ଏହାକୁ ଏକ ବିଶ୍ୱସ୍ତରୀୟ ପାଠାଗାର କରାଯିବ। ସବୁ ପୁସ୍ତକର ତାଲିକା ପ୍ରସ୍ତୁତ ହେବା ପରେ ଏହାର ଡିଜିଟାଇଜେଶନ କରାଯିବ। ଡିଜିଟାଇଜେଶନ କାର୍ଯ୍ୟ ଶେଷ ହେବା ପରେ ପାଠିକାପାଠକମାନେ ଏହି ସମ୍ମିଳନୀ କକ୍ଷରେ ପଢ଼ିପାରିବେ। ଜିଲା ସଂସ୍କୃତି ଅଧିକାରୀ ଏହି ସବୁ କାମକୁ ତଦାରଖ କରିବେ। ପାଠାଗାରର ପୂର୍ବ କାର୍ଯ୍ୟରତ କର୍ମଚାରୀଙ୍କ ସ୍ବାର୍ଥକୁ ମଧ୍ୟ ଦୃଷ୍ଟିରେ ରଖାଯିବ ବୋଲି ଜିଲାପାଳ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?