Posted inଖେଳ

ନୂଆ ଉପାୟରେ ଗ୍ରୀଷ୍ମ ପ୍ରବାହକୁ ରୋକିବେ ଟୋକିଓ ଅଲିମ୍ପିକ୍ସ ଆୟୋଜକ

ଟୋକିଓ,୧୩।୯(ଏଏଫ୍‌ପି) : ଟୋକିଓ ୨୦୨୦ ଅଲିମ୍ପିକ୍ସ ଆୟୋଜକମାନେ ଇଭେଣ୍ଟବେଳେ ଗ୍ରୀଷ୍ମ ପ୍ରବାହକୁ ରୋକିବା ପାଇଁ କୃତ୍ରିମ ବରଫ ବର୍ଷା କରାଇବା ପାଇଁ ଯୋଜନା କରିଛନ୍ତି। କନୋଇଂ ଟେଷ୍ଟ ଇଭେଣ୍ଟରେ ବରଫ ବର୍ଷା ପରୀକ୍ଷା କରାଯାଇଛି। ଗତ କିଛି ସପ୍ତାହ ହେଲା ଦେଶରେ ପ୍ରବଳ ଗରମ ସହ ହ୍ୟୁମିଡିଟି ମଧ୍ୟ ଅଧିକ ରହିଛି। ହେଲେ ଶୁକ୍ରବାର ଜାପାନ ରାଜଧାନୀରେ ତାପମାତ୍ରା ହ୍ରାସ ପାଇଛି। ଏହା ଟୋକିଓବାସୀଙ୍କ ସହ ଆଗାମୀ ରଗ୍‌ବୀ ବିଶ୍ୱକପ୍‌ ଲାଗି ପ୍ରସ୍ତୁତ ହେଉଥିବା ଖେଳାଳିଙ୍କୁ ଆଶ୍ୱସ୍ତି ଦେଇଛି। ଅତ୍ୟଧିକ ଗରମ ପ୍ରବାହକୁ ରୋକିବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରୁଛୁ ବୋଲି ୨୦୨୦ ଆୟୋଜକ କମିଟିର ଟାକା ଓକୁମୁରା କହିଛନ୍ତି। ତେବେ କୃତ୍ରିମ ବରଫ ବର୍ଷା ଦ୍ୱାରା ପୂରା ପରିବେଶକୁ ଥଣ୍ଡା କରିହେବ ନାହିଁ। କିନ୍ତୁ ଉପସ୍ଥିତ ଦର୍ଶକ ଓ ଆଥ୍‌ଲେଟ ରିଫ୍ରେସ ହୋଇପାରିବେ ବୋଲି ସେ କହିଛନ୍ତି। ଏଥିନେଇ ଗେମ୍‌ର ବଜେଟ ବୃଦ୍ଧି ପାଇବ। ଆୟୋଜକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଟୋକିଓ ଆୟୋଜକଙ୍କୁ ନିକଟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବେକ ଭୂୟସି ପ୍ରଶଂସା କରି କହିଥିଲେ, ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଥିବାବେଳେ ଟୋକିଓ ଅଧିକ ପ୍ରସ୍ତୁତ ଅଛି। କିନ୍ତୁ ଅତ୍ୟଧିକ ଗରମ ଆୟୋଜକଙ୍କ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ହେଉଛି, ଅଲିମ୍ପିକ୍ସ ଇଭେଣ୍ଟବେଳେ ହେଲେ ଆଥଲେଟ, ଦର୍ଶକ ଓ ଭଲୁଣ୍ଟରଙ୍କ ସମସ୍ୟା ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri