Posted inରାଜ୍ୟ

ନୀଳାଦ୍ରି ବିଜେ: ମାହାରୀ ନୃତ୍ୟ ଓ ଭଜନ ସନ୍ଧ୍ୟା

ଭାପୁର,୧୬ା୭(ଡି.ଏନ୍‌.ଏ.)-ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜିତ ହୋଇଥିଲା। ଭାପୁର ବଜାରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର କମିଟି ତରଫରୁ ଠାକୁରଙ୍କ ଏହି କାର୍ଯ୍ୟକ୍ରମ ଆଡ଼ମ୍ବର ସହ ପାଳନ କରାଯାଇଛି। କମିଟି ମୁଖ୍ୟ କାର୍ଯ୍ୟକର୍ତ୍ତା ସୁ୍‌ମନ୍ତ କୁମାର ଜେନାଙ୍କ ନେତୃତ୍ୱରେ ପରିଚାଳିତ କାର୍ଯ୍ୟକ୍ରମରେ ସୋମବାର ସନ୍ଧ୍ୟାରେ ଶ୍ରୀଜୀଉମାନଙ୍କ ନୀଳାଦ୍ରି ବିଜେ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାବେଳେ ଭୁବନେଶ୍ୱରସ୍ଥ ନୃତ୍ୟାୟନ ଟ୍ରଷ୍ଟର ନୃତ୍ୟଶିଳ୍ପୀ ସୁନୀତା ମହାରଣା ଓ ମୌସୁମୀ ରଣାଙ୍କ ମାହାରୀ ନୃତ୍ୟ ଦର୍ଶକଙ୍କୁ ବେଶ୍‌ ମୁଗ୍ଧ କରିଥିଲା। ନୃତ୍ୟ ପରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ, ଭିକାରୀ ମହମ୍ମଦ ଓ ଜ୍ୟୋତିର୍ମୟୀ ତ୍ରିପାଠୀ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ତହସିଲଦାର ସୁନୀତା ଜେନା ସଭାପତିତ୍ୱ କରିଥିଲେ। ଅନ୍ୟତମ ଅତିଥି ଭାବେ ଖବରଦାତା ରବୀନ୍ଦ୍ର କୁମାର ପଟ୍ଟନାୟକ, ସାମାଜିକ କର୍ମୀ ବସନ୍ତ କୁମାର ମାଝି, ଗଙ୍ଗାଧର ବାରିକ, ଜିତେନ୍ଦ୍ର କୁମାର ରଣସିଂ, ନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ରାତ୍ର ୧୨ଟାରେ ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ମନ୍ଦିରକୁ ବିଜେ କରିଥିଲେ।
ଫଟୋ-ଉତ୍ସବରେ ଯୋଗଦେଇଥିବା ଅତିଥି ଓ କଳାକାର।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମହାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?