ନିୟମ ମାନିଲେନି: ବିଦ୍ୟାଳୟରେ ବଣ୍ଟାହେଲା ବହି

ଆର.ଉଦୟଗିରି,୨୪ା୪(ଡି.ଏନ୍‌.ଏ.)- ଆର.ଉଦୟଗିରି ବ୍ଲକ ଆର.ଉଦୟଗିରି ଗ୍ରାମ ଗୋପବନ୍ଧୁ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଅଭିଭାବଙ୍କୁ ବିଦ୍ୟାଳୟକୁ ଡକାଇ ଗୁରୁବାର ବହି ବାଣ୍ଟିଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ ସରକାର ପ୍ରତି ଛାତ୍ରୀଛାତ୍ରଙ୍କୁ ଘରେ ଯାଇ ବହି ଦେବାକୁ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଠାରେ ତାହା ପାଳନ କରାଯାଇନାହିଁ। ବହୁ ଅଭିଭାବକ ବହି ପାଇଁ ଭିଡ ଜମାଇଥିଲେ। ଯାହାଦ୍ୱାରା ସାମାଜିକ ଦୂରତା ରହି ନ ଥିଲା। ଏନେଇ ଆର୍‌.ଉଦୟଗିରି ବିଇଓ ବିଶ୍ୱନାଥ ଭୂୟଁାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସରକାରଙ୍କ ପ୍ରଥମ ଚିଠିରେ ଶିକ୍ଷକମାନେ ଘରଘର ବୁଲି ବହି ବାଣ୍ଟିବେ ବୋଲି ନିର୍ଦ୍ଦେଶ ଆସିଥିଲା। ଏହାପରେ ପୁଣି ଆଉ ଏକ ଚିଠି ଆସିଥିଲା ଯେ, ବିଦ୍ୟାଳୟକୁ ଅଭିଭାବକ ଡାକି ବହି ବଣ୍ଟନ କରିପାରିବେ। ତେଣୁ ଅଭିଭାବକଙ୍କୁ ଡାକି ବହି ବଣ୍ଟାଯାଉଛି। ଏଦିଗରେ ଜିଲା ଶିକ୍ଷା ଅଧିକାରୀ ଓ ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri