ନିଶ୍ଚିହ୍ନ ହେବ ଦ୍ୱାଦଶ ଶତାବ୍ଦୀର ଏମାର ମଠ

ପୁରୀ ଅଫିସ, ୨୯।୮: ଶ୍ରୀମନ୍ଦିରର ସୁରକ୍ଷା ଏବେ ଚ୍ୟାଲେଞ୍ଜ ହୋଇଛି। ଆତଙ୍କବାଦୀଙ୍କ ଟାର୍ଗେଟରେ ବଡ଼ଦେଉଳ ରହିଥିବା ନେଇ ଏକାଧିକଥର କେନ୍ଦ୍ର ଗୋଇନ୍ଦା ସଂସ୍ଥାରୁ ଚିଠି ଆସିବା ପରେ ଏଥର ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଆଉ ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରିବା ଲାଗି ହୋଇଛି ନିଷ୍ପତ୍ତି। ପୁରୁଣା ଐତିହ୍ୟ ମଠ, ମନ୍ଦିରରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀକୁ ନ ଭାଙ୍ଗି ଅନ୍ୟ ସବୁ ପ୍ରକାର ନିର୍ମାଣ ଭାଙ୍ଗି ଦିଆଯିବ। ପୂର୍ବରୁ ଲଙ୍ଗୁଳି ମଠ ଭଙ୍ଗା ସରିଥିବାବେଳେ ଏବେ ବହୁ ପୁରାତନ ଏମାର ମଠ ଭଙ୍ଗାଯିବ। ଏହା ସହ ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ମଠରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀ ଭଙ୍ଗାଯିବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ତଥାପି ଏହି ପୁରାତନ ମଠ ଭାଙ୍ଗିବା ପୂର୍ବରୁ ନାନା ପ୍ରକାର ଚର୍ଚ୍ଚା ଚାଲିଥିବାରୁ ଏମାର ମଠ ସମ୍ପର୍କରେ ସଂକ୍ଷିପ୍ତ ଉପସ୍ଥାପନା।
ଏହି ମଠ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଶ୍ରୀ ସମ୍ପ୍ରଦାୟର ଏହି ମଠ ଶ୍ରୀକ୍ଷେତ୍ରର ସବୁଠୁ ପୁରୁଣା ମଠଗୁଡିକ ମଧ୍ୟରୁ ଅନ୍ୟତମ। ପ୍ରଥମେ ଶ୍ରୀରାମାନୁଜାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସି ଏହିଠାରେ ଅବସ୍ଥାନ କରିଥିଲେ। ପ୍ରିୟଶିଷ୍ୟ ଗୋବିନ୍ଦଙ୍କୁ ସେ ପ୍ରଥମେ ଏହି ମଠର ମଠାଧୀଶ କରାଇଥିଲେ। ଏହି ମଠ ମୂଳରୁ ଶ୍ରୀରାଜଗୋପାଳାଚାର୍ଯ୍ୟ ମଠ ରୂପେ ପରିଚିତ ଥିଲା। କୁହାଯାଏ ଶ୍ରୀରାମାନୁଜାଚାର୍ଯ୍ୟଙ୍କୁ ମନ୍ନାଥ ଭାବେ ଶିଷ୍ୟମାନେ ସମ୍ବୋଧନ କରୁଥିବା ସେହି ଶବ୍ଦରୁ ଏମ୍‌ ଏବଂ ରାମାନୁଜ ଶବ୍ଦରୁ ଆର୍‌ ଉଦ୍ଧୃତ କରାଯାଇ ତାମିଲ ପରମ୍ପରାର ସଂକ୍ଷିପ୍ତ କରଣ ପ୍ରକ୍ରିୟାରେ ଏମ୍‌.ଆର. ଏବଂ କାଳକ୍ରମେ ତାହା ଏମାର ହୋଇଛି। ମହନ୍ତ ଗଦାଧର ରାମାନୁଜ ଦାସଙ୍କ ସମୟରେ ମଠର ପ୍ରତିପତ୍ତି ଖୁବ୍‌ ବୃଦ୍ଧି ପାଇଥିଲା। ୧୯୨୧ରେ ସେ ହିଁ ତାଙ୍କ ଗୁରୁଙ୍କ ନାମରେ ରଘୁନନ୍ଦନ ପାଠାଗାର ପ୍ରତିଷ୍ଠା କରିଥିଲେ। ତେବେ ଏହି ମଠ ପରିସରରେ ଥିବା ମନ୍ଦିରରେ ଶ୍ରୀ ରଘୁନାଥ, ଶ୍ରୀ ପତିତପାବନ, ଲକ୍ଷ୍ମଣ, ସୀତା, ହନୁମାନ, ନୃସିଂହ ଓ ଶାଳଗ୍ରାମ ପୂଜା ପାଉଛନ୍ତି। ଶ୍ରୀରାମାନୁଜାଚାର୍ଯ୍ୟଙ୍କ ମୂର୍ତ୍ତି ବି ରହିଛି। ଶ୍ରୀମନ୍ଦିର ସହ ଏହି ମଠର ସମ୍ପର୍କ ବେଶ୍‌ ନିବିଡ଼। ଶ୍ରୀଗୁଣ୍ଡିଚା, ଚନ୍ଦନଯାତ୍ରା, ହେରାପଞ୍ଚମୀ, ନୀଳାଦ୍ରିବିଜେ, ଗହ୍ମାପୂର୍ଣ୍ଣିମା, ଦୋଳ ଉତ୍ସବ, ଶ୍ରୀରାମ ନବମୀ ପ୍ରଭୃତି ବର୍ଷର ଅନେକ ଦିନ ମଠ ପକ୍ଷରୁ ପନ୍ତି ଭୋଗ କରାଯାଏ। ଏହି ମଠକୁ ଗୁଣ୍ଡିଚା ମନ୍ଦିରରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଅନୁମତି ଦିଆଯାଇଛି। ଶ୍ରୀମନ୍ଦିର ରୋଷରେ ମଠର ଚୁଲି ରହିଛି। ମଠ ମହନ୍ତଙ୍କର ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ଅଛି। କେବଳ ପୁରୀ ନୁହେଁ ଓଡ଼ିଶାର ସବୁଠୁ ଧନୀ ମଠ ଭାବେ ଏହାର ବେଶ୍‌ ନଁା ରହିଥିଲା। ଏହି ମଠର ୧୨ ହଜାର ଏକର ଭୂ-ସମ୍ପତ୍ତି ବି ଥିଲା। ହେଲେ ବର୍ତ୍ତମାନ ମଠର ସ୍ଥିତି ଆଉ ଆଗଭଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?