ନିର୍ବାଚନରେ ସାହିତି୍ୟକ

ଡ. ସମୀର କୁମାର ନନ୍ଦ

ସାହିତ୍ୟ ଓ ରାଜନୀତିର ସମ୍ପର୍କ କ୍ୱଚିତ ଦେଖିବାକୁ ମିଳିଥାଏ। ସାହିତି୍ୟକଙ୍କ ରାଜନୀତିରେ ଅଂଶଗ୍ରହଣ କରିବା ବହୁତ ରୋଚକ ବିଷୟ ହୋଇଥାଏ। କବି ସଚ୍ଚି ରାଉତରାୟ ୧୯୧୬ ମେ’ ୧୩ରେ ଖୋର୍ଦ୍ଧାର ଗୁରୁଜଙ୍ଗ ଗ୍ରାମରେ ଜନ୍ମଲାଭ କରିଥିଲେ। ଖୋର୍ଦ୍ଧାରେ ବାଲ୍ୟଶିକ୍ଷା ସମାପନ କରି ସେ ଉଚ୍ଚଶିକ୍ଷା ଓ ଚାକିରି ନିମନ୍ତେ କଲିକତା ଯାଇଥିଲେ। କଲିକତାରେ କେଶୋରାମ ସୂତାକଳରେ ଶ୍ରମ କଲ୍ୟାଣ ଅଧିକାରୀ ପଦବୀରେ ଚାକିରି କରୁଥିଲା ବେଳେ ହିନ୍ଦୁ-ମୁସଲମାନ ଦଙ୍ଗା ସମୟରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଆସିଥିଲେ। ୧୯୪୬ରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାଗନେବା ପାଇଁ ସେ କଂଗ୍ରେସ ଟିକଟ ପାଇଁ ଆବେଦନ କରିଥିଲେ। ମାତ୍ର ନିର୍ବାଚନରେ ଲଢିବା ପାଇଁ ତାଙ୍କୁ ଦୀର୍ଘ ୧୫ ବର୍ଷ ପରେ ଅର୍ଥାତ ୧୯୬୧ ନିର୍ବାଚନରେ ସୁଯୋଗ ମିଳିଲା। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳ ନୂଆ ଚେହେରାକୁ ସୁଯୋଗ ଦେଉଥିବାରୁ ସଚ୍ଚି ରାଉତରାୟଙ୍କୁ ବାଣପୁର ଆସନରୁ ଲଢିବା ପାଇଁ ଟିକଟ ମିଳିଲା। ସଚ୍ଚିଙ୍କ ପାଇଁ ସ୍ବୟଂ ନେହେରୁ ଏକ ବାର୍ତ୍ତା ପଠାଇ ଜିତାଇବା ପାଇଁ ଭୋଟରଙ୍କୁ ଅନୁରୋଧ କରିବା ସହିତ ସୁରେନ୍ଦ୍ର ମହାନ୍ତି ଓ ମନମୋହନ ମିଶ୍ର ଆସି ପ୍ରଚାର ମଇଦାନରେ ଛିଡା ହୋଇଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ। ତାଙ୍କ ପରାଜିତର କାରଣ କଂଗ୍ରେସ ଦଳ ଖୋର୍ଦ୍ଧାରୁ ଟିକଟ ନ ଦେଇ ବାଣପୁର ପାଇଁ ଟିକଟ ଦେବା ଓ ସ୍ଥାନୀୟ କର୍ମୀଙ୍କ ଅସହଯୋଗ ବୋଲି ସେ ତାଙ୍କ ଆତ୍ମଜୀବନୀ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। କଲିକତାରୁ ଚାକିରି ଛାଡି ସେ ୧୯୬୨ରେ ଆସି ଓଡ଼ିଶାରେ ରହିଲେ। ସେହିବର୍ଷ ତାଙ୍କର ରଚିତ ପୁସ୍ତକ କବିତା-୧୯୬୨ ପାଇଁ ସେ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ପରେ ପରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ।
ସଂଗ୍ରାମୀ ଲେଖକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କନ୍ୟା ଓ ରାଜନେତା ଭଗବତୀ ଚରଣ ପାଣିଗ୍ରାହୀଙ୍କ ଝିଆରୀ ନନ୍ଦିନୀଙ୍କ ଉପରେ ପିତାଙ୍କ ସାହିତ୍ୟ ଓ କକାଙ୍କ ରାଜନୈତିକ ପ୍ରଭାବ ପଡିଥିଲା। ୧୯୩୯ରେ ମାତ୍ର ୮ ବର୍ଷ ବୟସରେ ବ୍ରିଟିଶ ପତାକାକୁ ତଳେ ପକାଇବା ଓ କଟକର କାନ୍ଥରେ ବ୍ରିଟିଶ ବିରୋଧୀ ପୋଷ୍ଟର ମାରିବା ଅଭିଯୋଗରେ ସେ ଇଂରେଜ ପୋଲିସଙ୍କଠାରୁ ଲାଠିମାଡ ଖାଇ ସ୍ବାଧୀନତା ସଂଗ୍ରାମରେ ଅର୍ଘ୍ୟ ଢାଳିଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀ ଜୀବନରେ ଜେଲ ଯାଇଥିବା ନନ୍ଦିନୀ ଦୁଇଥର ରାଜ୍ୟ ସଭା ସଦସ୍ୟ ହେବା ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ନିର୍ବାହ କରିଥିଲେ। ୧୯୭୨ରୁ ୧୯୭୬ ପର୍ଯ୍ୟନ୍ତ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶାସନ ପରିଚାଳନା କରିଥିଲେ। ୧୯୪୨ରେ ସପ୍ତମ ଶ୍ରେଣୀରେ ପଢୁଥିଲା ବେଳେ ପ୍ରଥମ ରଚନା ଭାବରେ ‘ଅନାଥ ଗଳ୍ପ’ ରେ ଲେଖନୀ ଆରମ୍ଭ କରି ତସଲିମା ନସରୀନଙ୍କ ‘ଲଜ୍ଜା’ ଉପନ୍ୟାସକୁ ଓଡ଼ିଆରେ ଅନୁବାଦ,‘ଟିକିସୁନା ହଜିଗଲା’,‘କେତୋଟି କଥା’,‘ସପ୍ତଦଶୀ’, ‘ଗାନ୍ଧୀ କଥାମୃତ’ ଓ ‘ଉତ୍ତର ପୁରୁଷ’ ପରି ପୁସ୍ତକ ରଚନା କରି ଚର୍ଚ୍ଚାରେ ରହିଥିବା ନନ୍ଦିନୀ ଓଡ଼ିଆ ମାସିକ ‘କଳନା’ର ସମ୍ପାଦିକା ଭାବରେ ଭାଷା ସାହିତ୍ୟକୁ ଉନ୍ନତ କରିବା ସହିତ ଓଡ଼ିଆ ସାହିତ୍ୟ ସାଧନା ପାଇଁ ୧୯୮୮ରେ ସହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତା ହେବା ସହିତ ‘ରସିଦ ଟିକଟ’ ପୁସ୍ତକ ପାଇଁ ୧୯୯୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରର ଅଧିକାରିଣୀ ହୋଇପାରିଥିଲେ।
୧୯୭୫ ଅଗଷ୍ଟ ୧ରେ ସମଗ୍ର ଦେଶରେ ଉପଗ୍ରହ ମାଧ୍ୟମରେ ଓଡ଼ିଶା ସମେତ ମାତ୍ର ୬ଟି ରାଜ୍ୟରେ ଟେଲିଭିଜନ ପ୍ରସାରଣ ଆରମ୍ଭ ହୋଇଥିଲା। ଢେଙ୍କାନାଳ ଜିଲାରେ ୧୭୪, ଫୁଲବାଣୀ ଜିଲାରେ ୪୫ ଓ ସମ୍ବଲପୁର ଜିଲାର ୧୪୫ ଦୂରଦର୍ଶନ କେନ୍ଦ୍ରରେ ପ୍ରସାରଣ ନନ୍ଦିନୀ ଶତପଥୀଙ୍କ କରକମଳରେ ଆରମ୍ଭ ହୋଇଥିଲା। ସେହିପରି ୧୫ ଅଗଷ୍ଟ ୧୯୭୫ରେ ଭୁବନେଶ୍ୱର ଓ କଲିକତା ମଧ୍ୟରେ ସିଧାସଳଖ ଟେଲିଫୋନ ସେବାର ଆରମ୍ଭ କରିବା ଓ ଯାତ୍ରୀବାହୀ ବସ୍‌ରୁ ଉପରଶ୍ରେଣୀ ଓ ନିମ୍ନଶ୍ରେଣୀ ଟିକଟ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସହିତ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ଯୌତୁକ ନିରୋଧ ଆଇନ ଓ କଳିଙ୍ଗ କୁଟୀର ଯୋଜନାର ପ୍ରଚଳନ କରି ସେ ଇତିହାସ ସୃଷ୍ଟି କରିଥିଲେ। ଶିଶୁ ଚଳଚ୍ଚିତ୍ର ସଂସଦର ଦୁଇଥର ଅଧ୍ୟକ୍ଷା ରହିଥିବା ନନ୍ଦିନୀ ଭାରତୀୟ ଚଳଚ୍ଚିତ୍ର ପ୍ରତିନିଧି ମଣ୍ଡଳର ପ୍ରତିନିଧିତ୍ୱ କରି ମସ୍କୋ ଓ ତାସ୍‌କେଣ୍ଟ ଗସ୍ତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତୀୟ ପ୍ରତିନିଧି ମଣ୍ଡଳର ସଦସ୍ୟା ହୋଇ ଜାତିସଂଘ ସମ୍ମିଳନୀରେ ଭାଗ ନେଇଥିଲେ। ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷା ଭାବେ ସେ ଦୁଇଥର ନିଜର ପରାକାଷ୍ଠା ଦେଖାଇ ପାରିଥିଲେ।
୧୯୧୨ ଜୁଲାଇ ୧୭ ନବକଳେବର ରଥଯାତ୍ରା ଦିନ ‘ବନ୍ଦେ ଉତ୍କଳ ଜନନୀ’ କବିତାର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କୋଳରେ ଜନ୍ମ ନେଇଥିଲେ ନିତ୍ୟାନନ୍ଦ ମହାପାତ୍ର। ସ୍କୁଲ ପଢା ସମୟରେ ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସ୍ବାଧୀନତା ସଂଗ୍ରାମରେ ଝାସଦେଇ ୧୯୩୦ରୁ ୧୯୪୬ ମଧ୍ୟରେ ସାତଥର ଜେଲଦଣ୍ଡ ଭୋଗିଥିଲେ ନିତ୍ୟାନନ୍ଦ। ଛୋଟବେଳରୁ କୁଳଗୁରୁ ଶ୍ରୀଶ୍ରୀ ରାମଦାସ ବାବାଜୀଙ୍କଠାରୁ ଦୀକ୍ଷାଲାଭ କରିବା ସହିତ ସାରସ୍ବତ ସାଧନାରେ ସେ ଲିପ୍ତ ଥିଲେ। ସ୍ବାଧୀନତା ପରେ ପରେ ୧୯୫୨ରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା(ଯୁଗ୍ମ) ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ବିରୋଧରେ କଂଗ୍ରେସର ଭାଗବତ ସାହୁ ପ୍ରାର୍ଥୀ ହୋଇଥିଲେ। ସାଇକେଲରେ ବୁଲି ବୁଲି ନିର୍ବାଚନ ପ୍ରଚାର କରିବା ଓ ସାତୋଟି ନିର୍ବାଚନମଣ୍ଡଳୀକୁ ପହଞ୍ଚି ନ ପାରିବା ଯୋଗୁ ସେ ଉକ୍ତ ନିର୍ବାଚନରେ ଲକ୍ଷେରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ ବୋଲି ‘ମୋ କଥା’ ନିବନ୍ଧରେ ଲେଖିଛନ୍ତି। ୧୯୫୭ ବିଧାନସଭା ନିର୍ବାଚନରେ ସେ ଭଦ୍ରକ ଆସନରୁ କଂଗ୍ରେସ ଟିକଟରେ ଲଢିବା ପାଇଁ ଯଦିଓ ଆଶାୟୀ ଥିଲେ ହେଲେ ମୁସଲମାନ ଭୋଟରଙ୍କୁ ଲକ୍ଷ୍ୟରେ ରଖି କଂଗ୍ରେସ ଦଳ ତାଙ୍କୁ ଟିକଟ ନ ଦେଇ ୧୯୫୨ରେ ବିଧାନସଭା ସଦସ୍ୟ ଥିବା ଓ ଉପବାଚସ୍ପତି ହୋଇଥିବା ମହମ୍ମଦ ହନିଫଙ୍କୁ ପ୍ରାର୍ଥୀ କରିଥିଲା। ସେହିବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ ଭଦ୍ରକକୁ ନିର୍ବାଚନ ପ୍ରଚାରରେ ଆସିଥିଲେ ମଧ୍ୟ ନିତ୍ୟାନନ୍ଦ ହନିଫକୁ ପରାଜିତ କରି ବିଧାନସଭାକୁ ଯାଇଥିଲେ ଏବଂ ବାଚସ୍ପତି ପଦ ପାଇଁ ନୀଳକଣ୍ଠ ଦାସଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୧୩ଟି ଭୋଟରେ ପରାଜିତ ହୋଇଥିଲେ। ଭଦ୍ରକ ଆସନରୁ ନିତ୍ୟାନନ୍ଦ ୧୯୫୭ ମସିହାରେ ହନିଫଙ୍କୁ ୧୭୬୮ ଭୋଟ ଓ ୧୯୬୧ରେ ୪୦୦୦ ଭୋଟରେ ହରାଇ ବିଧାନସଭାକୁ ଯାଇଥିଲେ। ଭଦ୍ରକ ଆସନରୁ ୧୯୬୭ରେ ନିତ୍ୟାନନ୍ଦ ଜନକଂଗ୍ରେସ ଦଳ ଟିକଟରେ ଲଢି ୨୧୦୦୦ ଭୋଟ ବ୍ୟବଧାନରେ କଂଗ୍ରେସର ରତ୍ନାକର ମହାନ୍ତିଙ୍କୁ ପରାଜିତ କରି ତୃତୀୟଥର ପାଇଁ ବିଧାନସଭା ଆସନ ଅଳଙ୍କୃତ କରିଥିଲେ। ସେହିବର୍ଷ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଗଠିତ ସ୍ବତନ୍ତ୍ର ଓ ଜନକଂଗ୍ରେସ ଦଳର ମିଳିତ ମନ୍ତ୍ରିମଣ୍ଡଳରେ ଯୋଗାଣ ଓ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ନିତ୍ୟାନନ୍ଦ ମହାପାତ୍ର ଜଣେ ଅତି ସାଧାରଣ ବ୍ୟକ୍ତି ଭାବରେ ଜୀବନଯାପନ କରୁଥିଲେ। ମନ୍ତ୍ରୀ ହେଲା ପରେ ମଧ୍ୟ ସେ ସାଇକେଲ ଚଢି ସଚିବାଳୟକୁ ଯିବା ଆସିବା କରୁଥିଲେ।
ପଣ୍ଡିତ ନୀଳକଣ୍ଠ ଦାଶ ୫ ଅଗଷ୍ଟ ୧୮୮୪ରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଚାରିଥର ଜେଲ ଯାଇଥିଲେ। ୧୯୨୩ ରେ ଓଡ଼ିଶା ପାଇଁ ସେଣ୍ଟ୍ରାଲ ଆସେମ୍ବ୍ଲି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ୧୯୫୧ରେ ନିଜେ ଗଢ଼ିଥିବା ସ୍ବାଧୀନ ଜନସଂଘ ଦଳ ଟିକେଟରେ ସେ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ। ପୁନର୍ବାର ୧୯୫୭ ନିର୍ବାଚନରେ କଂଗ୍ରେସ ପାର୍ଟି ତରଫରୁ ନିର୍ବାଚନ ଲଢ଼ି ୧୯୬୧ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।
କଚେରି ସାହି, ଦେବଗଡ଼
ମୋ: ୯୪୩୭୨୧୮୯୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?