ନିର୍ବାଚନରେ ସାହିତି୍ୟକ

ଡ. ସମୀର କୁମାର ନନ୍ଦ

ସାହିତ୍ୟ ଓ ରାଜନୀତିର ସମ୍ପର୍କ କ୍ୱଚିତ ଦେଖିବାକୁ ମିଳିଥାଏ। ସାହିତି୍ୟକଙ୍କ ରାଜନୀତିରେ ଅଂଶଗ୍ରହଣ କରିବା ବହୁତ ରୋଚକ ବିଷୟ ହୋଇଥାଏ। କବି ସଚ୍ଚି ରାଉତରାୟ ୧୯୧୬ ମେ’ ୧୩ରେ ଖୋର୍ଦ୍ଧାର ଗୁରୁଜଙ୍ଗ ଗ୍ରାମରେ ଜନ୍ମଲାଭ କରିଥିଲେ। ଖୋର୍ଦ୍ଧାରେ ବାଲ୍ୟଶିକ୍ଷା ସମାପନ କରି ସେ ଉଚ୍ଚଶିକ୍ଷା ଓ ଚାକିରି ନିମନ୍ତେ କଲିକତା ଯାଇଥିଲେ। କଲିକତାରେ କେଶୋରାମ ସୂତାକଳରେ ଶ୍ରମ କଲ୍ୟାଣ ଅଧିକାରୀ ପଦବୀରେ ଚାକିରି କରୁଥିଲା ବେଳେ ହିନ୍ଦୁ-ମୁସଲମାନ ଦଙ୍ଗା ସମୟରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଆସିଥିଲେ। ୧୯୪୬ରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାଗନେବା ପାଇଁ ସେ କଂଗ୍ରେସ ଟିକଟ ପାଇଁ ଆବେଦନ କରିଥିଲେ। ମାତ୍ର ନିର୍ବାଚନରେ ଲଢିବା ପାଇଁ ତାଙ୍କୁ ଦୀର୍ଘ ୧୫ ବର୍ଷ ପରେ ଅର୍ଥାତ ୧୯୬୧ ନିର୍ବାଚନରେ ସୁଯୋଗ ମିଳିଲା। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳ ନୂଆ ଚେହେରାକୁ ସୁଯୋଗ ଦେଉଥିବାରୁ ସଚ୍ଚି ରାଉତରାୟଙ୍କୁ ବାଣପୁର ଆସନରୁ ଲଢିବା ପାଇଁ ଟିକଟ ମିଳିଲା। ସଚ୍ଚିଙ୍କ ପାଇଁ ସ୍ବୟଂ ନେହେରୁ ଏକ ବାର୍ତ୍ତା ପଠାଇ ଜିତାଇବା ପାଇଁ ଭୋଟରଙ୍କୁ ଅନୁରୋଧ କରିବା ସହିତ ସୁରେନ୍ଦ୍ର ମହାନ୍ତି ଓ ମନମୋହନ ମିଶ୍ର ଆସି ପ୍ରଚାର ମଇଦାନରେ ଛିଡା ହୋଇଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ। ତାଙ୍କ ପରାଜିତର କାରଣ କଂଗ୍ରେସ ଦଳ ଖୋର୍ଦ୍ଧାରୁ ଟିକଟ ନ ଦେଇ ବାଣପୁର ପାଇଁ ଟିକଟ ଦେବା ଓ ସ୍ଥାନୀୟ କର୍ମୀଙ୍କ ଅସହଯୋଗ ବୋଲି ସେ ତାଙ୍କ ଆତ୍ମଜୀବନୀ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। କଲିକତାରୁ ଚାକିରି ଛାଡି ସେ ୧୯୬୨ରେ ଆସି ଓଡ଼ିଶାରେ ରହିଲେ। ସେହିବର୍ଷ ତାଙ୍କର ରଚିତ ପୁସ୍ତକ କବିତା-୧୯୬୨ ପାଇଁ ସେ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ପରେ ପରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ।
ସଂଗ୍ରାମୀ ଲେଖକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କନ୍ୟା ଓ ରାଜନେତା ଭଗବତୀ ଚରଣ ପାଣିଗ୍ରାହୀଙ୍କ ଝିଆରୀ ନନ୍ଦିନୀଙ୍କ ଉପରେ ପିତାଙ୍କ ସାହିତ୍ୟ ଓ କକାଙ୍କ ରାଜନୈତିକ ପ୍ରଭାବ ପଡିଥିଲା। ୧୯୩୯ରେ ମାତ୍ର ୮ ବର୍ଷ ବୟସରେ ବ୍ରିଟିଶ ପତାକାକୁ ତଳେ ପକାଇବା ଓ କଟକର କାନ୍ଥରେ ବ୍ରିଟିଶ ବିରୋଧୀ ପୋଷ୍ଟର ମାରିବା ଅଭିଯୋଗରେ ସେ ଇଂରେଜ ପୋଲିସଙ୍କଠାରୁ ଲାଠିମାଡ ଖାଇ ସ୍ବାଧୀନତା ସଂଗ୍ରାମରେ ଅର୍ଘ୍ୟ ଢାଳିଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀ ଜୀବନରେ ଜେଲ ଯାଇଥିବା ନନ୍ଦିନୀ ଦୁଇଥର ରାଜ୍ୟ ସଭା ସଦସ୍ୟ ହେବା ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ନିର୍ବାହ କରିଥିଲେ। ୧୯୭୨ରୁ ୧୯୭୬ ପର୍ଯ୍ୟନ୍ତ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶାସନ ପରିଚାଳନା କରିଥିଲେ। ୧୯୪୨ରେ ସପ୍ତମ ଶ୍ରେଣୀରେ ପଢୁଥିଲା ବେଳେ ପ୍ରଥମ ରଚନା ଭାବରେ ‘ଅନାଥ ଗଳ୍ପ’ ରେ ଲେଖନୀ ଆରମ୍ଭ କରି ତସଲିମା ନସରୀନଙ୍କ ‘ଲଜ୍ଜା’ ଉପନ୍ୟାସକୁ ଓଡ଼ିଆରେ ଅନୁବାଦ,‘ଟିକିସୁନା ହଜିଗଲା’,‘କେତୋଟି କଥା’,‘ସପ୍ତଦଶୀ’, ‘ଗାନ୍ଧୀ କଥାମୃତ’ ଓ ‘ଉତ୍ତର ପୁରୁଷ’ ପରି ପୁସ୍ତକ ରଚନା କରି ଚର୍ଚ୍ଚାରେ ରହିଥିବା ନନ୍ଦିନୀ ଓଡ଼ିଆ ମାସିକ ‘କଳନା’ର ସମ୍ପାଦିକା ଭାବରେ ଭାଷା ସାହିତ୍ୟକୁ ଉନ୍ନତ କରିବା ସହିତ ଓଡ଼ିଆ ସାହିତ୍ୟ ସାଧନା ପାଇଁ ୧୯୮୮ରେ ସହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତା ହେବା ସହିତ ‘ରସିଦ ଟିକଟ’ ପୁସ୍ତକ ପାଇଁ ୧୯୯୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରର ଅଧିକାରିଣୀ ହୋଇପାରିଥିଲେ।
୧୯୭୫ ଅଗଷ୍ଟ ୧ରେ ସମଗ୍ର ଦେଶରେ ଉପଗ୍ରହ ମାଧ୍ୟମରେ ଓଡ଼ିଶା ସମେତ ମାତ୍ର ୬ଟି ରାଜ୍ୟରେ ଟେଲିଭିଜନ ପ୍ରସାରଣ ଆରମ୍ଭ ହୋଇଥିଲା। ଢେଙ୍କାନାଳ ଜିଲାରେ ୧୭୪, ଫୁଲବାଣୀ ଜିଲାରେ ୪୫ ଓ ସମ୍ବଲପୁର ଜିଲାର ୧୪୫ ଦୂରଦର୍ଶନ କେନ୍ଦ୍ରରେ ପ୍ରସାରଣ ନନ୍ଦିନୀ ଶତପଥୀଙ୍କ କରକମଳରେ ଆରମ୍ଭ ହୋଇଥିଲା। ସେହିପରି ୧୫ ଅଗଷ୍ଟ ୧୯୭୫ରେ ଭୁବନେଶ୍ୱର ଓ କଲିକତା ମଧ୍ୟରେ ସିଧାସଳଖ ଟେଲିଫୋନ ସେବାର ଆରମ୍ଭ କରିବା ଓ ଯାତ୍ରୀବାହୀ ବସ୍‌ରୁ ଉପରଶ୍ରେଣୀ ଓ ନିମ୍ନଶ୍ରେଣୀ ଟିକଟ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସହିତ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ଯୌତୁକ ନିରୋଧ ଆଇନ ଓ କଳିଙ୍ଗ କୁଟୀର ଯୋଜନାର ପ୍ରଚଳନ କରି ସେ ଇତିହାସ ସୃଷ୍ଟି କରିଥିଲେ। ଶିଶୁ ଚଳଚ୍ଚିତ୍ର ସଂସଦର ଦୁଇଥର ଅଧ୍ୟକ୍ଷା ରହିଥିବା ନନ୍ଦିନୀ ଭାରତୀୟ ଚଳଚ୍ଚିତ୍ର ପ୍ରତିନିଧି ମଣ୍ଡଳର ପ୍ରତିନିଧିତ୍ୱ କରି ମସ୍କୋ ଓ ତାସ୍‌କେଣ୍ଟ ଗସ୍ତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତୀୟ ପ୍ରତିନିଧି ମଣ୍ଡଳର ସଦସ୍ୟା ହୋଇ ଜାତିସଂଘ ସମ୍ମିଳନୀରେ ଭାଗ ନେଇଥିଲେ। ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷା ଭାବେ ସେ ଦୁଇଥର ନିଜର ପରାକାଷ୍ଠା ଦେଖାଇ ପାରିଥିଲେ।
୧୯୧୨ ଜୁଲାଇ ୧୭ ନବକଳେବର ରଥଯାତ୍ରା ଦିନ ‘ବନ୍ଦେ ଉତ୍କଳ ଜନନୀ’ କବିତାର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କୋଳରେ ଜନ୍ମ ନେଇଥିଲେ ନିତ୍ୟାନନ୍ଦ ମହାପାତ୍ର। ସ୍କୁଲ ପଢା ସମୟରେ ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସ୍ବାଧୀନତା ସଂଗ୍ରାମରେ ଝାସଦେଇ ୧୯୩୦ରୁ ୧୯୪୬ ମଧ୍ୟରେ ସାତଥର ଜେଲଦଣ୍ଡ ଭୋଗିଥିଲେ ନିତ୍ୟାନନ୍ଦ। ଛୋଟବେଳରୁ କୁଳଗୁରୁ ଶ୍ରୀଶ୍ରୀ ରାମଦାସ ବାବାଜୀଙ୍କଠାରୁ ଦୀକ୍ଷାଲାଭ କରିବା ସହିତ ସାରସ୍ବତ ସାଧନାରେ ସେ ଲିପ୍ତ ଥିଲେ। ସ୍ବାଧୀନତା ପରେ ପରେ ୧୯୫୨ରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା(ଯୁଗ୍ମ) ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ବିରୋଧରେ କଂଗ୍ରେସର ଭାଗବତ ସାହୁ ପ୍ରାର୍ଥୀ ହୋଇଥିଲେ। ସାଇକେଲରେ ବୁଲି ବୁଲି ନିର୍ବାଚନ ପ୍ରଚାର କରିବା ଓ ସାତୋଟି ନିର୍ବାଚନମଣ୍ଡଳୀକୁ ପହଞ୍ଚି ନ ପାରିବା ଯୋଗୁ ସେ ଉକ୍ତ ନିର୍ବାଚନରେ ଲକ୍ଷେରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ ବୋଲି ‘ମୋ କଥା’ ନିବନ୍ଧରେ ଲେଖିଛନ୍ତି। ୧୯୫୭ ବିଧାନସଭା ନିର୍ବାଚନରେ ସେ ଭଦ୍ରକ ଆସନରୁ କଂଗ୍ରେସ ଟିକଟରେ ଲଢିବା ପାଇଁ ଯଦିଓ ଆଶାୟୀ ଥିଲେ ହେଲେ ମୁସଲମାନ ଭୋଟରଙ୍କୁ ଲକ୍ଷ୍ୟରେ ରଖି କଂଗ୍ରେସ ଦଳ ତାଙ୍କୁ ଟିକଟ ନ ଦେଇ ୧୯୫୨ରେ ବିଧାନସଭା ସଦସ୍ୟ ଥିବା ଓ ଉପବାଚସ୍ପତି ହୋଇଥିବା ମହମ୍ମଦ ହନିଫଙ୍କୁ ପ୍ରାର୍ଥୀ କରିଥିଲା। ସେହିବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ ଭଦ୍ରକକୁ ନିର୍ବାଚନ ପ୍ରଚାରରେ ଆସିଥିଲେ ମଧ୍ୟ ନିତ୍ୟାନନ୍ଦ ହନିଫକୁ ପରାଜିତ କରି ବିଧାନସଭାକୁ ଯାଇଥିଲେ ଏବଂ ବାଚସ୍ପତି ପଦ ପାଇଁ ନୀଳକଣ୍ଠ ଦାସଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୧୩ଟି ଭୋଟରେ ପରାଜିତ ହୋଇଥିଲେ। ଭଦ୍ରକ ଆସନରୁ ନିତ୍ୟାନନ୍ଦ ୧୯୫୭ ମସିହାରେ ହନିଫଙ୍କୁ ୧୭୬୮ ଭୋଟ ଓ ୧୯୬୧ରେ ୪୦୦୦ ଭୋଟରେ ହରାଇ ବିଧାନସଭାକୁ ଯାଇଥିଲେ। ଭଦ୍ରକ ଆସନରୁ ୧୯୬୭ରେ ନିତ୍ୟାନନ୍ଦ ଜନକଂଗ୍ରେସ ଦଳ ଟିକଟରେ ଲଢି ୨୧୦୦୦ ଭୋଟ ବ୍ୟବଧାନରେ କଂଗ୍ରେସର ରତ୍ନାକର ମହାନ୍ତିଙ୍କୁ ପରାଜିତ କରି ତୃତୀୟଥର ପାଇଁ ବିଧାନସଭା ଆସନ ଅଳଙ୍କୃତ କରିଥିଲେ। ସେହିବର୍ଷ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଗଠିତ ସ୍ବତନ୍ତ୍ର ଓ ଜନକଂଗ୍ରେସ ଦଳର ମିଳିତ ମନ୍ତ୍ରିମଣ୍ଡଳରେ ଯୋଗାଣ ଓ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ନିତ୍ୟାନନ୍ଦ ମହାପାତ୍ର ଜଣେ ଅତି ସାଧାରଣ ବ୍ୟକ୍ତି ଭାବରେ ଜୀବନଯାପନ କରୁଥିଲେ। ମନ୍ତ୍ରୀ ହେଲା ପରେ ମଧ୍ୟ ସେ ସାଇକେଲ ଚଢି ସଚିବାଳୟକୁ ଯିବା ଆସିବା କରୁଥିଲେ।
ପଣ୍ଡିତ ନୀଳକଣ୍ଠ ଦାଶ ୫ ଅଗଷ୍ଟ ୧୮୮୪ରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଚାରିଥର ଜେଲ ଯାଇଥିଲେ। ୧୯୨୩ ରେ ଓଡ଼ିଶା ପାଇଁ ସେଣ୍ଟ୍ରାଲ ଆସେମ୍ବ୍ଲି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ୧୯୫୧ରେ ନିଜେ ଗଢ଼ିଥିବା ସ୍ବାଧୀନ ଜନସଂଘ ଦଳ ଟିକେଟରେ ସେ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ। ପୁନର୍ବାର ୧୯୫୭ ନିର୍ବାଚନରେ କଂଗ୍ରେସ ପାର୍ଟି ତରଫରୁ ନିର୍ବାଚନ ଲଢ଼ି ୧୯୬୧ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।
କଚେରି ସାହି, ଦେବଗଡ଼
ମୋ: ୯୪୩୭୨୧୮୯୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri