ନିରାଶ ହେଲେ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କ ସମର୍ଥକ

ଆନନ୍ଦପୁର,୨୫ା୫(ସ୍ବ.ପ୍ର.): ମୋଦି ଲହର ସାଙ୍ଗକୁ ବିଜୟୀ ହେବାର ଆଶା କେନ୍ଦୁଝର ଜିଲା ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ସପକ୍ଷରେ ରହି ଆସିଥିବାବେଳେ ଭୋଟଗଣତି ପରେ ତାଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଆନନ୍ଦପୁରର ଭାଜପା ସମର୍ଥକ ଓ ଦଳୀୟ ନେତା। କେଉଁ କାରଣରୁ ସେ ହାରିଲେ ସେନେଇ ଚାଲିଛି ଚର୍ଚ୍ଚା। କେହି କେହି କ୍ରସ୍‌ ଭୋଟିଂ ଯୋଗୁ ଏମ୍‌ପି ପ୍ରାର୍ଥୀ ପରାଜୟ ହେଲେ ବୋଲି କହୁଥିବାବେଳେ ଆଉ କେହି ଦଳୀୟ କନ୍ଦଳ ପରାଜୟର ମୁଖ୍ୟ କାରଣ ବୋଲି ମତ ଦେଉଛନ୍ତି। ଆନନ୍ଦପୁର ଓ ଘଷିପୁରା ବିଧାନସଭା ଆସନରେ ଭାଜପାର ଭୋଟ ହାର ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଏମ୍‌ପି ପ୍ରାର୍ଥୀଙ୍କ ପରାଜୟ ଭାଜପା ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୦୯ରେ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ୧୦ ହଜାର ୬୪୪ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ରେ ୧୨ ହଜାର ୬୬୪ ଖଣ୍ଡ ଏବଂ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଭାଜପା ୩୧ ହଜାର ୫୫୪ ଖଣ୍ଡ ଭୋଟ ହାତେଇଥିଲା। ସେହିଭଳି ଘଷିପୁରା ନିର୍ବାଚନମଣ୍ଡଳୀକୁ ଦେଖିଲେ ୨୦୦୯ରେ ଭାଜପାକୁ ୯୬୮୯, ୨୦୧୪ରେ ୨୦ ହଜାର ୨୯୮ ଏବଂ ୨୦୧୯ରେ ୨୭ ହଜାର ୫୭୯ ଖଣ୍ଡ ଭୋଟ ମିଳିଥିଲା। ଏହିକ୍ରମରେ ଉଭୟ ନିର୍ବାଚନମଣ୍ଡଳୀରେ ଭାଜପା ଭୋଟ ବୃଦ୍ଧି ପାଇବା ସହିତ ଜିଲାର ଅନ୍ୟ ଆସନ ଚମ୍ପୁଆ, ପାଟଣା, ସଦର, ତେଲକୋଇ, କରଞ୍ଜିଆ ଆଦି ବିଧାନସଭା କ୍ଷେତ୍ରରେ ଭାଜପା ଭୋଟ ହାର ବୃଦ୍ଧି ପାଇଛି। ତେବେ ଭାଜପା ଏମ୍‌ପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଥାଇ ମଧ୍ୟ ପରାଜୟ ସ୍ବୀକାର କରିବା ଦଳୀୟ କର୍ମୀ ତଥା ଭାଜପା ସମର୍ଥକଙ୍କୁ ମର୍ମାହତ କରିଛି। କେନ୍ଦୁଝର ଜିଲାରେ ଭାଜପା ଏମ୍‌ପି ଭାବେ ପୂର୍ବରୁ ଅନନ୍ତ ନାୟକ ଦୁଇ ଦୁଇ ଥର ବିଜୟଲାଭ କରି ଲୋକପ୍ରିୟତାର ଶୀର୍ଷରେ ରହି ଆସିଥିଲେ। ତେବେ ଚଳିତ ୨୦୧୯ ନିର୍ବାଚନରେ ଅନନ୍ତ ନାୟକ ସ୍ବଳ୍ପ ବ୍ୟବଧାନରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁଙ୍କଠାରୁ ପରାଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?