Posted inଖେଳ

ନିରପେକ୍ଷ ଅମ୍ପାୟରଙ୍କୁ ପଣ୍ଟିଂଙ୍କ ସମାଲୋଚନା

ସିଡ୍‌ନୀ,୩।୮(ଏଏଫ୍‌ପି)- ଇଂଲଣ୍ଡର ବର୍ମିଂହାମଠାରେ ଚାଲିଥିବା ପ୍ରଥମ ଆଶେସ ଟେଷ୍ଟରେ ଅମ୍ପାୟରଙ୍କ ବହୁ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିଯୋଗୁ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ରିକି ପଣ୍ଟିଂ ଶନିବାର ନିରପେକ୍ଷ ଅମ୍ପାୟରଙ୍କ ନିୟମକୁ ସମାଲୋଚନା କରିଛନ୍ତି। ଚଳିତ ଟେଷ୍ଟରେ ପାକିସ୍ତାନର ଅଲିମ ଦାର ଓ ଓ୍ବେଷ୍ଟଇଣ୍ଡିଜର ଜୁଏଲ ଓ୍ବିଲସନ ବହୁ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଡିଆରଏସ୍‌ ଯୋଗୁ ଦୁଇ ଦଳ ଭୁଲ ନିଷ୍ପତ୍ତିର ଶିକାର ହେବାରୁ ବର୍ତ୍ତି ଯାଇଛନ୍ତି। କ୍ରିକେଟର ନିୟମ ନିର୍ଦ୍ଧାରଣ କରୁଥିବା ମାର୍ଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ସଦସ୍ୟ ପଣ୍ଟିଂ ଆଗାମୀ ବୈଠକରେ ଏ ସମ୍ପର୍କରେ ଆଲୋଚନ କରିବେ ବୋଲି କହିଛନ୍ତି। ପରବର୍ତ୍ତୀ ଏମ୍‌ସିସି ବୈଠକରେ ନିରପେକ୍ଷ ଅମ୍ପାୟର ନିୟମରେ ପରିବର୍ତ୍ତନ ନେଇ ଆଲୋଚନା କରିବି। ଯଦି ନ ହୁଏ, ତେବେ ମୁଁ ଏହାକୁ ଏଜେଣ୍ଡାରେ ସାମିଲ କରିବି। ଆମ ନିକଟରେ ବହୁ ଟେକ୍ନୋଲୋଜି ରହିଛି। କିନ୍ତୁ ଅମ୍ପାୟରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପରେ ଏହା ସର୍ବଦା କାମରେ ଆସେନାହିଁ ବୋଲି ସେ କହିଛନ୍ତି। ନିରପେକ୍ଷ ଅମ୍ପାୟରଙ୍କ ନିୟମ ଯୋଗୁ ଇଂଲଣ୍ଡର ରିଚାର୍ଡ କେଟ୍ଟିଲବର୍ଗଙ୍କ ଭଳି ମ୍ୟାଚ୍‌ ପରିଚାଳକ ବାଦ୍‌ ପଡ଼ିଥିବା ଘଟଣାକୁ ଇଙ୍ଗିତ କରି କହିଛନ୍ତି, ଆଇସିସିର ଏଭଳି ନିୟମ ଯୋଗୁ ସାଇମନ ଟଫଲଙ୍କ ଭଳି ଅମ୍ପାୟର ଶୀଘ୍ର ଅବସର ନେଇ ଯାଉଛନ୍ତି। କାରଣ ସେମାନେ କ୍ୟାରିୟରର ପ୍ରାୟତଃ ସମୟ ସ୍ବଦେଶ ବାହାରେ ବିତାଇବାକୁ ପଡ଼ୁଛି। ଉଲ୍ଲେଖଥାଉ କି, ୨୦୦୨ଠାରୁ ନିରପେକ୍ଷ ଅମ୍ପାୟରଙ୍କ ନିୟମ ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

ଧୋନୀ ସବୁ ବିଗାଡ଼ି ଦେଇଛନ୍ତି….CSK ବିଦା ପରେ କାହିଁକି ଏମିତି କହିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୨।୫: ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ IPLରୁ ଖାଲି ହାତରେ ଫେରିଛି। IPL ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ତଥା ପାଞ୍ଚ ଥର ଚାମ୍ପିଅନ…

କେତନଙ୍କୁ ମିଳିଲା ଗୁରୁଦାୟୀତ୍ୱ, ଜାଣନ୍ତୁ କେତନ କିଏ…

ଭୋପାଳ,୨୨ା୫: ଆସନ୍ତା ମେ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ହେବାକୁଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ପ୍ରତିଯୋଗିତା ପାଇଁ ଫରଓ୍ବାର୍ଡ କେତନ…

ପଛରେ ପଡିଗଲେ କୋହଲି: ଜାଣନ୍ତୁ କାହା ପାଖରେ ଅଛି ଅରେଞ୍ଜ-ପର୍ପଲ କ୍ୟାପ୍‌

ନୂଆଦିଲ୍ଲୀ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ (IPL 2026) ର ୧୯ତମ ସଂସ୍କରଣରେ ୬୬ଟି ମ୍ୟାଚ ଖେଳାଯାଇଛି। ଲିଗ ପର୍ଯ୍ୟାୟରେ ଆଉ ୪ଟି ମ୍ୟାଚ ବାକି ଅଛି। ତିନୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri