ନିଜର ଦୀପ ନିଜେ ହୁଅ

ପ୍ରବାସିନୀ ମହାକୁଡ଼
କୌଣସି ଲୋକ ଯଦି କୌଣସି ନଦୀକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅତିକ୍ରମ କରିସାରିଥାଏ ଏବଂ ପୁଣିଥରେ ସେଇ ନଦୀକୁ ପାରିହେବାକୁ ଚାହେଁ, ତେବେ ସେ ନଦୀର ପାଣି ସେମିତି ହୋଇ ନ ଥାଏ କି ସେଇ ସ୍ଥାନର ପାଣି ସେମିତି ହୋଇ ରହି ନ ଥାଏ-ସମୟର ଧାରାକୁ ଲକ୍ଷ୍ୟ କରି କନ୍‌ଫୁସିୟସ ଏକଥା କହିଥିଲେ। ବିଭିନ୍ନ ସମୟରେ ଅନେକ ମହାପୁରୁଷ ସମୟର ଧାରାକୁ ଅତିକ୍ରମ କରିଯାଇଛନ୍ତି କିନ୍ତୁ ସେମାନେ ପୁରୁଣା ଧାରାକୁ ଫେରି ଆସିବାକୁ ଚାହଁିନାହାନ୍ତି, କାରଣ ସେମାନେ ଜୀବନର ଏଇ ସତ୍ୟକୁ ଜାଣିଥିଲେ।
ବେଦର ଜ୍ଞାନ ବୃତ୍ତକୁ ଯେଉଁ ବ୍ୟକ୍ତି ବ୍ୟାସ ପରି କାଟି ଚାଲିଥାଏ ସେଇ ହିଁ ବେଦବ୍ୟାସ। ବେଦବ୍ୟାସ ଏକ ପଦବୀ। ବେଦବ୍ୟାସ ପ୍ରତିଯୁଗରେ ଜନ୍ମ ହୋଇଛନ୍ତି, ଠିକ୍‌ ସେହିପରି ବୁଦ୍ଧ ବି ପ୍ରତି ଯୁଗରେ ଜନ୍ମ ହୋଇଛନ୍ତି ଏବଂ ହେବେ। ବୁଦ୍ଧଦେବ ଦେହାବସାନ ପୂର୍ବରୁ ଆଜିକୁ ଅଢେଇ ହଜାର ବର୍ଷ ତଳେ ନିଜର ଶିଷ୍ୟମାନଙ୍କୁ କହିଥିଲେ ଯେ, ସିଏ କଲ୍ୟାଣ ମିତ୍ର ରୂପରେ ପୃଥିବୀକୁ ଆସିବେ। ସେତେବେଳେ ଲୋକେ ତାଙ୍କୁ ମୈତ୍ରେୟ ବୋଲି ଜାଣିବେ। ବେଳେବେଳେ ମନେହୁଏ ଯେ ଏ ପୃଥିବୀ ବୁଦ୍ଧ ଚେତନାରୁ ରିକ୍ତ ହୋଇଯାଉଛି ଅଥଚ ବିରୋଧାଭାସ ଏୟା ଯେ ଅହଂକାର, ଲୋଭ, ମୋହ, ମାୟାର ଅନ୍ଧକାରରେ ଆମେ ଅସହାୟ ଥିଲାବେଳେ ବୁଦ୍ଧ ଚେତନା ଆମକୁ ଉଦ୍‌ବୁଦ୍ଧ କରେ। ମୈତ୍ରେୟ କହିବାର ଅର୍ଥ ମିତ୍ର ରୂପରେ ଅବତରଣ କରିବେ। ସେଇ ଦୃଷ୍ଟିରୁ ଦେଖିଲେ ଯିଶୁ, ମହମ୍ମଦ, ଶ୍ରୀଚୈତନ୍ୟ, ଶ୍ରୀରାମକୃଷ୍ଣ- ଏମାନେ ସମସ୍ତେ ବୁଦ୍ଧ। ବୁଦ୍ଧତ୍ୱ ଚେତନା କୌଣସି ଏକ କାଳର, ଯୁଗର ବା ସମୟର ନୁହେଁ। ଏହା ଏକ ଚିରନ୍ତନ ପ୍ରବାହ। ଦେଖିବାକୁ ଗଲେ ବୁଦ୍ଧର ବ୍ୟାପକ ଅର୍ଥ ହେଉଛି ଜାଗ୍ରତ ବ୍ୟକ୍ତି ଯା’ ଭିତରେ ପରମ ଚୈତନ୍ୟର ଜାଗ୍ରତ ହୋଇଥାଏ।
ଗୌତମ ବୁଦ୍ଧ କହିଥିଲେ, ତାଙ୍କ ପୂର୍ବରୁ ୨୮ ଜଣ ବୁଦ୍ଧ ହୋଇସାରିଛନ୍ତି ଓ ତାଙ୍କ ପରେ ବି ବହୁତ ବୁଦ୍ଧ ଏ ପୃଥିବୀକୁ ଆସିବେ। ପ୍ରତିଟି ମଣିଷର ବୁଦ୍ଧ ହେବାର ଅଧିକାର ଅଛି କିନ୍ତୁ ସିଏ ହୋଇପାରେନା କାରଣ ତା’ ପାଖରେ ସମ୍ୟକ୍‌ ସ୍ମୃତି ବା ରାଇଟ୍‌ ରିମେମ୍ବରିଂର ଅଭାବ। ମଣିଷ ଲୋଭ, ମୋହ, ମାୟାରେ ବୁଡି ରହିଛି, ଏହା ହେଉଛି ମଣିଷର ଅଜ୍ଞାନତା। ନିଜ ଭିତରର ଆଲୋକକୁ ସିଏ ଦେଖିପାରେନା। ତେଣୁ ଭ୍ରମରେ ପଡି ଅନ୍ଧକାରରେ ଚଳପ୍ରଚଳ ହେଉଥାଏ। ଆତ୍ମାର ଆଲୋକ ପରମାତ୍ମାଙ୍କୁ ଦେଖିବାରେ ସମର୍ଥ ହୁଏନା। ଥରେ ଯଦି ମଣିଷର ଜ୍ଞାନଚକ୍ଷୁ ଖୋଲିଯାଏ ଏବଂ ସିଏ ନିଜ ଭିତରର ଚୈତ୍ୟସତ୍ତାକୁ ଅନୁଭବ କରିପାରେ ସିଏ ହିଁ ଧନ୍ୟ। ଭଗବାନ ବୁଦ୍ଧଙ୍କ ଭାଷାରେ ‘ଅପ୍ପୋ ଦୀପୋ ଭବ’- ନିଜର ଦୀପ ନିଜେ ହୁଅ। ଜୀବନ ଦର୍ଶନର କଥା ନୁହେଁ। ଜୀବନକୁ ଜାଣିବା ପାଇଁ ମଣିଷକୁ କେତେବର୍ଷ ଲାଗିଯାଏ? ବର୍ଷ, ମାସ, ଦିନ, ଦଣ୍ଡ, ଲିତା-ବିଲିତାର କଥା ଏଠି କୁହାଯାଉନି। ସାଧାରଣ ମଣିଷଟିଏ ଜନ୍ମ ନିଏ, ଖାଏ ପିଏ। ନିଜର ସାଂସାରିକ ଦାୟିତ୍ୱ ତୁଲାଏ। ତା’ ପରେ ଦିନେ ବୁଢା ହୋଇ ମରିଯାଏ।
ଏଇ ପ୍ରସଙ୍ଗରେ ମନେପଡେ ଭଗବାନ ବୁଦ୍ଧଦେବଙ୍କ ସହ ଘଟିଥିବା ଗୋଟିଏ ଘଟଣା। ଥରେ ଜଣେ ବୃଦ୍ଧ ଭିକ୍ଷୁ ବୁଦ୍ଧଙ୍କ ପାଖକୁ ଆସିଲେ। ବୁଦ୍ଧ ପଚାରିଲେ, ତୁମ ବୟସ କେତେ? ବୃଦ୍ଧ ଭିକ୍ଷୁର ଉତ୍ତର ଥିଲା ଚାରି ବର୍ଷ। ବୁଦ୍ଧ ଭାବିଲେ ସିଏ ବୋଧେ ଠିକ୍‌ ଶୁଣିପାରିଲେନି। ତେଣୁ ପୁଣିଥରେ ପଚାରିଲେ, ‘କେତେ କହିଲ?’ ଉତ୍ତର-‘ଚାରି ବର୍ଷ’। ବୁଦ୍ଧ କହିଲେ- ”ଆଶ୍ଚର୍ଯ୍ୟ କଥା। ତୁମକୁ ଦେଖିଲେ ମନେହେଉଛି ଅତି କମ୍‌ରେ ସତୁରି କି ଅଶୀ ବର୍ଷର ହୋଇଥିବ।“ ବୃଦ୍ଧ ଭିକ୍ଷୁ କହିଲେ, ‘ଚାରିବର୍ଷ ପୂର୍ବର ଜୀବନ ଜୀବନ ନ ଥିଲା। ତେଣୁ ମୁଁ ତାକୁ ଗଣିନି। ଏଇ ଚାରିବର୍ଷ ଧରି ମୁଁ ଜୀବନର ଅର୍ଥକୁ ଖୋଜିପାଇଛି। ତେଣୁ ମୁଁ ଚାରିବର୍ଷର। ତା’ ଆଗରୁ ବାହାରେ ତ ମୃତ୍ୟୁ ଥିଲା, ଭିତରେ ହିଁ ଜୀବନ ଥିଲା। ମୁଁ ଚାରିବର୍ଷ ଆଗରୁ ହିଁ ଶାନ୍ତି କ’ଣ ଅନୁଭବ କଲି। କିନ୍ତୁ ଭିତରେ କ’ଣ ଅଛି, ଯାହାକୁ ଆମେ ଆତ୍ମା ବୋଲି କହୁ। ଜୀବନ ଭିତରେ କେତେ ଧାରା, କେତେ ଚେତନା ଅଛି। ଏ ଚର୍ମ ଦେହରେ ବାହ୍ୟରୂପରେ ମଣିଷର କେତେ ପଥ ରହିଥାଏ। ଯଦିଓ ଜାଣିଛ ଯେ ଦେହ ମରଣଶୀଳ। ଏ ଶରୀର କଷ୍ଟ ପାଏ ଆତ୍ମଜ୍ଞାନ ଅଭାବରୁ। ଭୌତିକ ସୁଖ ପଛରେ ପଡିଥିବାରୁ। ତେବେ ଜୀବନର ଅର୍ଥ କ’ଣ? ଜୀବନର ଅର୍ଥ ଖୋଜିବାକୁ ଯାଇ ରାଜମହଲର ଭୋଗବିଳାସ ତ୍ୟାଗ କରି ରାଜପୁତ୍ର ଗୌତମ କାହିଁକି ଜୀବନର ସନ୍ଧାନରେ ବୁଦ୍ଧତ୍ୱ ପ୍ରାପ୍ତି ପାଇଁ ଗୃହତ୍ୟାଗୀ ହୋଇଥିଲେ। ଜରା, ବ୍ୟାଧି ଓ ମୃତ୍ୟୁକୁ ଦେଖି ନଶ୍ୱର ଦେହର ଅସାରତା ପ୍ରତି ତାଙ୍କର ମୋହଭଙ୍ଗ ଘଟିଥିଲା। ଘୋର ସାଧନା ପରେ ହିଁ ସିଏ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ। ବୁଦ୍ଧ ସବୁକାଳେ ପ୍ରାସଙ୍ଗିକ, କାରଣ ମଣିଷ ପ୍ରବୁଦ୍ଧ ଚେତନାରେ ସବୁବେଳେ ବୌଦ୍ଧିକତା ଚଳପ୍ରଚଳ ହେଉଥାଏ। ଆମର କାର୍ଯ୍ୟକଳାପରେ ଏମିତି କିଛି ଫୁଟିଉଠୁ ଯାହା ଆମକୁ ଅନ୍ୟଠୁ ଭିନ୍ନ କରି ଗଢିତୋଳିବ।
ଏକବିଂଶ ଶତାବ୍ଦୀରେ ମଣିଷର ଜ୍ଞାନ, ବୁଦ୍ଧିର ସୀମା କହିବାକୁ ଗଲେ ଚରମ ଅବସ୍ଥାରେ ପହଞ୍ଚିସାରିଛି। ସାଂସାରିକ ସୁଖ ପାଇଁ ମଣିଷର ସବୁକିଛି ଅଛି କିନ୍ତୁ ମଣିଷ ଶାନ୍ତି, ଆନନ୍ଦ, ଅନ୍ୟକୁ ସହ୍ୟ କରିବାର ମନୋବୃତ୍ତି, ଦୟା, କ୍ଷମା, କରୁଣାଠୁ କ୍ରମଶଃ ଦୂରେଇଯାଉଛି, ଯେଉଁସବୁ ଗୁଣ ବୁଦ୍ଧଙ୍କର ପ୍ରିୟ ଥିଲା। ଜଗତର କଲ୍ୟାଣ ପାଇଁ ଆମ ଭିତରର ବୁଦ୍ଧତ୍ୱର ଜାଗରଣ ହେଉ। ଆମ ଭିତରେ ମାନବୀୟ ଗୁଣସବୁ ବିକଶିତ ହେଉ- ”ବୁଦ୍ଧଂ ଶରଣଂ ଗଚ୍ଛାମି, ସଙ୍ଘଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି।“
(ବୁଦ୍ଧ ଜୟନ୍ତୀ ଉପଲକ୍ଷେ)
-ଷ୍ଟେଶନ ବଜାର, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri