Posted inଖେଳ

ନାସିର ହୁସେନଙ୍କ ପସନ୍ଦ ବିରାଟ କୋହଲି

ଲଣ୍ଡନ, ୨୨|୪: ବିଶ୍ୱର ବିଖ୍ୟାତ କ୍ରିକେଟରଙ୍କ ମଧ୍ୟରୁ ୪ ଜଣଙ୍କ ଖେଳ ସେ ସର୍ବଦା ଦେଖିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟ ଅଧିନାୟକ ନାସିର ହୁସେନ। ସେମାନଙ୍କ ମଧ୍ୟରେ ୩ ଜଣ ପୂର୍ବତନ ଓ ଜଣେ ସକ୍ରିୟ କ୍ରିକେଟର। ତେବେ ସକ୍ରିୟ କ୍ରିକେଟର ଜଣଙ୍କ ହେଉଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି।
କ୍ରିକେଟ ଜଗତର ଜଣେ ପ୍ରତିଷ୍ଠିତ ବିଶ୍ଳେଷକ ଏବଂ ଭାଷ୍ୟକାର ଭାବେ ପରିଚିତ ହୁସେନ ପ୍ରଥମେ ପାକିସ୍ତାନର କିମ୍ବଦନ୍ତୀ ଓପନର ସଇଦ ଅନୱରଙ୍କ ନାମ ନେଇଛନ୍ତି। ଅନୱରଙ୍କ ଦୃଷ୍ଟି ଅନ୍ୟମାନଙ୍କ ଅପେକ୍ଷା ଭଲଭାବେ ବଲ୍‌ ଉପରେ କେନ୍ଦ୍ରିତ ହୋଇଥାଏ। ଏହା ବ୍ୟତୀତ ସେ ଅଫ୍‌-ସାଇଡ୍‌ରେ ଖେଳିବାରେ ମାହିର। ଅନ୍ତର୍ଜାତୀୟ କ୍ୟାରିୟରରେ ପାଖାପାଖି ୧୩,୦୦୦ରନ କରିଥିବା ଅନୱର ପାକିସ୍ତାନର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ଉଜ୍ଜ୍ୱଳମୟ ୧୪ ବର୍ଷର କ୍ୟାରିୟରରେ ସେ ଉଭୟ ଟେଷ୍ଟ ଓ ଏକଦିବସୀୟରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ନାସିର ଦ୍ୱିତୀୟ ଓ ତୃତୀୟରେ ୱେଷ୍ଟଇଣ୍ଡିଜ ଲିଜେଣ୍ଡ ବ୍ରାଏନ ଲାରା ଏବଂ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରିବେ ବୋଲି କହିଛନ୍ତି। ମୁଁ ଲାରାଙ୍କ ପୁରୁଣା ଫୁଟେଜ୍‌ ଦେଖିଛି। ତାଙ୍କର ବ୍ୟାକ୍‌-ଲିଫ୍ଟ ଅତୁଳନୀୟ। ସେହିପରି କୋହଲି ୫୦ ଓଭର ଫର୍ମାଟରେ ରନଚେଜ୍‌ ମାଷ୍ଟର। ସ୍କୋର ଯେତେ ଥାଉନା କାହିଁକି ବିରାଟ ସବୁବେଳେ ତାହାକୁ ଚେଜ୍‌ କରିବାର ଦକ୍ଷତା ରଖିଛନ୍ତି ।
ଚତୁର୍ଥରେ ହୁସେନ ଇଂଲଣ୍ଡ କ୍ରିକେଟ ଲିଜେଣ୍ଡ ଡେଭିଡ ଗାୱାରଙ୍କୁ ପସନ୍ଦ କରିଛନ୍ତି। ତାଙ୍କ କଭର ଡ୍ରାଇଭ୍‌ ଦର୍ଶନୀୟ। ”ଗାୱାର ହେଉଛନ୍ତି ମୋ ପିଲା ଦିନର ଆଦର୍ଶ। କେଣ୍ଟ୍‌ରେ ଜନ୍ମିତ ଗାୱାର ଇଂଲଣ୍ଡ ପକ୍ଷରୁ ୧୯୭୮ରୁ ୧୯୯୨ ମଧ୍ୟରେ ୧୧,୩୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨୫ ଶତକ ଏବଂ ୫୧ ଅର୍ଦ୍ଧଶତକ ସାମିଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri