ନାଲ୍‌କୋରେ ୨୩ ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା: ପ୍ରଥମ ଦିନରେ ୩୦ ହଜାର ଶ୍ରଦ୍ଧାଳୁ

ବଅଁରପାଳ, ୧୮।୯ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ନାଲ୍‌କୋର ଗଣପର୍ବ ଭାବେ ପରିଚିତ ବିଶ୍ୱକର୍ମା ପୂଜା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ୨୩ଟି ମଣ୍ଡପରେ ପ୍ରଭୁ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଥିବା ବେଳେ ପୂଜା ଦେଖିବାକୁ ପ୍ରଥମ ଦିନରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ସୂଚନା ମିଳିଛି।
ଚଳିତବର୍ଷ ବିଭିନ୍ନ ପୂଜା କମିଟି ପକ୍ଷରୁ ମଣ୍ଡପ ଓ ତୋରଣକୁ ଅଧିକ ଆକର୍ଷଣୀୟ କରାଯାଇଛି। ପଟ୍‌ଲାଇନ, ସିପିପି ଅପରେଶନ୍‌, କାଷ୍ଟହାଉସ-ଏ, କାଷ୍ଟହାଉସ-ବି, ରୋଡିଂସପ୍‌, ସିପିପି ମେକାନିକାଲ, ସିଏଚ୍‌ପି, ସେଣ୍ଟ୍ରାଲ ଷ୍ଟୋର, ଆର୍‌ପିୟୁ, ଟୁ-୨୦ କେଭି, ସିଭିଲ୍‌, ପଟ୍‌ଲାଇନ ଇଲେକ୍ଟ୍ରିକାଲ, ଠିକାଦାର ସଂଘ ସହ ମୋଟ୍‌ ୨୩ଟି ମଣ୍ଡପର ସାଜସଜ୍ଜା ଦର୍ଶକଙ୍କ ମନ ମୋହିନେଇଛି। ନାଲ୍‌କୋ ଟ୍ରକ୍‌ମାଲିକ ସଂଘ ପକ୍ଷରୁ ମଧ୍ୟ ପୂଜାମଣ୍ଡପକୁ ଚଳିତବର୍ଷ ବେଶ୍‌ ମନଲୋଭା କରାଯାଇଛି। ପୂର୍ବାହ୍ନ ୧୦ ଟାରୁ ପାରମ୍ପରିକ ରୀତିରେ ପୂଜା କମିଟି କର୍ମକର୍ତ୍ତାମାନେ କଳସ ଶୋଭାଯାତ୍ରାରେ ପାଣି ଆଣି ଘଟ ସ୍ଥାପନ କରିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଢୋଲ ନିଶାଣ ବାଦ୍ୟ ସାଙ୍ଗକୁ ହିରବୋଲ, ହୁଳହୁଳିରେ ଆଲୁମିନିୟମ ନଗରୀ ପ୍ରକମ୍ପିତ ହୋଇପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri