ନାଲିଫିତା ତଳେ ବିରଜାକ୍ଷେତ୍ରକୁ ରେଳ ପ୍ରକଳ୍ପ: ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭେଟିଲା ବିରଜା କ୍ଷେତ୍ର ବିକାଶ ପରିଷଦ

ଯାଜପୁର ଅଫିସ,୧୧।୮- ଯାଜପୁର କେନ୍ଦୁଝରରୋଡ଼- ଧାମରା ରେଳ ପ୍ରକଳ୍ପ ସର୍ଭେ ରିପୋର୍ଟ ଦୁଇବର୍ଷ ହେବ କେନ୍ଦ୍ର ସରକାରଙ୍କ ନାଲି ଫିତାତଳେ ଚପି ରହିଛି। ଏନେଇ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଏସଂକ୍ରାନ୍ତରେ ବିରଜା କ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୩-୧୪ ଆର୍ଥିକ ବର୍ଷରେ ୯୫.୫ କିଲୋମିଟର ଦୂରତ୍ୱ ବିଶିଷ୍ଟ ଏହି ନୂତନ ପ୍ରକଳ୍ପକୁ ସର୍ଭେ କରାଯିବା ନିମନ୍ତେ ବ୍ୟୟବରାଦ କରାଯାଇଥିଲା। ଏଥିରେ ରାମପୁରା ଶଗଡ଼ି, ଯାଜପୁର, ସିରିପୁରା, ମଙ୍ଗଳପୁର, ଆରଡ଼ି ଓ ବିଶ୍ୱାଳି ଷ୍ଟେଶନ ପାଇଁ ୧୦୪୨କୋଟି ୬୨ଲକ୍ଷ ୫୭ହଜାର ୫୭୪ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରେଳ ବିଭାଗ ବାର୍ଷିକ ଲାଭାଂଶ ୩୧.୫ କୋଟି ଟଙ୍କା ମିଳିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ୨୦୧୭ ଅକ୍ଟୋବର ୧୭ ତାରିଖରେ ସବିଶେଷ ସର୍ଭେ ରିପୋର୍ଟ ଦକ୍ଷିଣପୂର୍ବ ରେଳପଥର ମହାପ୍ରବନ୍ଧକଙ୍କ ଠାରୁ ରେଳଭବନ ଦିଲ୍ଲୀକୁ ପଠାଯାଇଥିଲା। ଯାହାକି ଅଦ୍ୟାବଧି ମଞ୍ଜୁର କରାଯାଇ ନାହିଁ। ଏହି ପ୍ରକଳ୍ପ ଦ୍ୱାରା ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ମା’ ବିରଜା, ନାଭିଗୟା, ବୈତରଣୀ ତୀର୍ଥ, ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ଧାମକୁ ପରିଦର୍ଶନରେ ଆସିପାରିବେ। ଫଳରେ ପଯର୍‌ୟଟନ କ୍ଷେତ୍ରର ବିକାଶ ହେବା ସହିତ ଅର୍ଥନୈତିକ ବିକାଶ ହୋଇପାରନ୍ତା। ଏହି ପ୍ରକଳ୍ପ ସମ୍ପର୍କରେ ବିରଜା କ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ପୂର୍ବତନ ସାଂସଦ ଅଞ୍ଚଳ ଦାସ, ସଭାପତି ତପନ ମହାରଣ୍ୟ ଶର୍ମା, ଅଭିମନ୍ୟୁ ମିଶ୍ର, ବୃନ୍ଦାବନ ମିଶ୍ର, ଅନିଲ ପ୍ରସାଦ ମହାନ୍ତି ପ୍ରମୁଖ ଦକ୍ଷିଣପୂର୍ବ ରେଳପଥ କାର୍ଯ୍ୟାଳୟକୁ ଯାଇ ଜମି ଅଧିଗ୍ରହଣ, ସୂଚନା ଲୋକ ସମ୍ପର୍କ ଅଧିକାରୀ, ସିଭିଲ ଇଞ୍ଜିନିୟରିଂ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଦିଲ୍ଲୀ ରେଳ ବୋର୍ଡ଼ଠାରେ ପଡ଼ି ରହିଥିବା ଜାଣିବାକୁ ମିଳିଛି। ଏସମ୍ପର୍କରେ ଅନୁଧ୍ୟାନ କରାଯିବାରୁ ରେଳ ବୋର୍ଡ଼ କେତେକ କାରଣ ଦର୍ଶାଇ ପ୍ରକଳ୍ପର ଅଗ୍ରଗତିକୁ ଅଟକାଇ ଥିବା ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ଜିଲାର ସଦର ମହକୁମାକୁ ରେଳ ସଂଯୋଗ କରାଯିବାର ନିୟମ ରହିଛି। ସେହିପରି ଯାଜପୁରରୁ ପ୍ରାୟ ପ୍ରତ୍ୟେକ ମାସ ୩୦ରୁ ୪୦ଲକ୍ଷ ଟଙ୍କା ଯାତ୍ରୀ ଟିକେଟ ବିକ୍ରି ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଦେଇ ଏହି ଅଞ୍ଚଳ କାଶୀ ବିଶ୍ୱନାଥ ପୀଠ ସହ ତୁଳନୀୟ ବୋଲି ଉଲ୍ଲେଖ କରିଛନ୍ତି ା ବିରଜାକ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ପିୟୁଶ୍‌ ଗୋୟଲ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ, ଏମ୍‌ପି ଭର୍ତ୍ତୃହରି ମହତାବ ପ୍ରମୁଖଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପକୁ ଅଦ୍ୟାବଧି କରାଯାଇ ନ ଥିବାରୁ ଯାଜପୁର ଭଦ୍ରକ ଜିଲାର ଜନସାଧାରଣଙ୍କ ସମେତ ଦେଶବିଦେଶର ବହୁ ପର୍ଯ୍ୟଟକଙ୍କ ମନରେ ଆଘାତ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପକୁ ଯଥାଶୀଘ୍ର ପାରିତ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri