ନାଲିଫିତା ତଳେ ବିରଜାକ୍ଷେତ୍ରକୁ ରେଳ ପ୍ରକଳ୍ପ: ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭେଟିଲା ବିରଜା କ୍ଷେତ୍ର ବିକାଶ ପରିଷଦ

ଯାଜପୁର ଅଫିସ,୧୧।୮- ଯାଜପୁର କେନ୍ଦୁଝରରୋଡ଼- ଧାମରା ରେଳ ପ୍ରକଳ୍ପ ସର୍ଭେ ରିପୋର୍ଟ ଦୁଇବର୍ଷ ହେବ କେନ୍ଦ୍ର ସରକାରଙ୍କ ନାଲି ଫିତାତଳେ ଚପି ରହିଛି। ଏନେଇ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଏସଂକ୍ରାନ୍ତରେ ବିରଜା କ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୩-୧୪ ଆର୍ଥିକ ବର୍ଷରେ ୯୫.୫ କିଲୋମିଟର ଦୂରତ୍ୱ ବିଶିଷ୍ଟ ଏହି ନୂତନ ପ୍ରକଳ୍ପକୁ ସର୍ଭେ କରାଯିବା ନିମନ୍ତେ ବ୍ୟୟବରାଦ କରାଯାଇଥିଲା। ଏଥିରେ ରାମପୁରା ଶଗଡ଼ି, ଯାଜପୁର, ସିରିପୁରା, ମଙ୍ଗଳପୁର, ଆରଡ଼ି ଓ ବିଶ୍ୱାଳି ଷ୍ଟେଶନ ପାଇଁ ୧୦୪୨କୋଟି ୬୨ଲକ୍ଷ ୫୭ହଜାର ୫୭୪ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରେଳ ବିଭାଗ ବାର୍ଷିକ ଲାଭାଂଶ ୩୧.୫ କୋଟି ଟଙ୍କା ମିଳିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ୨୦୧୭ ଅକ୍ଟୋବର ୧୭ ତାରିଖରେ ସବିଶେଷ ସର୍ଭେ ରିପୋର୍ଟ ଦକ୍ଷିଣପୂର୍ବ ରେଳପଥର ମହାପ୍ରବନ୍ଧକଙ୍କ ଠାରୁ ରେଳଭବନ ଦିଲ୍ଲୀକୁ ପଠାଯାଇଥିଲା। ଯାହାକି ଅଦ୍ୟାବଧି ମଞ୍ଜୁର କରାଯାଇ ନାହିଁ। ଏହି ପ୍ରକଳ୍ପ ଦ୍ୱାରା ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ମା’ ବିରଜା, ନାଭିଗୟା, ବୈତରଣୀ ତୀର୍ଥ, ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ଧାମକୁ ପରିଦର୍ଶନରେ ଆସିପାରିବେ। ଫଳରେ ପଯର୍‌ୟଟନ କ୍ଷେତ୍ରର ବିକାଶ ହେବା ସହିତ ଅର୍ଥନୈତିକ ବିକାଶ ହୋଇପାରନ୍ତା। ଏହି ପ୍ରକଳ୍ପ ସମ୍ପର୍କରେ ବିରଜା କ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ପୂର୍ବତନ ସାଂସଦ ଅଞ୍ଚଳ ଦାସ, ସଭାପତି ତପନ ମହାରଣ୍ୟ ଶର୍ମା, ଅଭିମନ୍ୟୁ ମିଶ୍ର, ବୃନ୍ଦାବନ ମିଶ୍ର, ଅନିଲ ପ୍ରସାଦ ମହାନ୍ତି ପ୍ରମୁଖ ଦକ୍ଷିଣପୂର୍ବ ରେଳପଥ କାର୍ଯ୍ୟାଳୟକୁ ଯାଇ ଜମି ଅଧିଗ୍ରହଣ, ସୂଚନା ଲୋକ ସମ୍ପର୍କ ଅଧିକାରୀ, ସିଭିଲ ଇଞ୍ଜିନିୟରିଂ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଦିଲ୍ଲୀ ରେଳ ବୋର୍ଡ଼ଠାରେ ପଡ଼ି ରହିଥିବା ଜାଣିବାକୁ ମିଳିଛି। ଏସମ୍ପର୍କରେ ଅନୁଧ୍ୟାନ କରାଯିବାରୁ ରେଳ ବୋର୍ଡ଼ କେତେକ କାରଣ ଦର୍ଶାଇ ପ୍ରକଳ୍ପର ଅଗ୍ରଗତିକୁ ଅଟକାଇ ଥିବା ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ଜିଲାର ସଦର ମହକୁମାକୁ ରେଳ ସଂଯୋଗ କରାଯିବାର ନିୟମ ରହିଛି। ସେହିପରି ଯାଜପୁରରୁ ପ୍ରାୟ ପ୍ରତ୍ୟେକ ମାସ ୩୦ରୁ ୪୦ଲକ୍ଷ ଟଙ୍କା ଯାତ୍ରୀ ଟିକେଟ ବିକ୍ରି ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଦେଇ ଏହି ଅଞ୍ଚଳ କାଶୀ ବିଶ୍ୱନାଥ ପୀଠ ସହ ତୁଳନୀୟ ବୋଲି ଉଲ୍ଲେଖ କରିଛନ୍ତି ା ବିରଜାକ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ପିୟୁଶ୍‌ ଗୋୟଲ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ, ଏମ୍‌ପି ଭର୍ତ୍ତୃହରି ମହତାବ ପ୍ରମୁଖଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପକୁ ଅଦ୍ୟାବଧି କରାଯାଇ ନ ଥିବାରୁ ଯାଜପୁର ଭଦ୍ରକ ଜିଲାର ଜନସାଧାରଣଙ୍କ ସମେତ ଦେଶବିଦେଶର ବହୁ ପର୍ଯ୍ୟଟକଙ୍କ ମନରେ ଆଘାତ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପକୁ ଯଥାଶୀଘ୍ର ପାରିତ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?