ନାରୀ ଜାଣିଛି ସାମର୍ଥ୍ୟ, ସୀମାରେଖା

ବଅଁରପାଳ,୮।୩- ସେ ସୃଷ୍ଟିର ଆଧାର। ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ। ସେ ମା’ ହୋଇ ଭବିଷ୍ୟତ ଗଢ଼ିପାରେ। ଆଶାର ଆଲୋକ ସାଜିପାରେ। ଭଉଣୀ ହୋଇ ସ୍ନେହ ଅଜାଡ଼ିଦେଇପାରେ। ସ୍ତ୍ରୀ ହୋଇ ସାମର୍ଥ୍ୟ ବଢ଼ାଇପାରେ। ଦିନେ ହାଣ୍ଡିଶାଳରେ ଲୁଚି ବସୁଥିବା ନାରୀ ଆଜି ପାଦ ଥାପି ସାରିଛି ମହାକାଶରେ। ଏମିତି କେଉଁ କ୍ଷେତ୍ର ନାହିଁ ଯେଉଁଠି ସେ ନିଜର ଶକ୍ତି, ସାମର୍ଥ୍ୟ ପ୍ରତିପାଦନ କରିପାରି ନାହିଁ। ଖେଳ ପଡ଼ିଆରୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ର ଯାଏ ସବୁଠି ସମ୍ମାନନୀୟା ହୋଇପାରିଛି ନାରୀ। ସେଥିପାଇଁ ତା’ର ଆଦର କାହିଁକେତେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏପରି କେତେଜଣ ସମ୍ମାନସ୍ପଦ ନାରୀଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ନାରୀ ନାରୀକୁ ସମ୍ମାନ ଦେଉ
ନାରୀ ବିନା ସୃଷ୍ଟି ଅସମ୍ଭବ। ତେଣୁ ନାରୀକୁ ତା କ୍ଷମତା କେତେ ଉପଲବ୍ଧି କରିବାକୁ ପଡିବ। ତା ମଧ୍ୟରେ ଥିବା ସମ୍ଭାବନାକୁ ଆବିଷ୍କାର କରିବାକୁ ପଡିବ। ନାରୀ ଯେତେବେଳେ ନାରୀକୁ ସମ୍ମାନ ଦେବ ସେତେବେଳେ ପୂରା ସମାଜ ତା ଆଗରେ ମଥାନତ କରିବ। କାରଣ ନାରୀ ଜାଣିଛି ତାର ସାମର୍ଥ୍ୟ କେତେ ଓ ସୀମାରେଖା କେଉଁଠି।
-ଏଲିଜା ମିଶ୍ର, ବିଡିଓ, ବଅଁରପାଳ

ହୀନମନ୍ୟତା ଦୂର ହେଉ
ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଥିଲେ ମଧ୍ୟ ନାରୀକୁ ନେଇ ଅନେକଙ୍କ ମନଭିତରେ ଥିବା ହୀନମନ୍ୟତା ଦୂର ହୋଇପାରିନାହିଁ। କିନ୍ତୁ ସେମାନେ ଜାଣିରଖିବା ଉଚିତ ନାରୀ ଆଜି ବି ଅପରାଜୟ। ଘୋଡ଼ାଚଢା ଠାରୁ ବିମାନ ଉଡେଇବା ଯାଏ ନାରୀ ସବୁଠି ନିଜ ଦକ୍ଷତା ପ୍ରତିପାଦନ କରିପାରିଛି। ଅନ୍ତର୍ଜାତୀୟ ମହିଳା ଦିବସରେ ଆନ୍ତରିକ ଅଭିନନ୍ଦନ।
-ସରିତା ରାଣୀ ମିଶ୍ର, ଆଡଭୋକେଟ, ଅନୁଗୋଳ

ଭୂମିକା ନିଶ୍ଚିତ ପ୍ରଶଂସାଯୋଗ୍ୟ
ମୋଟ୍‌ ଉପରେ ନାରୀ ଆଜି ସ୍ବାବଲମ୍ବୀ ହୋଇପାରିଛି। ପରିବାରର ବୋଝ ଉଠାଇବା ସହ ଦେଶ ବିକାଶରେ ନିଜକୁ ସାମିଲ କରିପାରିଛି। ଗଁ।ର ଆର୍ଥିକ ଉନ୍ନତିରେ ତା’ର ଭୂମିକା ଏବେ ନିଶ୍ଚିତ ପ୍ରଶଂସାଯୋଗ୍ୟ। ଚିକିତ୍ସା ବିଜ୍ଞାନ ସହ ବିଭିନ୍ନ କ୍ଷେତ୍ରରେ ନାରୀ ଅନ୍ୟମାନଙ୍କଠାରୁ ଦୁଇ ପାଦ ଆଗେଇ ଚାଲିଛି।
-ଡା. ସୁଷମା ବେହେରା, ନାଲ୍‌କୋ ହସ୍ପିଟାଲ

କ୍ରୀଡ଼ାରେ ବଢ଼ାଇଛନ୍ତି ସୁନାମ
କ୍ରୀଡ଼ା କ୍ଷେତ୍ରରେ ଦିନକୁ ଦିନ ନାରୀମାନେ ସୁନାମ ବଢ଼ାଇ ଚାଲିଛନ୍ତି। କ୍ରିକେଟ ଠାରୁ ଆରମ୍ଭ କରି ଫୁଟବଲ, କବାଡି, ଖୋଖୋ, ମାର୍ଶଲଆର୍ଟ ଆଦିରେ ନାରୀମାନେ ଏବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମାଇଲ ଖୁଣ୍ଟ ପ୍ରତିଷ୍ଠା କଲେଣି। ପ୍ରତିବର୍ଷ ନୂଆ ନୂଆ ପ୍ରତିଭା ସୃଷ୍ଟି ହେଉଥିବା ବେଳେ ରାଜ୍ୟ ସରକାର କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେବା ନିଶ୍ଚିତ ଖୁସିର ବିଷୟ।
-ଦେବସ୍ମିତା ଦଳବେହେରା

କ୍ରୀଡ଼ାବିତ୍‌, କୁଲାଡ଼
ଦୁର୍ବଳା, ଅବଳାରେ ପୂର୍ଣ୍ଣଚ୍ଛେଦ
ପୂର୍ବରୁ ନାରୀମାନଙ୍କୁ ଅବଳା ଓ ଦୁର୍ବଳା ବୋଲି କୁହାଯାଉଥିଲା। ମାତ୍ର ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ନାରୀମାନେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ହେଲେଣି। ଦେଶର ସୁରକ୍ଷା ପାଇଁ ସେମାନେ ସୀମାରେ ଶତ୍ରୁ ସହ ଲଢ଼ିବାକୁ ସଦା ପ୍ରସ୍ତୁତ ରହିଛନ୍ତି। ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରି ନାରୀ ନିଜ ଦକ୍ଷତା ଅନେକଥର ପ୍ରତିପାଦନ କରିସାରିଛି।
-ସରୋଜିନୀ ସାମ୍ବଡ଼ା, ନାଲ୍‌କୋ ଥାନା ଅଧିକାରୀ

ଶେଷ ହୋଇଛି ସଂଘର୍ଷ
ପରିଚୟ ପାଇଁ ନାରୀକୁ ଆଉ ସମାଜରେ ସଂଘର୍ଷ କରିବାକୁ ପଡ଼ୁନାହିଁ। ପ୍ରତିଟି କ୍ଷେତ୍ରରେ ସେ ନିଜ ପାରଦର୍ଶିତାର ପ୍ରମାଣ ଦେଇ ପୁରୁଷ ସହ କାନ୍ଧକୁ କାନ୍ଧ ମିଳାଇ ଆଗେଇ ଚାଲିଛି। କାର୍ଯ୍ୟ ଯେତେ ବିପଜ୍ଜନକ ହେଲେ ବି ସେ ପଛଘୁଞ୍ଚା ଦେଉନାହିଁ। ଅଧିକରୁ ଅଧିକ ସଂଖ୍ୟକ ନାରୀ କର୍ମକ୍ଷେତ୍ରକୁ ଓହ୍ଲାଇ ନିଜେ ସ୍ବାବଲମ୍ବୀ ହେବା ଦରକାର।
-ସରସ୍ବତୀ ଦେଇ
ମହିଳା ଶ୍ରମିକ ନେତ୍ରୀ, ନାଲ୍‌କୋ

ପ୍ରଗତିରେ ଅଗ୍ରଣୀ ଭୂମିକା
ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କ ସହଭାଗିତା ରହୁଛି। ଏକ ସୁସ୍ଥ ସମାଜ ଗଠନ ପାଇଁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭିତ୍ତିଭୂମି ସମ୍ପର୍କରେ ସେ ନିଷ୍ପତ୍ତି ନେଇପାରୁଛି। ନିଜେ ସ୍ବାବଲମ୍ବୀ ହୋଇ ପରିବାରର ଉନ୍ନତିରେ ସହାୟକ ହୋଇପାରୁଛି। ଦେଶ ତଥା ଜାତିର ପ୍ରଗତିରେ ନାରୀମାନଙ୍କ ଭୂମିକା ନିଶ୍ଚିତ ଆଗରେ।

-ମନସ୍ମିତା ଜେନା, ଗୃହିଣୀ, ନାଲ୍‌କୋ


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri