ନାବାଳିକାଙ୍କ ଆତ୍ମହତ୍ୟା, ଯୁବକଙ୍କୁ ହତ୍ୟା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୨ା୨: ମାତ୍ର ୨ କିଲୋମିଟର ବ୍ୟବଧାନରେ ଜଣେ ୧୪ବର୍ଷର ନାବାଳିକା ଓ ଜଣେ ଯୁବକଙ୍କ ମୃତଦେହ ପୃଥକ ସ୍ଥାନରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କ ବାଲିକୁଦା ଥାନା ଅନ୍ତର୍ଗତ ଚଷାପଡ଼ାର ବୋଲି ଜଣାପଡ଼ିଛି। ଯୁବକ ଜଣଙ୍କ ଥାନା ଅଧୀନ ବରିପଡ଼ାର ବିରଜା ପ୍ରସାଦ ସ୍ବାଇଁ। ନାବାଳିକା ତାଙ୍କ ଘରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ବିରଜାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବା ପାଇଁ ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ମୃତ୍ୟୁ ଉପରେ ଜଗତ୍‌ସିଂହପୁର ଥାନାରେ ଅପମୃତ୍ୟୁ ମାମଲା ନଂ-୮/୨୦ରୁଜୁ ହୋଇଛି। ବିରଜାଙ୍କ ବାପା ଉପେନ୍ଦ୍ରଙ୍କ ଅଭିଯୋଗ ଉପରେ ପୋଲିସ ଦଫା ୩୦୨/୨୦୧ ଆଇପିସିରେ ମାମଲା ସଂଖ୍ୟା ୫୩/୨୦ ରୁଜୁ କରି ତଦନ୍ତ ଜାରି ରଖିଛି।
ଏସମ୍ପର୍କରେ ଥାନା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି, ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ଯେହେତୁ ନାବାଳିକା ବଞ୍ଚତ୍ଥିଲେ ତେଣୁ ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ନାବାଳିକାଙ୍କ ମୃତଦେହକୁ ତାଙ୍କ ଘର ଲୋକେ ବ୍ୟବଚ୍ଛେଦ ନ କରି ଗାଁକୁ ନେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ବିରଜାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କଲାପରେ ଏହି ମାମଲାର ଗମ୍ଭିରତା ବଢିଯାଇଛି। ବିରଜାଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ବିରଜା ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କିଛି ସୂଚନା ମିଳି ନ ଥିଲା। କିନ୍ତୁ ମଙ୍ଗଳବାର ସକାଳୁ ଖବର ମିଳିଲା ଯେ, ଗାଁଠାରୁ କିଛି ଦୂର ପଳାସ ଦଣ୍ଡାରେ ବିରଜାଙ୍କ ମୃତଦେହ ଝୁଲୁଛି। ତେଣୁ ବିରଜା ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଯେଉଁ କାରଣରୁ ବିରଜାଙ୍କ ବାପା ହତ୍ୟା ଅଭିଯୋଗ କରିଛନ୍ତି। ତାଙ୍କ ବାପା କହିଛନ୍ତି, ବରିପଡ଼ାର ଜଣେ ଝିଅକୁ ବିରଜା ଭଲ ପାଉଥିଲେ। କିନ୍ତୁ ଏବେ ସମ୍ପୃକ୍ତ ଝିଅ ଜଗତ୍‌ସିଂହପୁରର ଆଉ ଜଣେ ପୁଅକୁ ଭଲ ପାଉଛନ୍ତି। ଏହି ଭଲ ପାଇବାକୁ ନେଇ କିଛି ଦିନ ପୂର୍ବରୁ ଜଗତ୍‌ସିଂହପୁର ମକର ମେଳାରେ ବିରଜା ଓ ଜଗତ୍‌ସିଂହପୁରର ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେଣୁ ବିରଜାଙ୍କୁ ଜଗତ୍‌ସିଂହପୁରର ଏହି ପୁଅ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। କିନ୍ତୁ ନାବାଳିକା ଓ ବିରଜା ଉଭୟ ଆତ୍ମହତ୍ୟା କରିଥିବା ସାଧାରଣରେ ଆଲୋଚନା ଚାଲିଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଥାନା ଆଇଆଇସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

ବାଇକ-ବଳଦ ମୁହାଁମୁହିଁ ଧକ୍କା: ଯୁବକ ଗୁରୁତର, ଘଟଣାସ୍ଥଳରେ ବଳଦର ମୃତ୍ୟ

ଥୁଆମୂଳ ରାମପୁର, ୨୭।୮ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ରାସ୍ତାର କୃଷି କାର୍ଯ୍ୟାଳୟ ନିକଟସ୍ଥ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ନିକଟରେ ବୁଧବାର ସା ପ୍ରାୟ ୬ଟା…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ପୋଖରୀରେ ବୁଡି ବୃଦ୍ଧା ମୃତ

ଦେବଗଡ, ୨୭।୮ (ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ବିଡିଘାଟ ଗ୍ରାମରେ ଗୁରୁବାର ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri