ନାବାଳିକାଙ୍କୁ ତିନିଦିନ ଧରି ଗଣବଳାତ୍କାର

ଗୋପ,୯।୭(ଡି.ଏନ୍‌.ଏ.): ଗୋପ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନିଜଣ ଯୁବକ ଗୋଟିଏ ଘରେ ରଖି ଗଣବଳାତ୍କାର କରିଥିବା ଘଟଣା ଏବେ ପଦାକୁ ଆସିଛି। ପ୍ରାୟ ମାସେ ପରେ ଏହି ଘଟଣା ଜଣାପଡିବାରୁ ଗୋପ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତମାନେ ଜନୈକା ନାବାଳିକାଙ୍କୁ ତିନିଦିନ ପର୍ଯ୍ୟନ୍ତ ବଳାତ୍କାର କରିବା ପରେ ଛାଡିଦେଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ୩ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ। ଅନ୍ୟପକ୍ଷେ ସୋମବାର ତଦନ୍ତକାରୀ ଅଧିକାରୀ ପୀଡ଼ିତାଙ୍କୁ ନିମାପଡ଼ା କୋର୍ଟରେ ହାଜର କରାଇ ବୟାନ ରେକର୍ଡଭୁକ୍ତ କରିଥିବା ଜଣାପଡ଼ିଛି। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ଗଣମାଧ୍ୟମକୁ ଲୁଚାଇ ରଖିବା ପଛରେ କି ରହସ୍ୟ ରହିଛି ତାହା ଏବେ ତଦନ୍ତ ସାକ୍ଷେପ ହୋଇପଡ଼ିଛି।
ପ୍ରକାଶ ଯେ, ଗତ ୧୬ ତାରିଖ ଦିନ ସନ୍ଧ୍ୟା ୭ଟାରେ ଏହି ଥାନା ତଥା ନୟାହାଟ ଫାଣ୍ଡୀ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କଳାବୁଦା ସାମିଲି ଅଲଣା ଗ୍ରାମର ସାଗର ପାତ୍ର, ଦୁଃଶାସନ ଓ ଅନ୍ୟ ଜଣେ ବାଲିଦଣ୍ଡା ଗ୍ରାମର ଗିରିଧାରୀ ନାୟକ ଅପହରଣ କରିଥିଲେ। ପରେ ଫାଣ୍ଡି ଅଧୀନ ନୂଆମଠ ନିକଟ ଏକ ଘରେ ରଖି ୩ ଦିନ ଧରି ଗଣବଳାକତ୍ାର କରିଥିଲେ। ୧୮ ତାରିଖ ରାତି ୧୦ଟାରେ ନାବାଳିକାଙ୍କୁ ଗୋଟିଏ ବାଇକ୍‌ରେ ଆଣି ତାଙ୍କ ଗାଁ ନିକଟ ଏକ ଛକରେ ଛାଡ଼ି ଫେରାର ହୋଇଯାଇଥିଲେ। ପୀଡ଼ିତା ଜଣଙ୍କ ବହୁ କଷ୍ଟରେ ଘରେ ପହଞ୍ଚତ୍ ଏ ସମ୍ପର୍କରେ ପରିବାର ସଦସ୍ୟଙ୍କୁ କହିବା ପରେ ତାଙ୍କ ଭାଇ ୨୭ତାରିଖ ପୂର୍ବାହ୍ନରେ ଥାନାରେ ଅଭିଯୋଗ ଦେଇଥିଲେ। ଆହୁରି ଅଭିଯୁକ୍ତମାନେ ବଳାକତ୍ାର ସମୟର ମୋବାଇଲ୍‌ରେ ଫଟୋ ଉଠାଇ ଭାଇରାଲ କରିଦେବୁ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗ ପରେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହି ଅଭିଯୋଗକ୍ରମେ ପୋଲିସ ନଂ ୮୬/୧୯ରେ ମାମଲା ରୁଜୁ କରିଥିଲେ। ତେବେ ପୋଲିସ କେବଳ ମାମଲା ରୁଜୁ କରି ରହିଯାଇଥିବାବେଳେ ସୋମବାର ପୀଡ଼ିତାଙ୍କୁ ବୟାନ ରେକର୍ଡ ପାଇଁ କୋର୍ଟକୁ ନେବାବେଳେ ଘଟଣା ପଦାକୁ ଆସିଥିଲା। ଘଟଣାକୁ ମାସେ ବିତିଯାଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏପରି କି ଅଭିଯୁକ୍ତ ବ୍ୟବହାର କରିଥିବା ବାଇକ୍‌କୁ ମଧ୍ୟ ଜବତ କରିପାରିନାହିଁ। ଏ ସମ୍ପର୍କରେ ଗୋପ ଥାନାଧିକାରୀ ଦିଲୀପ କୁମାର ସ୍ବାଇଁ କୁହନ୍ତି, ଗଣବଳାତ୍କାର ଘଟଣା ଘଟିଛି। ଏହାର ତଦନ୍ତ ଚଜାରି ରହିଥିବାବେଳେ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri