Posted inଜାତୀୟ

ନାଗରିକତ୍ୱ ବିଲ୍‌ ଲୋକ ସଭାରେ ଗୃହୀତ: ସମ୍ବିଧାନ ହେଉଛି ଏକମାତ୍ର ଧର୍ମ

ନୂଆଦିଲ୍ଲୀ,୧୦।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ ଲୋକ ସଭାରେ ସୋମବାର ବିଳମ୍ବିତ ରାତିରେ ଗୃହୀତ ହୋଇଯାଇଛି। ବିଲ୍‌କୁ ନେଇ ୧୨ ଘଣ୍ଟା ଧରି ଜୋର୍‌ଦାର ବିତର୍କ ପରେ ଏହା ନିମ୍ନ ସଦନର ଅନୁମୋଦନ ଲାଭ କରିଛି। ବିଲ୍‌ ସପକ୍ଷରେ ୩୧୧ ଭୋଟ ପଡିଥିବାବେଳେ ବିପକ୍ଷରେ ୮୦ଟି ଭୋଟ ଯାଇଥିଲା। ଏବେ ଏହା ରାଜ୍ୟ ସଭାର ଅନୁମୋଦନ ପାଇଁ ପଠାଯିବ। ବିଲ୍‌ରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇଥିବାରୁ ଏହା ପକ୍ଷପାତମୂକଳ ଓ ସମ୍ବିଧାନ ବିରୋଧୀ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ଆଲୋଚନାରେ ଭାଗନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ, ଧର୍ମ ଆଧାରରେ ଦେଶକୁ ବିଭାଜନ କରାଯାଇଥିଲା। ଏହି ବାସ୍ତବତାକୁ ଆମକୁ ଗ୍ରହଣ କରିବାକୁ ହେବ। ଧର୍ମ ଭିତ୍ତିରେ ଦେଶ ବିଭାଜନ ହୋଇ ନ ଥିଲେ ବିଲ୍‌ ଆଣିବାର ଆବଶ୍ୟକ ପଡ଼ି ନ ଥାନ୍ତା। ସମ୍ବିଧାନ ହେଉଛି ନରେନ୍ଦ୍ର ମୋଦି ସରକାରଙ୍କ ଏକମାତ୍ର ଧର୍ମ ବୋଲି ଶାହା କହିଥିଲେ। ବିଲ୍‌ ସମ୍ବିଧାନ ବିରୋଧୀ ବୋଲି ବିପକ୍ଷ ଦଳର ଅଭିଯୋଗକୁ ଶାହା ଖଣ୍ଡନ କରିଥିଲେ। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ସେମାନଙ୍କ ସମ୍ବିଧାନରେ ଇସ୍‌ଲାମକୁ ସେମାନଙ୍କ ରାଷ୍ଟ୍ରଧର୍ମ କରିଛନ୍ତି। ୧୯୫୦ରେ ସ୍ବାକ୍ଷର ହୋଇଥିବା ନେହେରୁ-ଲିଆକତ୍‌ ଚୁକ୍ତିରେ ଉଭୟ ଦେଶ ସଂଖ୍ୟାଲଘୁମାନଙ୍କ ଯତ୍ନ ନେବାର ନିଷ୍ପତ୍ତି ହୋଇଥିଲାବେଳେ ପଡୋଶୀ ଦେଶରେ ସଂଖ୍ୟାଲଘୁ ନିର୍ଯାତିତ ହେଉଛନ୍ତି। ସେଠାରେ ସଂଖ୍ୟାଲଘୁମାନଙ୍କର ଦୋଷ କ’ଣ। ପଡୋଶୀ ଦେଶରେ ସଂଖ୍ୟାଲଘୁ ଅପମାନିତ ହେଲେ ଭାରତ ନୀରବ ଦର୍ଶକ ସାଜିପାରିବ ନାହିଁ ବୋଲି ଶାହା କହିଥିଲେ।
ବିଲ୍‌ ସମ୍ବିଧାନ ବିରୋଧୀ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁ ନଥିତ୍ବା ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ। କଂଗ୍ରେସ ନେତା ଶଶୀ ଥରୁର କହିଥିଲେ ଭାରତୀୟ ସମ୍ବିଧାନ ଦ୍ୱୈତ ରାଷ୍ଟ୍ର ସୂତ୍ରକୁ ପ୍ରତ୍ୟାଖ୍ୟାନ କରିଛି। ଭାରତ ଭୂଖଣ୍ଡ ବିଭାଜିତ ହୋଇଥିଲା। ଏହି ବିଲ୍‌ ଭାରତର ଆତ୍ମାକୁ ଭାଗ ଭାଗ କରିଦେବ ବୋଲି ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ନେତା ଶଶୀ ଥରୁର କହିଥିଲେ।
ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ବିଲ୍‌କୁ ବିରୋଧ କରିବା ସହ ଏହାର କପିକୁ ଚିରିଦେଇଥିଲେ। ଦେଶକୁ ବିଭାଜନ କରିବା ଲାଗି ଏଭଳି ବିଲ୍‌ ଅଣାଯାଇଛି। ଭାରତୀୟ ମୁସଲମାନଙ୍କୁ ରାଷ୍ଟ୍ରବିହୀନ କରିବା ଲାଗି ଏହା ଚକ୍ରାନ୍ତ। ଏହା ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବ ବୋଲି ଏଆଇଏମ୍‌ଆଇଏମ୍‌ ଏମ୍‌ପି କହିଥିଲେ। ବିଲ୍‌ ଚିରିବା ଘଟଣାକୁ ଯଥାର୍ଥ କହିବାକୁ ଯାଇ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଜାତୀୟ ପଞ୍ଜୀକରଣ କାର୍ଡ ଚିରିଦେଇଥିବା କଥା କହିଥିଲେ। ସେହିପରି ଦେଶକୁ ବିଭାଜନ କରିବାକୁ ଉଦ୍ୟମ ହେଉଥିବାରୁ ବିଲ୍‌କୁ ସେ ଚିରିଥିବା କହିଥିଲେ।
ପ୍ରବଳ ବିରୋଧ ମଧ୍ୟରେ ସୋମବାର ନାଗରିକତ୍ୱ (ସଂଶୋଧନ) ବିଲ୍‌, ୨୦୧୯ ଉପସ୍ଥାପନ କରାଯାଇଥିଲା। ଏହା ସଂଖ୍ୟାଲଘୁଙ୍କ ବିରୋଧରେ ନୁହେଁ ବରଂ ଅନୁପ୍ରବେଶକାରୀଙ୍କ ବିରୋଧରେ ବୋଲି ବିଲ୍‌ ଉପସ୍ଥାପନ ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା କହିଥିଲେ। ବିଲ୍‌ ପ୍ରତି ଦେଶର ୧୩୦ କୋଟି ଲୋକଙ୍କ ସମର୍ଥନ ରହିଥିବା ସେ ଦାବି କରିଥିଲେ। ସମ୍ବିଧାନ ପ୍ରଦତ୍ତ ଯଥାର୍ଥ ବର୍ଗୀକରଣ ଆଧାରରେ ପ୍ରସ୍ତାବିତ ବିଧେୟକ ଅଣାଯାଇଥିବାରୁ ଏହା କୌଣସି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିବ ନାହିଁ। ପାକିସ୍ତାନ,ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଭାରତରେ ରହିଥିବା ଅଣମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ବିଲ୍‌ ଅଣାଯାଇଛି। ଅତୀତରେ ଅନେକ ଘଟଣାରେ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ ଲାଗି ଆଇନ ପ୍ରସ୍ତୁତ ହୋଇଥିଲା। ୧୯୭୧ରେ ବାଂଲାଦେଶ ସୃଷ୍ଟି ହେବା ପରେ ଏବଂ ଉଗାଣ୍ଡାରେ ଭାରତୀୟଙ୍କ ଉପରେ ଆକ୍ରମଣ ପରେ ଏଭଳି ପଦକ୍ଷେପ ନେବାକୁ ପଡିଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଥିଲେ।
ପୂର୍ବରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ସୌଗତ ରାୟ, ଏନ୍‌.କେ. ପ୍ରେମ୍‌ଚନ୍ଦ୍ରନ, ଗୌରବ ଗୋଗୋଇ, ଶଶୀ ଥରୁର୍‌, ଅସାଦୁଦ୍ଦିନ ଓଓ୍ବାଇସି ପ୍ରମୁଖ ବିଲ୍‌ ଉପସ୍ଥାପନକୁ ବିରୋଧ କରିଥିଲେ। ସୋମବାର ସକାଳେ ବରିଷ୍ଠ କଂଗ୍ରେସ ସଦସ୍ୟ ଶଶୀ ଥରୁର ଲୋକ ସଭାକୁ ନୋଟିସ ଦେଇ ନାଗରିକତ୍ୱ ବିଲ୍‌ ଉପସ୍ଥାପନକୁ ବିରୋଧ କରାଯିବ ବୋଲି କହିଥିଲେ। ଲୋକ ସଭା କାର୍ଯ୍ୟ ପରିଚାଳନା ନିୟମାବଳୀର ଧାରା ୭୨ ଅନୁଯାୟୀ ସେ ଏହି ନୋଟିସ ଦେଇଥିଲେ। ନାଗରିକତ୍ୱ ସଂଶୋଧନ ବିଲ୍‌ ସମାନତା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ସେ କହିଥିଲେ। ଧର୍ମ ଆଧାରରେ ନାଗରିକତ୍ୱ ପ୍ରଦାନ ପାଇଁ ସରକାର ଉଦ୍ୟମ କରୁଥିବାରୁ ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ବିରୋଧୀ ନେତାମାନେ ଅଭିଯୋଗ କରିଥିଲେ। ପରେ ମତ ବିଭାଜନ ଜରିଆରେ ବିଲ୍‌କୁ ଆଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri