ବୋମା ପକାଇ ବ୍ୟବସାୟୀଙ୍କୁ ଧମକ: ୩ ଅଟକ, ୨ ବାଇକ୍‌ ଓ ବୋମା ଜବତ

ଖଣ୍ଡପଡା,୧୦ା୧୨(ସ୍ବ.ପ୍ର.): ଖଣ୍ଡପଡା ଥାନା ଖଳିସାହି ଦୁର୍ଗା ବଜାରରେ ସୋମବାର ବୋମା ପକାଇ ବ୍ୟବସାୟୀଙ୍କୁ ଧମକ ଦେବା ଘଟଣାରେ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖିବା ସହ ୨ଟି ବାଇକ୍‌ ଜବତ କରିଛି। ଦୁର୍ଗା ବଜାରରେ ବ୍ୟବସାୟୀ ଶରତ ମହାପାତ୍ରଙ୍କ ଦୋକାନ ସମ୍ମୁଖରେ ଅପରାହ୍ନ ୧ଟା ସମୟରେ ୮ରୁ ୧୦ ଜଣ ଯୁବକ ବୋମା ପକାଇ ତାଙ୍କୁ ଭୟଭୀତ କରିବା ସହ ଦୋକାନ ମଧ୍ୟରୁ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ଶରତଙ୍କ ପାଟି ଶୁଣି ଅନ୍ୟ ବ୍ୟବସାୟୀମାନେ ଚାଲି ଆସିବାରୁ ଅସାମାଜିକ ବ୍ୟକ୍ତିମାନେ ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଯୁବକଙ୍କୁ ସ୍ଥାନୀୟ ବାସିନ୍ଦା କାବୁ କରି ଖଣ୍ଡପଡା ପୋଲିସ ଜିମା ଦେଇଛନ୍ତି। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହ ଉକ୍ତ ଦୋକାଳନ ଆଗରେ ପଡିଥିବା ୨ଟି ଅଫୁଟା ବୋମା ଜବତ କରିଛି ା ସମ୍ପୃକ୍ତ ବ୍ୟକ୍ତିମାନେ ବଜାର ମଧ୍ୟରେ ଛାଡିଯାଇଥିବା ୨ଟି ବାଇକ୍‌କୁ ମଧ୍ୟ ପୋଲିସ ଜବତ କରି ଥାନାକୁ ଆଣିଛି ା ଶରତଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଛି। ଘଟଣା ସମ୍ପର୍କରେ ଦୁର୍ଗା ବଜାର ବଣିକ ସଂଘର ସଭାପତି ଦାଶରଥି ସାଥୁଆ ଆଉ ଏକ ଲିଖିତ ଅଭିଯୋଗ କରିଥିବା ଜଣା ଯାଇଛି ା ରାତ୍ରକାଳୀନ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା, ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ବଣିକ ସଂଘର ସଦସ୍ୟମାନେ ଦାବି କରିଛନ୍ତି ା ବଣିକ ସଂଘର ଶହେରୁ ଊର୍ଦ୍ଧ୍ୱ ସଦସ୍ୟ ଅପରାହ୍ନରେ ଖଣ୍ଡପଡା ଥାନାକୁ ଆସି ଦାବିପତ୍ର ପ୍ରଦାନ କରିଥିବା ଆଇଆଇସି ବିମଳ କୁମାର ମଲ୍ଲିକଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri